କରୋନା ମୁକାବିଲା ନେଇ ଦୁଇ ଘରୋଇ ହସ୍ପିଟାଲ୍‌ ସହ ଏମ୍‌ଓୟୁ କଲେ ରାଜ୍ୟ ସରକାର

Published: Mar 26, 2020, 4:37 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ଦେଶରେ ଏନେଇ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। କରୋନା ମୁକାବିଲାକୁ ନେଇ ରାଜ୍ୟ ସରକାର ବେଶ୍‌ ସତର୍କ ରହିଛନ୍ତି । ଆଜି କରୋନା ମୁକାବିଲା ନେଇ ଦୁଇଟି ଘରୋଇ ହସ୍ପିଟାଲ୍‌ ସହ ରାଜିନାମା ସ୍ବାକ୍ଷର କରାଯାଇଛି। କରୋନା ମୁକାବିଲା 1000 ଶଯ୍ୟା ହସ୍ପିଟାଲ୍‌ର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଏନେଇ 2ଟି ଘରୋଇ ହସ୍ପିଟାଲ୍‌ ସହ ବୁଝାମଣା କରାଯାଇଛି।

ସେହି ଦୁଇଟି ହସ୍ପିଟାଲ୍‌ ହେଉଛି  ରାଜ୍ୟର ଦୁଇ ବଡ ମେଡ଼ିକାଲ୍‌ କିମ୍ସ ଓ ସମ୍‌। କିମ୍ସରେ 450 ଓ ସମ୍‌ରେ 500 ଶଯ୍ୟା ହସ୍ପିଟାଲ୍‌ ନେଇ ଚୁକ୍ତି କରାଯାଇଛି। ସମ୍‌ରେ 500 ଶଯ୍ୟା ଓ 20 ଆଇସିୟୁ ବ୍ୟବସ୍ଥା ନେଇ ଚୁକ୍ତି କରାଯାଇଛି। ଉଭୟ ହସ୍ପିଟାଲ୍‌ କାର୍ଯ୍ୟକ୍ଷମ ପାଇଁ ଓଏମ୍‌ସି ଓ ଏମ୍‌ସିଏଲ୍‌ ପାଣ୍ଠି ଯୋଗାଇବେ। ଉଭୟ ହସ୍ପିଟାଲ୍‌ 15 ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବା ନେଇ ସୂଚନା ରହିଛି।

Related posts