Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କମାଣ୍ଡର ଅଭିନନ୍ଦନ : ଆପଣଙ୍କ ପାଇଁ ଆମେ ଯେତିକି ଗର୍ବିତ, ସେତିକି ଦୁଃଖିତ
ବିଶେଷ ଖବର

କମାଣ୍ଡର ଅଭିନନ୍ଦନ : ଆପଣଙ୍କ ପାଇଁ ଆମେ ଯେତିକି ଗର୍ବିତ, ସେତିକି ଦୁଃଖିତ

February 28, 2019No Comments4 Mins Read
Share Facebook Twitter LinkedIn Email WhatsApp Copy Link
Wing Commander Abhinandan to be released tomorrow: Imran Khan
Wing Commander Abhinandan to be released tomorrow: Imran Khan

ଜ୍ୟୋତି ନନ୍ଦ

ଏବେ ପାକିସ୍ତାନ କର୍ତ୍ତୃକ ମିଛ ସଂବାଦ ପରିବେଷଣର ଖବର ଦେଖିବାକୁ ମିଳିଲା।ଭାରତର ଦୁଇଟି ମିଗ୍ ବିମାନକୁ ସେମାନେ ଧ୍ବଂସ କରି ଦେଇଛନ୍ତି ବୋଲି କହୁଛନ୍ତି।ଏହା ସହିତ ସେମାନେ ଦୁଇଜଣ ପାଇଲଟ୍ ଙ୍କୁ ଗିରଫ କରିଛନ୍ତି ବୋଲି ବି କହୁଛନ୍ତି। କଥାଟି ସଂପୂର୍ଣ୍ଣ ମିଛ ହୋଇ ପାରେ।
କିନ୍ତୁ ସେମାନେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବୋଲି ଜଣକୁ ଗିରଫ କରି ନେଇଥିବାର କ୍ଲିପ୍ ଟିଏ ଦେଖିବାକୁ ମିଳୁଛି।
ସେହି କ୍ଲିପ୍ ର ସତକୁ ଏବେ ଭାରତ ସରକାର ସ୍ଵୀକାର କରିଛନ୍ତି। କିନ୍ତୁ ସେହି କ୍ଲିପ୍ ରେ କଥିତ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବୋଲି ଯାହାକୁ କୁହାଯାଇଛି  ତାଙ୍କୁ ଯେପରି ଯନ୍ତ୍ରଣା ଦିଆଯାଉଥିଲା ସେତକ ଦେଖିବା ପରେ ମୋର ସାରା ଶରୀରର ରକ୍ତ ହିମଶୀତଳ ।
ଆଜି ଆମର ପୋଷାକପ୍ରିୟ ପ୍ରଧାନ ସେବକ ଯୁଦ୍ଧର ଘୋଡାରେ ଚଢ଼ି ନିର୍ବାଚନ କୁ ବାହାରି ଆସୁଛନ୍ତି ।ସବୁଆଡେ ଖାଲି ପ୍ରତିଶୋଧ ପ୍ରତିଶୋଧ ର ରଣ କୁହାଟ।ଆମେ ଯେଉଁମାନେ ଯୁଦ୍ଧର ଭୟାବହତାର ସମସ୍ତ ବିଭୀଷିକା ଠାରୁ ବହୁ ଦୂରରେ ଥାଉ ସେମାନେ ଅଧିକରୁ ଅଧିକ ଉତ୍ସାହିତ ହୋଇ ପଡନ୍ତି ଏଥିରେ।
ଆମର ଉଗ୍ର ଦେଶପ୍ରେମୀ ମାନେ ଥରେ ନିଜର ହୃଦୟ ଦେଇ ଦେଖନ୍ତୁ ସୀମାନ୍ତ ଆରପଟେ ଆମର ପୁଅ ଟିଏ, ଆମର ଭାଇଟିଏ ଏଇ ସମାନ ସମୟରେ ଯେତେବେଳେ ଆମେ ବିଜୟ ଉଲ୍ଲାସରେ ଆନନ୍ଦର ଉତ୍ସବ ପାଳନ କରୁଛୁ ସେତେବେଳେ   କି କକର୍ଥନା ଭୋଗୁଛି ଆଉ ତାହାର ସଂଭାବିତ ଯାତନାର ଆୟୁଷ ଯେ ବେଶ ଦୀର୍ଘ ତାହା ସହଜରେ ଅନୁମାନ କରାଯାଇପାରିବ।ମୋର ସମସ୍ତ ସାମର୍ଥ୍ଯ ବଦଳରେ ମୁଁ ତମକୁ ନିଶ୍ଚୟ ସେପଟୁ ମୁକୁଳାଇ ଆଣିବି ବୋଲି ଏକ ଦୃଢ  ପରିଭାଷା କୌଣସି ପ୍ରଧାନ ସେବକର ମୁହଁ ରେ ଆଦୌ କେବେହେଲେ ଫୁଟି ଉଠିବ ନାହିଁ ଆମେ ଜାଣୁ।
ଆଉ କିଛି ଦିନ ପରେ ଆପଣଙ୍କୁ ଆମେ ଭୁଲିଯିବୁ କମାଣ୍ଡର।ଆପଣ ଆପଣଙ୍କର ଅନିଶ୍ଚିତ ଯାତନାର ଭବିଷ୍ୟତର ଅଂଧାରିଗୁହାରେ ଶେଷ ଯାଏଁ ରହିଯିବେ।ଏହା ହିଁ  ନିୟତି। ଆପଣଙ୍କ ଯାତନା ଉପରେ ଏପଟେ ଜଣେ ପୋଷାକ ପରେ ପୋଷାକ ବଦଳାଇ ନାଟକୀୟ ସଂଳାପରେ ନିଜର ରାଜ୍ୟଜୟ ତଥା ରାଜ୍ୟାଭିଷେକର ଘୋଷଣା କରୁଥିବ।
ସାଂପ୍ରତିକ ପ୍ରତିଶୋଧ ଓ ପ୍ରତିହିଂସାର କରୁଣ ଫଳ ଆପଣ।ଆପଣ ଦେଶପ୍ରେମୀ ଓ ଆପଣଙ୍କ ବଳିଦାନ ମହାନ ବୋଲି ବାକଚାତୁରି କରି ଆମେ ସୁବିଧାବାଦୀମାନେ ପରମ ଆନନ୍ଦରେ ନିରଙ୍କୁଶ ଭାବରେ ଦେଶ ଶାସନ କରିଚାଲିଥିବୁ।ଆମର ମନ୍ କି  ବାତ୍ ରେ ଥରେ ହେଲେ କୌଣସି ରାଜନେତା କହିବ ନାହିଁ ,ମୋ ପରିବାର ଅନ୍ତତଃ ଜଣକୁ ମୁଁ ମୋ ଜୀବଦ୍ଦଶାରେ ଭାରତୀୟ ସୈନ୍ୟ ବାହିନୀ ସହ ଜଡିତ କରିବି।ଜଣେ ଚା’ବିକାଳିର  ଦାରିଦ୍ର୍ୟକୁ ବଳିଦାନ ଦେଲା ଆଉ ଜଣେ ସୈନ୍ଯ ବାହିନୀରେ ଯୋଗ ଦେଇ ଯେଉଁ ବଳିଦାନ ଦେଉଛି,ଏଇ ଦୁଇଟି ବଳିଦାନ ଭିତରେ କେଉଁଟି ମହାନ ଓ ସର୍ବୋତ୍ତମ ତାହା ଆପଣମାନେ ନିଜେ ନିର୍ଣ୍ଣୟ କରନ୍ତୁ।ଆଜି ପର୍ଯ୍ୟନ୍ତ ଜଣେ ଶହୀଦ ପରିବାରରୁ କେଉଁ ଜଣେ ରାଜନୀତି କ୍ଷେତ୍ରରେ କେତେ ଉପରକୁ ଯାଇଛି ତାହା ଆପଣମାନେ ବିବେଚନା ବି କରନ୍ତୁ।ପୁଲବାମାରେ ଆମେ ଯାହାକୁ ଭାରତ ସାରା ଶହୀଦ ବୋଲି କହୁଛୁ ସେମାନେ ଭାରତର ଗୃହବିଭାଗ ଅନୁସାରେ  ନୀତିଗତ ଭାବରେ ଶହୀଦ ନୁହଁନ୍ତି। ଗୃହ ବିଭାଗ ଅନୁସାରେ ଯେଉଁମାନେ ଯୁଦ୍ଧକ୍ଷେତ୍ରରେ ମୃତ୍ଯୁବରଣ କରିଥିବେ ସେମାନେ ହିଁ ଶହୀଦ।ଗୃହ ବିଭାଗ ଅନୁସାରେ ପୁଲବାମାର ଶହୀଦମାନେ ଶହୀଦ ହୋଇନଥିବାରୁ ସେମାନେ ସରକାରୀ ଭାବରେ ଉପଯୁକ୍ତ କ୍ଷତିପୁରଣ ପାଇବାପାଇଁ ହକଦାର ନୁହଁନ୍ତି।ଭାରତର ମାନନୀୟ ଗୃହ ମନ୍ତ୍ରୀ   ଶହୀଦ ର ଏହିପରି ପରିଭାଷାକୁ ବିସ୍ତୃତ କରିବା ପାଇଁ ପଦକ୍ଷେପ ନେଉ ନାହାଁନ୍ତି କାହିଁକି ? ପୁଲବାମାର ରାସ୍ତା ରେ ଗଲାବେଳେ ଶହୀଦ ହୋଇଥିବା ସୈନିକ ମାନେ ଯେଉଁ  ସିଆରପିଏଫ୍ ର ସୈନିକ ସେମାନଙ୍କର ପେନସନ୍ କୁ ମାନନୀୟ ଅଟଳ ବିହାରୀ ବାଜପେୟୀ ୨୦୦୧ ପରଠୁ ବନ୍ଦ କରିଦେଇଛନ୍ତି।ଆମେ ଆଜି ଯୁଦ୍ଧରେ ଦେଢ କୋଟି ଟଂକା ମୂଲ୍ୟ ର ଗୋଟିଏ ଗୋଟିଏ ବମ୍ ପକାଇ ପାରୁଛୁ ବୋଲି କହିବା ବେଳେ ସେମାନଙ୍କୁ ଅବସର କାଳୀନ ପେନସନ୍ ର ବ୍ୟବସ୍ଥା କଲେ ତାହା ଅଧିକ ଦେଶପ୍ରେମ ହେବ ବୋଲି ଆମର ଭାବନାକୁ ଆସୁନାହିଁ ଜମା ।
ଏହି ପ୍ରତିଶୋଧ ରଚନା ପଛରେ ବିଶେଷକରି  ଆମ ଭିତରେ ଉଠୁଥିବା କିଛି ଗଂଭୀର ପ୍ରଶ୍ନକୁ ଆମେ  ଲକ୍ଷ୍ୟଚ୍ୟୁତ କରି ପାରିଛୁ ବେଶ୍ ସଫଳତାର ସହ ।ଆମର ରାଷ୍ଟ୍ରୀୟ ଜେମସ୍ ବଣ୍ଡ ଶ୍ରୀଯୁକ୍ତ ଅଜିତ ଡୋଭାଲଙ୍କର ସେ ସମୟର ଦକ୍ଷତା ଉପରେ କେହି ଆଉ କୌଣସି ପ୍ରଶ୍ନ ଉଠାଇ ପାରିବେ ନାହିଁ। କାଶ୍ମୀର ସଂପର୍କରେ କାଶ୍ମୀର ବାସୀଙ୍କ ନିଜର ବିଚାର କ’ଣ ତାହାକୁ   ଆମେ ସମବେଦନା ସହିତ ନଦେଖି ତଥା ସେମାନଙ୍କୁ କୌଣସି ଗୁରୁତ୍ୱ ନଦେଇ ଆମେ ଯେଉଁମାନେ ବାହାରର ସେମାନଙ୍କର କାଶ୍ମୀର ସଂକ୍ରାନ୍ତ ବିଚାରକୁ ଲଦିଦେବାର ବ୍ୟବସ୍ଥା ଟିକୁ ସନ୍ତର୍ପଣରେ ସଂସ୍ଥାପନ କରିଦେଉଛୁ।
ଜାଣେ ନାହିଁ କମାଣ୍ଡର ଅଭିନନ୍ଦନ ଆପଣ ସେପଟେ ଚେତନାରେ ଅଛନ୍ତି କି ଅଚେତନ ରେ !
ଆପଣଙ୍କ ବିଷୟରେ ଏପଟେ ବହୁତ ବହୁତ କଥା କୁହାଯିବ କମାଣ୍ଡର, ଯେତେଯେତେ ଚମତ୍କାର ଓ ସୁନ୍ଦର ସୁନ୍ଦର ଶବ୍ଦ ଦେଶପ୍ରେମର ଅଛି ସେଥିରେ। ଆପଣ ଫେସବୁକ୍ ସାରା ଛାଇ ହୋଇଯିବେ।କିନ୍ତୁ ଆପଣ ସେପଟେ ଯନ୍ତ୍ରଣାରେ ତୃଷାର୍ତ୍ତ ହୋଇ ପାଣି ପାଣି ବୋଲି ଯେତେ ଚିତ୍କାର କରୁଥିବେ ତାହା ଏପଟକୁ  ଆଦୌ ଶୁଭିବ ନାହିଁ।ସଚେତନ ଭାବରେ ରଣହୁଙ୍କାର ଦେଇ ଆମର ପ୍ରଧାନ ସେବକ ଏବେ ରାଜ୍ୟଜୟ ପାଇଁ ବାହାରିଛନ୍ତି।
ଏପଟରେ ଖାଲି ଘୋଡାଟାପୁର ଶବ୍ଦ ଯାହା ଆମର କାନକୁ ବେଶ୍ ମଧୁର ଶୁଭିଥାଏ।
ସେ ରାଜ୍ୟଜୟ କରନ୍ତୁ।ଶତାବ୍ଦୀ ଶତାବ୍ଦୀ ଧରି ତାଙ୍କର କେବଳ  ରାଜ୍ୟାଭିଷେକ ଚାଲିଥାଉ। ସେଥିରେ ଆମର କୌଣସି ଯାଏ ଆସେ ନାହିଁ।ଆମେ ସୀମା ଆରପଟେ ସେହି କ୍ଷତବିକ୍ଷତ ଜୀବନ୍ତ ଭାଇଟିର ଚିତ୍କାରକୁ ନେଇ ଚିନ୍ତିତ ଥିବୁ।
ଆମକୁ କ୍ଷମା କରିଦେବେ କମାଣ୍ଡର ଅଭିନନ୍ଦନ,ଆମେ ଭୁଲିତ  ନିଶ୍ଚୟ ଯିବୁ ଖୁବ୍ ଶିଘ୍ର ଆପଣଙ୍କୁ, ଯେମିତି ଆମେ ଭୁଲି ଯାଇଛୁ:
ହିଂସା ହିଂସାକୁ ଜନ୍ମଦେଇଥାଏ ଆଉ ଯେଉଁ ବ୍ୟବସ୍ଥା ହିଂସା ଦ୍ବାରା ନିର୍ମିତ ତାହାକୁ କେବଳ ହିଂସା ହିଁ ଧ୍ବଂସ କରି ଦେଇଥାଏ।
ଶେଷରେ ସୀମା ଆରପଟେ ଆପଣ ଦୀର୍ଘଜୀବି ଆଉ ସୁସ୍ଥ ରହିଥାନ୍ତୁ ବୋଲି ଲେଖିବାକୁ ଗଲାବେଳେ ସତରେ ହାତ ଅଟକି ଯାଉଛି।ଉପସ୍ଥିତ ଲେଖକ ପାଖରେ ପ୍ରଧାନ ସେବକଙ୍କ କହିବା ଭଳି ଉଦ୍ଦୀପ୍ତ ନାଟକପଣର ଭାଷା କି ସ୍ୱର ନାହିଁ।ଅତି ନୀରବରେ ସେ ଆପଣଙ୍କ ପିତାମାତା,ପତ୍ନୀ ପିଲା ମାନଙ୍କ ପାଖରେ ଘଡିଏ ଠିଆ ହୋଇ କେବଳ କାନ୍ଦିପାରିବ।ଆମେ ମୁର୍ଖ ସାଧାରଣ ଅସହାୟ ଲୋକ।କେବଳ ସମୟ ଅସମୟରେ କାନ୍ଦି ହିଁ ପାରୁ ।
ପତାକା ବୋହିବାରେ ଅଭ୍ୟସ୍ତ ଏହି ମେରୁଦଣ୍ଡହୀନ ଜୀବ ମାନଙ୍କର କାନ୍ଦଣା କୁ ମାଫ୍ କରିଦିଅନ୍ତୁ କମାଣ୍ଡର।
Share. Facebook Twitter LinkedIn Email WhatsApp Copy Link

Related Posts

ସଫା ରାସ୍ତା ଠାରୁ ଦ୍ରୁତ ମେଟ୍ରୋ ପର୍ଯ୍ୟନ୍ତ – ସହର ବିକାଶ ଉପରେ ଲେଖା ଶେୟାର କଲେ ପ୍ରଧାନମନ୍ତ୍ରୀ

September 16, 2025

ନିଯୁକ୍ତି ମେଳାରେ ୭ଟି ବିଭାଗର ୧୬୮୬ ଜଣଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

September 16, 2025

୨୭ଟି ନୂତନ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

September 15, 2025

ବିବାଦୀୟ ୱାକଫ ବିଲ ଉପରେ ସୁପ୍ରିମ କୋର୍ଟଙ୍କ ବଡ ରାୟ, ସଂପୂର୍ଣ୍ଣ ବିଲ ରଦ୍ଦ ହୋଇପାରିବ ନାହିଁ

September 15, 2025
Latest News

PCB କୁ ଝଟକା ଦେଲା ICC: ଏସିଆ କପ୍ ରୁ ବାଦ ପଡିବ କି ପାକିସ୍ତାନ?

September 16, 2025

ପୂଜକଙ୍କୁ ଆତର୍କିତ ଆକ୍ରମଣ: ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି

September 16, 2025

ନିଖୋଜ ଯୁବକର ଗଳିତ ଶବ ଉଦ୍ଧାର

September 16, 2025

ପୁଣି ମହଙ୍ଗା ହେଲା ସୁନା: ଜାଣନ୍ତୁ ଆଜିର ମୂଲ୍ୟ

September 16, 2025

ସଫା ରାସ୍ତା ଠାରୁ ଦ୍ରୁତ ମେଟ୍ରୋ ପର୍ଯ୍ୟନ୍ତ – ସହର ବିକାଶ ଉପରେ ଲେଖା ଶେୟାର କଲେ ପ୍ରଧାନମନ୍ତ୍ରୀ

September 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.