(ସମୀକ୍ଷା ବ୍ୟୁରୋ) ଭୁବନେଶ୍ୱର ସ୍ଥିତ ଏମ୍ସ ଡାକ୍ତରଖାନାରେ ରାଜ୍ୟର ପଞ୍ଚମ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଭୁବନେଶ୍ବର ସୂର୍ୟ ନଗରର ବାସିନ୍ଦା ଷାଠିଏ ବର୍ଷ ବୟସ୍କ ଏହି ବ୍ୟକ୍ତିଙ୍କର ବିବିଧ ଶାରୀରିକ ଅସୁସ୍ଥତା ରହିଥିଲା ବୋଲି ମଧ୍ୟ କୁହାଯାଇଛି। ଆଜି ସନ୍ଧ୍ୟାରେ ରାଜ୍ୟର ଦ୍ଵିତୀୟ କରୋନା ଆକ୍ରାନ୍ତ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଓ ପ୍ରଥମ ଆକ୍ରାନ୍ତ ବ୍ୟକ୍ତି ପ୍ରାୟ ଭଲ ହୋଇ ଆସିଲେଣି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଥିଲା। ସର୍ବମୋଟ 900 କରୋନା ପରୀକ୍ଷାରୁ ଏ ପର୍ଯନ୍ତ 5 ଟି ପୋଜିଟିଭ ବୋଲି ସୂଚନା ମିଳିଛି।