ବିଜେପି ପ୍ରତିଷ୍ଠା ଦିବସ ଅବସରରେ ଦଳୀୟ କର୍ମୀଙ୍କୁ ମନ୍ତ୍ର ଦେଲେ ମୋଦି

Published: Apr 6, 2020, 1:06 pm IST

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ସ୍ଥାପନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି । ମୋଦି କହିଛନ୍ତି ଯେ, ଆଜି ସମସ୍ତ ମାନବ ଜାତି ସଂକଟରେ ଅଛି । ବିଷମ ପରିସ୍ଥିତିରେ ଦେଶର ସେବା ପାଇଁ ଆମ ସଂସ୍କାର, ସମର୍ପଣ ଓ ପ୍ରତିବଦ୍ଧତାକୁ ନେଇ ଆମେ ସଶକ୍ତ ମାର୍ଗ ପ୍ରସ୍ତୁତ କରିବା ବୋଲି କହିଛନ୍ତି ମୋଦି । ସେହିପରି କରୋନା ଭାଇରସ ସହ ଲମ୍ବା ଲଢେଇ ସହ ସାହସର ସହ ଲଢିବାର ଅଛି, ନ ଥକି ନ ହାରି ଆମେ ବାଜି ମାରିବା ବୋଲିକହିଛନ୍ତି ମୋଦି । କରୋନା ସହ ଲଢେଇ ପାଇଁ ନିଜକୁ ମଜବୁତ୍‌ କରିବା ପାଇଁ ଉପଦେଶ ଦେଇଛନ୍ତି ମୋଦି । ସେହିପରି ଗତକାଲି  9ମିନିଟ୍‌ ର ଦୀପ ପ୍ରଜ୍ବଳନକୁ ନେଇ ସାରା ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମୋଦି । ସେହିପରି ଏହି ସମୟରେ କରୋନା ମହାଯୁଦ୍ଧର ଯୋଦ୍ଧା ଆସିଥିବା  ଡାକ୍ତର, ପୋଲିସ୍‌, ନର୍ସ, ପରିମଳକର୍ମଚାରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ଅବସରରେ ମୋଦି କାର୍ଯ୍ୟକର୍ତ୍ତାକୁ ମନ୍ତ୍ର ଦେଇଛନ୍ତି ମୋଦି ।

କରୋନା ସହ ଲଢେଇ ସମୟରେ ଯେପରି କେହି ଭୋକରେ ନ ରହନ୍ତି, ସେଥିପାଇଁ ଧ୍ୟାନ ଦେବା ଉଚିତ୍‌ ବୋଲି କହିଛନ୍ତି ମୋଦି । ଗରିବ ଲୋକଙ୍କୁ ବିଜେପି କାର୍ଯ୍ୟକର୍ତ୍ତା ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି ମୋଦି । ଏହି ସମୟରେ ସମେସ୍ତ ମାସ୍କ ପିନ୍ଧିବାକୁ ନିବେଦନ କରିଛନ୍ତି ମୋଦି । ନିଜେ ଘରେ ମାସ୍କ ତିଆରି କରି ପିନ୍ଧିବା ସହ  5 ଜଣଙ୍କୁ ମାସ୍କ ଉପହାର ଦିଅନ୍ତୁ ବୋଲି କହିଛନ୍ତି ମୋଦି । ସେହିପରି ଜରୁରୀ ସେବାରେ କାର୍ଯ୍ୟରତ ଥିବା କର୍ମୀଙ୍କୁ କୃତଜ୍ଞତା ଜଣାଇବାକୁ କହିବା ସହିତ ଆରୋଗ୍ୟ ସେତୁ ଡାଉନ୍‌ ଲୋଡ କରିବାକୁ କହିଛନ୍ତି । ସେହିପରି ପ୍ରତି ବିଜେପି କାର୍ଯ୍ୟକର୍ତ୍ତା ପିଏମ୍‌ କେୟାର ଫଣ୍ଡସ୍‌କୁ ଦାନ କରିବାକୁ ନିବେଦନ କରିଛନ୍ତି ମୋଦି ।  ଏପରି ପରିସ୍ଥିତିରେ ନିଜେ ସହଯୋଗ କରିବା ସହ ଅନ୍ୟମାନଙ୍କ ସହଯୋଗ କରିବାକୁ ପ୍ରବର୍ତ୍ତାଇବାକୁ ନିବେଦନ କରିଛନ୍ତି ମୋଦି । (ଏଜେନ୍ସି)

Related posts