Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେପି ପ୍ରତିଷ୍ଠା ଦିବସ ଅବସରରେ ଦଳୀୟ କର୍ମୀଙ୍କୁ ମନ୍ତ୍ର ଦେଲେ ମୋଦି
ଆଜିର ଖବର

ବିଜେପି ପ୍ରତିଷ୍ଠା ଦିବସ ଅବସରରେ ଦଳୀୟ କର୍ମୀଙ୍କୁ ମନ୍ତ୍ର ଦେଲେ ମୋଦି

April 6, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ସ୍ଥାପନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି । ମୋଦି କହିଛନ୍ତି ଯେ, ଆଜି ସମସ୍ତ ମାନବ ଜାତି ସଂକଟରେ ଅଛି । ବିଷମ ପରିସ୍ଥିତିରେ ଦେଶର ସେବା ପାଇଁ ଆମ ସଂସ୍କାର, ସମର୍ପଣ ଓ ପ୍ରତିବଦ୍ଧତାକୁ ନେଇ ଆମେ ସଶକ୍ତ ମାର୍ଗ ପ୍ରସ୍ତୁତ କରିବା ବୋଲି କହିଛନ୍ତି ମୋଦି । ସେହିପରି କରୋନା ଭାଇରସ ସହ ଲମ୍ବା ଲଢେଇ ସହ ସାହସର ସହ ଲଢିବାର ଅଛି, ନ ଥକି ନ ହାରି ଆମେ ବାଜି ମାରିବା ବୋଲିକହିଛନ୍ତି ମୋଦି । କରୋନା ସହ ଲଢେଇ ପାଇଁ ନିଜକୁ ମଜବୁତ୍‌ କରିବା ପାଇଁ ଉପଦେଶ ଦେଇଛନ୍ତି ମୋଦି । ସେହିପରି ଗତକାଲି  9ମିନିଟ୍‌ ର ଦୀପ ପ୍ରଜ୍ବଳନକୁ ନେଇ ସାରା ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମୋଦି । ସେହିପରି ଏହି ସମୟରେ କରୋନା ମହାଯୁଦ୍ଧର ଯୋଦ୍ଧା ଆସିଥିବା  ଡାକ୍ତର, ପୋଲିସ୍‌, ନର୍ସ, ପରିମଳକର୍ମଚାରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ଅବସରରେ ମୋଦି କାର୍ଯ୍ୟକର୍ତ୍ତାକୁ ମନ୍ତ୍ର ଦେଇଛନ୍ତି ମୋଦି ।

କରୋନା ସହ ଲଢେଇ ସମୟରେ ଯେପରି କେହି ଭୋକରେ ନ ରହନ୍ତି, ସେଥିପାଇଁ ଧ୍ୟାନ ଦେବା ଉଚିତ୍‌ ବୋଲି କହିଛନ୍ତି ମୋଦି । ଗରିବ ଲୋକଙ୍କୁ ବିଜେପି କାର୍ଯ୍ୟକର୍ତ୍ତା ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି ମୋଦି । ଏହି ସମୟରେ ସମେସ୍ତ ମାସ୍କ ପିନ୍ଧିବାକୁ ନିବେଦନ କରିଛନ୍ତି ମୋଦି । ନିଜେ ଘରେ ମାସ୍କ ତିଆରି କରି ପିନ୍ଧିବା ସହ  5 ଜଣଙ୍କୁ ମାସ୍କ ଉପହାର ଦିଅନ୍ତୁ ବୋଲି କହିଛନ୍ତି ମୋଦି । ସେହିପରି ଜରୁରୀ ସେବାରେ କାର୍ଯ୍ୟରତ ଥିବା କର୍ମୀଙ୍କୁ କୃତଜ୍ଞତା ଜଣାଇବାକୁ କହିବା ସହିତ ଆରୋଗ୍ୟ ସେତୁ ଡାଉନ୍‌ ଲୋଡ କରିବାକୁ କହିଛନ୍ତି । ସେହିପରି ପ୍ରତି ବିଜେପି କାର୍ଯ୍ୟକର୍ତ୍ତା ପିଏମ୍‌ କେୟାର ଫଣ୍ଡସ୍‌କୁ ଦାନ କରିବାକୁ ନିବେଦନ କରିଛନ୍ତି ମୋଦି ।  ଏପରି ପରିସ୍ଥିତିରେ ନିଜେ ସହଯୋଗ କରିବା ସହ ଅନ୍ୟମାନଙ୍କ ସହଯୋଗ କରିବାକୁ ପ୍ରବର୍ତ୍ତାଇବାକୁ ନିବେଦନ କରିଛନ୍ତି ମୋଦି । (ଏଜେନ୍ସି)

narendra modi
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ମତ୍ସ୍ୟ ସମ୍ପଦ ଯୋଜନା

July 22, 2026

ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କଲେ ରାଜ୍ୟ ନିର୍ବାଚନ ଆୟୁକ୍ତ

July 22, 2026

ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

July 22, 2026

ଆଜି ଜୁଲାଇ ୨୨ ତାରିଖ ବୁଧବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

July 22, 2026
Latest News

ଓଡ଼ିଶାରେ ମତ୍ସ୍ୟ ସମ୍ପଦ ଯୋଜନା

July 22, 2026

ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କଲେ ରାଜ୍ୟ ନିର୍ବାଚନ ଆୟୁକ୍ତ

July 22, 2026

ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

July 22, 2026

ଆଜି ଜୁଲାଇ ୨୨ ତାରିଖ ବୁଧବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

July 22, 2026

NITI Aayog Index 2026: ଦେଶର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ୫ମ ସ୍ଥାନରେ ଓଡିଶା

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.