Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ମୁକାବିଲା ନିମନ୍ତେ ଜଗତସିଂହପୁର ଜିଲ୍ଲା ପ୍ରଶାସନର ଦୃଢ ପଦକ୍ଷେପ: ପାରାଦ୍ବୀପରେ ହେଲା କୋଭିଡ ହସ୍ପିଟାଲ୍
ଆଜିର ଖବର

କରୋନା ମୁକାବିଲା ନିମନ୍ତେ ଜଗତସିଂହପୁର ଜିଲ୍ଲା ପ୍ରଶାସନର ଦୃଢ ପଦକ୍ଷେପ: ପାରାଦ୍ବୀପରେ ହେଲା କୋଭିଡ ହସ୍ପିଟାଲ୍

April 8, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି
ଜଗତସିଂହପୁର: କରୋନା ଭୁତାଣୁର ଦୃତ ସଂକ୍ରମଣରେ ସାରାବିଶ୍ୱ ସହିତ ଭାରତବର୍ଷ ଓ ଓଡ଼ିଶା ରାଜ୍ୟ ବିଶେଷ ପ୍ରଭାବିତ ହୋଇଥିବାରୁ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ଦୂରତ୍ୱ ବଜାୟ ରଖିବା ଓ ପୃଥକ ବାସ ଉପରେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାରେ ଦୃଢ଼ କଟକଣା ଜାରୀ କରିଛନ୍ତି।

ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଗୁଡିକ ପ୍ରତିଦିନ ସକାଳ ୦୬ଟା ରୁ ୧୧ଟା ପର୍ଯ୍ୟନ୍ତ ଖୋଲାରହିବ। ପ୍ରତ୍ୟେକ ଦୋକାନ ସହିତ ଔଷଧ ଦୋକାନ ଗୁଡିକ ମଧ୍ୟ ଗ୍ରାହକମାନଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବେ।ସାମାଜିକ ଦୂରତ୍ୱ ବଜାୟ ରଖିବା ଆଇନ ଅବମାନନାକୁ ଜିଲ୍ଲା ପ୍ରଶାସନ ଜିରୋଟଲରାନସ ଭାବରେ ଗ୍ରହଣ କରିଛି। ସାମାଜିକ ଦୂରତ୍ୱ ଅବମାନନା କରୁଥିବା ବ୍ୟକ୍ତିଙ୍କୁ ଅପରାଧି ଭାବେ ବିବେଚନା କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯେଉଁ ଦୋକାନୀ/ବ୍ୟବସାୟୀ ଗ୍ରାହକମାନଙ୍କ ମଧ୍ୟରେ ସାମାଜିକ ଦୂରତା ନରଖିବେ ସେହି ଦୋକାନକୁ ସିଲ୍ କରାଯିବ। ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ଔଷଧ ବିକ୍ରି କରୁଥିବା ଦୋକାନୀ ମାସ୍କ (Face Mask)ବ୍ୟବହାର କରିବେ।ସଂପୃକ୍ତ ଦୋକାନ ମାନଙ୍କୁ ଆସୁଥିବା ସମସ୍ତ ଗ୍ରାହକ (ମୁହଁରେ) ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ ଅଟେ। ଅଯଥାରେ ବାହାରେ ବୁଲାବୁଲି କରିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ପୋଲିସ୍ ନିୟମ ଉଲଂଘନକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପାରାଦ୍ୱୀପ ପୋର୍ଟ ହସପିଟାଲ ଏବଂ ଭାରତୀୟ ତୈଳ ନିଗମ (iocl)ହସପିଟାଲକୁ କୋଭିଡ୍ ହସପିଟାଲ୍ ଭାବେ ଘୋଷଣା କରିଛନ୍ତି। ଏହି ହସପିଟାଲରେ କୋଭିଡ୍ ଆଇସୋଲେସନ ସେଣ୍ଟର ,ସନ୍ଦିଗ୍ଧ ଏବଂ ପଜିଟିଭ୍ କୋଭିଡ୍-୧୯ ରୋଗୀ ଚିକିତ୍ସିତ ହୋଇପାରିବେ।ଏଥିସହିତ ଜଗତସିଂହପୁର ଜିଲ୍ଲାର ରାହାମା ହାଟରେ ଗ୍ରାହକମାନେ ସାମାଜିକ ଦୂରତା ବଜାୟ ନ ରଖିବାରୁ ଜିଲ୍ଲାପାଳ ଏହି ସାପ୍ତାହିକ ରାହାମା ହାଟକୁ ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଛନ୍ତି।

ଜିଲ୍ଲାର ସମସ୍ତ ପେଟ୍ରୋଲ ପମ୍ପ ମାଲିକମାନେ ସାମଗ୍ରୀ ପରିବହନ ଯାନ,ଆମ୍ବୁଲାନ୍ସ, ପୋଲିସ୍ ଗାଡ଼ି,କୋଭିଡ୍-୧୯ ପାଇଁ ବ୍ୟବହୃତ ଜରୁରୀକାଳୀନ ଯାନ, ସରକାରୀ ଯାନ, ପାସ୍ ପାଇଥିବା ଯାନ, ଭାଲିଡ୍ ପରିଚୟପତ୍ର ଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ଚଳାଉଥିବା ଯାନକୁ ଅପରାହ୍ନ ୧ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ପେଟ୍ରୋଲ,ଡିଜେଲ୍, ଲୁବ୍ରିକାଣ୍ଟ ପ୍ରଦାନ ନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାହକମାନଙ୍କ ସାମାଜିକ ଦୂରତା ବଜାୟ ନ ରଖିବାରୁ ଜିଲ୍ଲାପାଳ କଲେକଟୋରେଟ୍ କ୍ୟାମ୍ପସ୍ ୟୁକୋ ବ୍ୟାଙ୍କକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

corona covid-19 hospital paradip
Share. Facebook Twitter LinkedIn Email WhatsApp Copy Link

Related Posts

“କେରଳର ନାମ ଉଲ୍ଲେଖ ନାହିଁ”: ବଜେଟ୍ ଉପରେ ଶଶି ଥରୁରଙ୍କ ପ୍ରଥମ ପ୍ରତିକ୍ରିୟା

February 1, 2026

ଇସଲାମ ଛାଡି ହିନ୍ଦୁ ନାମ ରଖିଛନ୍ତି କି ଉର୍ଫି ଜାଭେଦ?: ସ୍ପଷ୍ଟ କଲେ ଅଭିନେତ୍ରୀ

February 1, 2026

ବଜେଟ 2026 କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ପ୍ରତିକ୍ରିୟା, କହିଲେ…….

February 1, 2026

ଆସନ୍ତାକାଲିଠାରୁ ଛଅ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଭୁବନେଶ୍ବରର ଏହି ରାସ୍ତା ହେବ ବନ୍ଦ

February 1, 2026
Latest News

ଷୋଡ଼ଶ ଆର୍ଥିକ କମିଶନଙ୍କ ସୁପାରିଶକୁ ସରକାରଙ୍କ ସ୍ୱୀକୃତି: ରାଜ୍ୟଗୁଡ଼ିକୁ ମିଳିବ ୪୧% କେନ୍ଦ୍ରୀୟ ଟିକସ

February 1, 2026

“କେରଳର ନାମ ଉଲ୍ଲେଖ ନାହିଁ”: ବଜେଟ୍ ଉପରେ ଶଶି ଥରୁରଙ୍କ ପ୍ରଥମ ପ୍ରତିକ୍ରିୟା

February 1, 2026

ଇସଲାମ ଛାଡି ହିନ୍ଦୁ ନାମ ରଖିଛନ୍ତି କି ଉର୍ଫି ଜାଭେଦ?: ସ୍ପଷ୍ଟ କଲେ ଅଭିନେତ୍ରୀ

February 1, 2026

ବଜେଟ 2026 କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ପ୍ରତିକ୍ରିୟା, କହିଲେ…….

February 1, 2026

ଆସନ୍ତାକାଲିଠାରୁ ଛଅ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଭୁବନେଶ୍ବରର ଏହି ରାସ୍ତା ହେବ ବନ୍ଦ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.