Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚମକୁଥିବା ଭାରତର ଏ ଅନ୍ଧକାରମୟ ଚିତ୍ର ସବୁ, ଆମ ପାଇଁ ଅପମାନ ବା ଲଜ୍ଜାର କାରଣ ନୁହେଁ କି??
ବିଶେଷ ଖବର

ଚମକୁଥିବା ଭାରତର ଏ ଅନ୍ଧକାରମୟ ଚିତ୍ର ସବୁ, ଆମ ପାଇଁ ଅପମାନ ବା ଲଜ୍ଜାର କାରଣ ନୁହେଁ କି??

April 14, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

“ସାଇନିଂ ଇଣ୍ଡିଆ” ବା ଚମକୁଥିବା ଭାରତ। ଏହା କେବଳ ଏକ ସ୍ଲୋଗାନ ନୁହେଁ, ଏହା ଗୋଟେ ସମୟରେ ଭାରତ ସରକାରଙ୍କର ମନ୍ତ୍ର ଥିଲା। ଏବେ ସେଇ ମନ୍ତ୍ର ସାମାନ୍ୟ ପରିବର୍ତ୍ତିତ ହୋଇ ଅଭିନବ ଭାରତ ବା “ନ୍ୟୁ ଇଣ୍ଡିଆ” ହୋଇଛି। ଚମକୁଥିବା ଏ ନୂଆ ଭାରତ, ଯାହାର ପ୍ରଧାନମନ୍ତ୍ରୀ ଏହାକୁ ବିଶ୍ଵଗୁରୁ ବୋଲି କହନ୍ତି, ସେ ଭାରତର ବାସ୍ତବ ଛବିରେ ଏତେ ଅନ୍ଧକାର କାହିଁକି? ଆଜି ସାରା ପୃଥିବୀ ଏକ ଭୟଙ୍କର ଅନ୍ଧାର ସହିତ ଲଢେଇ କରୁଛି। ସେ ଅନ୍ଧାରର କେନ୍ଦ୍ରରେ କୋଭିଡ୧୯ ଭୂତାଣୁର ଆତଙ୍କ ରହିଛି। ହେଲେ ଭାରତରେ କୋଭିଡ଼୧୯ ଭୂତାଣୁର ପ୍ରକୋପ ତୁଳନାରେ ଭୋକର ତାଡନା ଅଧିକ ଭୟଙ୍କର ଲାଗୁଛି। ଭୂତାଣୁର ଆକ୍ରମଣକୁ ପ୍ରତିହତ କରିବାକୁ ଯାଇ ସାରା ଦେଶରେ ୨୧ ଦିନର ଲକ ଡାଉନ ଏବେ ଆଗକୁ ମଧ୍ୟ ବଳବତ୍ତର ରହିବ ବୋଲି ସ୍ପଷ୍ଟ ହୋଇଯାଇଛି। ତେବେ, ଏହି ଲକ ଡାଉନ ସମୟରେ ଭୋକ ଏବଂ ଅସହାୟତାର ଯେଉଁ ଛବି ଆମେ ଦେଖୁଛୁ, ସେଥିରେ ଆମର ଛାତି ଫାଟି ଯାଉନି କେମିତି?

ଲକ ଡାଉନ ଘୋଷଣା ହେବାର ପ୍ରଥମ ୭୨ ଘଣ୍ଟାରେ ଆମେ ଲକ୍ଷ ଲକ୍ଷ ଦାଦନ ଶ୍ରମିକ ରାସ୍ତାରେ ଚାଲୁଥିବାର ଦୃଶ୍ୟ ଆମେ ଦେଖିଲୁ। ସେମାନେ କେଉଁଠି ପୋଲିସ ହାତରୁ ମାଡ ଖାଉଥିଲେ, କେଉଁଠି ବା ଆଣ୍ଠେଇ ଆଣ୍ଠେଇ ଚାଲୁଥିଲେ କିମ୍ବା ଆଉ କେଉଁଠି ତାଙ୍କ ଦେହରେ ରାସାୟନିକ କୀଟାଣୁନାଶକ ଛିଞ୍ଚା ଯାଉଥିବାର ଅମାନବୀୟ ଦୃଶ୍ୟ ଆମେ ଦେଖିଲୁ। ଗତ ୨୧ ଦିନ ହେଲା ସରକାରଙ୍କ ଦୟାରେ ଭାତ ଡାଲି ଖାଇ ସେମାନେ ବିଭିନ୍ନ ଶିବିରରେ ପଡି ରହିଛନ୍ତି। ହୁଏତ ଆଉ କେତେଦିନ ସେମାନେ ସେମିତି ରହିବେ, ତାର ଉତ୍ତର କେହି ଦେଇ ପାରିବେ ନାହିଁ। ମାର୍ଚ୍ଚ ୨୩ ତାରିଖ ଦିନ ଗଭୀର ଆତ୍ମବିଶ୍ବାସର ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ମହାଭାରତ ହେଉଛି ୧୮ ଦିନର ଯୁଦ୍ଧ, ହେଲେ କରୋନାବିରୋଧୀ ଯୁଦ୍ଧ ହେଉଛି ୨୧ ଦିନର। ତେଣୁ ଏ ଯୁଦ୍ଧ ଆମକୁ ୨୧ ଦିନରେ ଜିତିବାକୁ ପଡିବ।

୨୧ ଦିନ ପରେ ଇତି ମଧ୍ୟରେ ବିତିଯାଇଛି। ଯୁଦ୍ଧ ଜିତିବା ତ ଦୂରର କଥା ଏ ଯୁଦ୍ଧ ଆଜି ବି ଆରମ୍ଭ ପର୍ୟାୟରେ ରହିଛି। ମାର୍ଚ୍ଚ ୨୩ ବେଳକୁ ୫୦୦ ପାଖାପାଖି କରୋନା ଆକ୍ରାନ୍ତ ରହିଥିବା ବେଳେ ଆଜି ସେ ସଂଖ୍ୟା ୧୦ ହଜାରରେ ପହଞ୍ଚିଲାଣି। ଆସନ୍ତା ଦୁଇ ବା ତିନି ସପ୍ତାହରେ ସ୍ଥିତି ଯେ ସୁଧୁରିଯିବ, ସେ ଭରସା ବି ନାହିଁ। ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ ଭଳି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରବଳ ମାତ୍ରାରେ ବଢୁଛି। ତେଣୁ ୨୧ ଦିନ ନୁହଁ, ଏ ଯୁଦ୍ଧ ଆହୁରି ଅନେକ ଲମ୍ବା। ଥାଳି ବାଡେଇ ବା ଦୀପାବଳି ପାଳନ କରି ଏ ଯୁଦ୍ଧ ଜିତିବାର ପିଲାଳିଆମୀ ବିଷୟରେ ଆମର ଜନ ସାଧାରଣ ବୁଝି ସାରିଥିବେ ବୋଲି ଆମେ ଆଶା କରୁଛୁ।

ଆଜି ଏହି ଲକ ଡାଉନ ସମୟରେ ଯେଉଁ ଚିତ୍ର ସବୁଠୁ ବେଶୀ ପୀଡା ଦେଉଛି, ତା ହେଉଛି ଏ ଦେଶର ଗରିବ ଓ ସାଧାରଣ ଲୋକଙ୍କ ସମସ୍ୟା। ନିଜ ଛୁଆ ପିଲାଙ୍କୁ ଖାଇବାକୁ ଦେଇ ନପାରି ଗୋଟେ ସ୍ତ୍ରୀ ଲୋକ ଗଙ୍ଗା ନଦୀରେ ନିଜର ପାଞ୍ଚୋଟି ଛୁଆଙ୍କୁ ଭସେଇ ଦେଉଛି। ଆଗ୍ରା ସହରରେ କ୍ଷୀର ବିକି ନପାରି ଚାଷୀମାନେ ରାସ୍ତାରେ ଢାଳି ଦେଇଥିବା କ୍ଷୀରକୁ କୁକୁରମାନଙ୍କ ସହିତ ଜଣେ ଗରିବ ଲୋକ ଆଞ୍ଜୁଳାରେ ଆଣି ପିଉଛି।ଡାଇଲିସିସ କରିବାକୁ ମନା କେରିଦେବାରୁ ଜଣେ ସଂଖ୍ୟାଲଘୁ ସଂପ୍ରଦାୟର ବୃଦ୍ଧ ରାସ୍ତାରେ ପ୍ରାଣ ହରାଉଛନ୍ତି। ଲକ ଡାଉନର ଏହି ପୀଡା, ଅନେକଙ୍କ ଜୀବନକୁ ପଙ୍ଗୁ କରି ଦେଇଥିବା ବେଳେ ଜୀବିକା ଉଜାଡି ଦେଇଛି। ଅତି କମରେ ୪୦ କୋଟି ଭାରତୀୟଙ୍କର ଜୀବିକା ବିପନ୍ନ ହେବ ଓ ସେମାନେ ଗରିବୀ ସୀମାରେଖା ତଳକୁ ଖସିଯିବେ ବୋଲି ଏବେ ଆନ୍ତର୍ଜାତିକ ଶ୍ରମ ସଂଗଠନ କହିଛି। ତେବେ ଏମାନଙ୍କ ଲାଗି ନୂଆ ଭାରତ ବା ଚମକୁଥିବା ଭାରତର କିଛି ବାର୍ତ୍ତା ଅଛି କି?

Lockdown
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଆ ସଂଗୀତ ଜଗତ ପାଇଁ ଦୁଃଖ ଖବର, ଶେଷ ନିଃଶ୍ବାସ ତ୍ୟାଗ କଲେ ହ୍ୟୁମାନ ସାଗର

November 17, 2025

ନୂଆପଡା ଉପନିର୍ବାଚନକୁ ନେଇ ବିସ୍ପୋରକ କଥା କହିଲେ କଂଗ୍ରେସ ସଭାପତି ଭକ୍ତ ଦାସ

November 17, 2025

ବ୍ରହ୍ମକୁମାରୀ ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, କହିଲେ…

November 17, 2025

ବିହାର ପାଇଁ କ୍ୟାବିନେଟ ଫର୍ମୁଲା ସ୍ଥିର, ନୀତିଶ ହେବେ ମୁଖ୍ୟମନ୍ତ୍ରୀ, ବିଜେପି ପାଇବ ଦୁଇ ଉପମୁଖ୍ୟମନ୍ତ୍ରୀ!

November 17, 2025
Latest News

“ଏସୀୟ ବିହନ କଂଗ୍ରେସ ୨୦୨୫”କୁ ଉଦଘାଟନ କଲେ ଶିବରାଜ ସିଂହ ଚୌହାନ

November 18, 2025

ଇଲେକ୍ଟ୍ରୋନିକ୍ସ ଉପକରଣ ଉତ୍ପାଦନ ଯୋଜନା ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ 17ଟି ପ୍ରସ୍ତାବକୁ ମଞ୍ଜୁରୀ

November 18, 2025

ଉତ୍ତର କ୍ଷେତ୍ରୀୟ ପରିଷଦର ୩୨ତମ ବୈଠକରେ ଅମିତ ଶାହଙ୍କ ଅଧ୍ୟକ୍ଷତା

November 18, 2025

ଆଜି ନଭେମ୍ବର ୧୮ ତାରିଖ ସୋମବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

November 18, 2025

ଓଡିଆ ସଂଗୀତ ଜଗତ ପାଇଁ ଦୁଃଖ ଖବର, ଶେଷ ନିଃଶ୍ବାସ ତ୍ୟାଗ କଲେ ହ୍ୟୁମାନ ସାଗର

November 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.