Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୁବର୍ଣ୍ଣପୁରରେ କାର୍ଯ୍ୟକ୍ଷମ ହେଲା 200 ଶଯ୍ୟା ବିଶିଷ୍ଟ କୋଭିଡ୍‌-19 ହସ୍ପିଟାଲ
ଆଜିର ଖବର

ସୁବର୍ଣ୍ଣପୁରରେ କାର୍ଯ୍ୟକ୍ଷମ ହେଲା 200 ଶଯ୍ୟା ବିଶିଷ୍ଟ କୋଭିଡ୍‌-19 ହସ୍ପିଟାଲ

April 15, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁବ୍ରତ ବାଗ୍‌ଚୀ ରାଜ୍ୟ ବାସୀଙ୍କୁ କରୋନାର ଅପ୍‌ଡେଟ୍‌ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହା ସହିତ ରାଜ୍ୟରେ ବିଭିନ୍ନ କୋଭିଡ୍‌ 19 ହସ୍ପିଟାଲ ସମ୍ପର୍କରେ ସୂଚନା ଦେଇଛନ୍ତି । ଆଜି ସୁବର୍ଣ୍ଣପୁରରେ ଏକ 200 ଶଯ୍ୟା ବିଶିଷ୍ଟ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଏହି ହସ୍ପିଟାଲକୁ ମିଶାଇ ରାଜ୍ୟର 19ଟି ଜିଲ୍ଲାରେ 21ଟି କୋଭିଡ୍‌ 19 ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଏହା ସହିତ ସମୁଦାୟ ଶଯ୍ୟା ସଂଖ୍ୟା 3620 ରହିଛି । ରାଜ୍ୟରେ ପଡୋଶୀ ରାଜ୍ୟର 77 ହଜାର ଶ୍ରମଜୀବୀ ରହିଥିବା ବେଳେ 2553ଟି ଶିବିର ଜରିଆରେ ସେମାନଙ୍କର ରହିବା ଏବଂ ଖାଇବା ବନ୍ଦୋବସ୍ତ କରାଯାଇଛି । ରାଜ୍ୟର 5387 ଗ୍ରାମପଞ୍ଚାୟତରେ 3 ଲକ୍ଷ 9 ହଜାର 42 ଜଣଙ୍କୁ ଏବଂ 113 ପୌରାଞ୍ଚଳରେ 33816 ଜଣଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି । ଏହା ସହିତ ରାଜ୍ୟର ବିଭିନ୍ନ ଗଣମାଧ୍ୟମ ଅଧିକାରୀଙ୍କ ପକ୍ଷରୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖିଥିଲେ ବାଗ୍‌ଚୀ । କୋଭିଡ୍‌-19କୁ ନେଇ ରହିଥିବା ଗୁଜବକୁ ବିଶ୍ବାସ ନକରିବା ପାଇଁ ବାଗ୍‌ଚୀ ଜନ ସାଧାରଣଙ୍କୁ ନିବେଦନ କରିଥିଲେ ।

ରାଜ୍ୟ ଏନ୍‌ଏଚ୍‌ଏମ୍‌ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମଧ୍ୟ ବାଗ୍‌ଚୀଙ୍କ ସହିତ କରୋନା ସମ୍ପର୍କରେ ଅପ୍‌ଡେଟ୍‌ ପ୍ରଦାନ କରିଥିଲେ । ଭାରତରେ କରୋନା ପଜିଟିଭ୍‌ ହାର 5 ପ୍ରତିଶତ ରହିଥିବା ବେଳେ ଓଡିଶାରେ ଏହି ହାର ମାତ୍ର 1.08 ପ୍ରତିଶତ ରହିଛି । ଏହି ହାର ଦିଲ୍ଲୀରେ ସର୍ବାଧିକ 11 ପ୍ରତିଶତ ରହିଛି । ଲୋକଙ୍କ ତ୍ୟାଗ ଏବଂ ଅନୁଶାସନ କାରଣରୁ ରାଜ୍ୟରେ କରୋନା ସଙ୍କ୍ରମଣ ଉପରେ ରୋକ୍‌ ଲଗାଯାଇପାରିଛି ବୋଲି ଶ୍ରୀମତି ପଣ୍ଡିତ ପ୍ରକାଶ କରିଥିଲେ । ରାଜ୍ୟରେ କୌଣସି ଲକ୍ଷଣ ନଥିବା 3 ଶହ ଲୋକଙ୍କ ପରୀକ୍ଷା କରାଯାଇଥିବା ବେଳେ ତନ୍ମଧ୍ୟରୁ 4 ଜଣ ପଜିଟିଭ୍‌ ବାହାରିଥିବା ଜଣାପଡିଛି ।

corona covid19 subratbagchi TopNews
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ : ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

April 10, 2026

ଆସନ୍ତା ୧୨ ସନ୍ଧ୍ୟା ୬:୩୦ରେ ପ୍ରଥମଥର ପାଇଁ ଟିଭିରେ ଦେଖିବେ ସୁପରହିଟ୍ ଫିଲ୍ମ ‘କୁହୁଡ଼ି’

April 10, 2026

ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ମିଳିବ କ୍ୟାସଲେସ୍ ଚିକିତ୍ସା

April 10, 2026

ରାଜ୍ୟରେ ପୁଣି ତେଜିଲା ମେଟ୍ରୋ ରାଜନୀତି

April 10, 2026
Latest News

ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ : ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

April 10, 2026

ଆସନ୍ତା ୧୨ ସନ୍ଧ୍ୟା ୬:୩୦ରେ ପ୍ରଥମଥର ପାଇଁ ଟିଭିରେ ଦେଖିବେ ସୁପରହିଟ୍ ଫିଲ୍ମ ‘କୁହୁଡ଼ି’

April 10, 2026

ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ମିଳିବ କ୍ୟାସଲେସ୍ ଚିକିତ୍ସା

April 10, 2026

ରାଜ୍ୟରେ ପୁଣି ତେଜିଲା ମେଟ୍ରୋ ରାଜନୀତି

April 10, 2026

ହୁମାୟୁନ୍ କବୀରଙ୍କୁ ଓୱେସିଙ୍କ ବଡ଼ ଝଟକା: ଏକାକୀ ବଙ୍ଗଳା ନିର୍ବାଚନ ଲଢ଼ିବ ଏଆଇଏମ୍ଆଇଏମ୍

April 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.