ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ବୁଧବାର କହିଛନ୍ତି ଯେ ଟଙ୍କାର ମୂଲ୍ୟ ହ୍ରାସ ପାଇବା ନେଇ ଭାରତ ପରି ଅର୍ଥବ୍ୟବସ୍ଥାକୁ ଏତେ ଶୀଘ୍ର ବ୍ୟତିବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। କ୍ୟାବିନେଟ୍ ମିଟିଂ ପରେ ମିଡିଆକୁ ସମ୍ବୋଧିତ କରି ଜେଟଲୀ ଅନେକ ମହତ୍ଵପୂର୍ଣ୍ଣ ପ୍ରଶ୍ନର ଜବାବ ଦେଇଛନ୍ତି ଯେଉଁଥିରେ ରାଫେଲ ଡିଲ୍, ଜନଧନ ଯୋଜନା ଖାତା ପରି ପ୍ରସଙ୍ଗ ସାମିଲ। ଜେଟଲୀ କହିଛନ୍ତି ଟଙ୍କା ହ୍ରାସ ପଛର କାରଣ ଘରୋଇ ନୁହେଁ ବରଂ ଅନ୍ତରାଷ୍ଟ୍ରୀୟ କାରଣ ଅଟେ।
ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ଜେଟଲୀ କହିଛନ୍ତି ଯେ ଯଦି ଆପଣ ଅନ୍ତରାଷ୍ଟ୍ରୀୟ କିମ୍ବା ଘରୋଇ ସ୍ତରରେ ଦେଖିବେ ତେବେ ଟଙ୍କାର ମୂଲ୍ୟ ହ୍ରାସ ପାଇବା ପଛରେ କୌଣସି ଘରୋଇ କାରଣ ନାହିଁ। ସମସ୍ତ କାରଣ ଅନ୍ତରାଷ୍ଟ୍ରୀୟ ସ୍ତରରେ ରହିଛି। ଜେଟଲୀ କହିଛନ୍ତି ଯେ ଆମକୁ ଏହା ଧ୍ୟାନ ରଖିବା ଉଚିତ୍ ଯେ କେବଳ ଭାରତ ଟଙ୍କା ନୁହେଁ ଡଲାର ତୂଳନାରେ ସବୁ କରେନ୍ସି ହ୍ରାସ ପାଇଛି। ଡଲାରର ମୂଲ୍ୟ ବୃଦ୍ଧି ପାଇ ଚାଲିଛି। ଡଲାର ବୃଦ୍ଧି ପାଇବା ପଛର କାରଣ ୟୁଏସର ମଜଭୁତ ପଲିସି ରହିଥିବା ଜେଟଲୀ କହିଛନ୍ତି। ଜେଟଲୀ ଏହା ମଧ୍ୟ କହିଛନ୍ତି ଯେ ଭାରତ ପରି ଅର୍ଥ ବ୍ୟବସ୍ଥାକୁ ଏତେ ଶୀଘ୍ର ବ୍ୟସ୍ତ ବିବ୍ରତ ହେବା ଉଚିତ୍ ନୁହେଁ।
ରାଫେଲ ଉପରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଜେଟଲୀ କହିଛନ୍ତି ଯେ କଂଗ୍ରେସ ଓ ତାର ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଖରେ ସୂଚନାର ଅଭାବ ରହିଛି। ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଭାରତକୁ ମିଳୁଥିବା ରାଫେଲ ଲଢୁଆ ବିମାନର ମୂଲ୍ୟ କଂଗ୍ରେସ ସମୟ ହୋଇଥିବା ଡିଲର ମୂଲ୍ୟଠୁ ୯ ପ୍ରତିଶତ କମ। ଅନ୍ୟ ପଟେ ଏହି ଲଢୁଆ ବିମାନର ବୈଷେୟିକ କୌଶଳ ଉପରେ ନଜର ଦିଆଯାଏ ତେବେ ଏତେ ବର୍ଷ ପରେ ମଧ୍ୟ ଏହି ବିମାନ ଭାରତକୁ ୨୦ ପ୍ରତିଶତ ଶସ୍ତାରେ ମିଳୁଛି।