Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଟଙ୍କାର ମୂଲ୍ୟ ହ୍ରାସ, ହେଲେ ଅର୍ଥମନ୍ତ୍ରୀଙ୍କ ଦମ୍ଭୋକ୍ତି ବ୍ୟସ୍ତ ହୁଅ ନାହିଁ।
ବିଶେଷ ଖବର

ଟଙ୍କାର ମୂଲ୍ୟ ହ୍ରାସ, ହେଲେ ଅର୍ଥମନ୍ତ୍ରୀଙ୍କ ଦମ୍ଭୋକ୍ତି ବ୍ୟସ୍ତ ହୁଅ ନାହିଁ।

September 5, 2018No Comments1 Min Read
Share Facebook Twitter LinkedIn Email WhatsApp Copy Link

ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ବୁଧବାର କହିଛନ୍ତି ଯେ ଟଙ୍କାର ମୂଲ୍ୟ ହ୍ରାସ ପାଇବା ନେଇ ଭାରତ ପରି ଅର୍ଥବ୍ୟବସ୍ଥାକୁ ଏତେ ଶୀଘ୍ର ବ୍ୟତିବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। କ୍ୟାବିନେଟ୍ ମିଟିଂ ପରେ ମିଡିଆକୁ ସମ୍ବୋଧିତ କରି ଜେଟଲୀ ଅନେକ ମହତ୍ଵପୂର୍ଣ୍ଣ ପ୍ରଶ୍ନର ଜବାବ ଦେଇଛନ୍ତି  ଯେଉଁଥିରେ ରାଫେଲ ଡିଲ୍, ଜନଧନ ଯୋଜନା ଖାତା ପରି ପ୍ରସଙ୍ଗ ସାମିଲ। ଜେଟଲୀ କହିଛନ୍ତି ଟଙ୍କା ହ୍ରାସ ପଛର କାରଣ ଘରୋଇ ନୁହେଁ ବରଂ ଅନ୍ତରାଷ୍ଟ୍ରୀୟ କାରଣ ଅଟେ।

ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ଜେଟଲୀ କହିଛନ୍ତି ଯେ ଯଦି ଆପଣ ଅନ୍ତରାଷ୍ଟ୍ରୀୟ କିମ୍ବା ଘରୋଇ ସ୍ତରରେ ଦେଖିବେ ତେବେ ଟଙ୍କାର ମୂଲ୍ୟ ହ୍ରାସ ପାଇବା ପଛରେ କୌଣସି ଘରୋଇ କାରଣ ନାହିଁ। ସମସ୍ତ କାରଣ ଅନ୍ତରାଷ୍ଟ୍ରୀୟ ସ୍ତରରେ ରହିଛି। ଜେଟଲୀ କହିଛନ୍ତି ଯେ ଆମକୁ ଏହା ଧ୍ୟାନ ରଖିବା ଉଚିତ୍ ଯେ କେବଳ ଭାରତ ଟଙ୍କା ନୁହେଁ ଡଲାର ତୂଳନାରେ ସବୁ କରେନ୍ସି ହ୍ରାସ ପାଇଛି। ଡଲାରର ମୂଲ୍ୟ ବୃଦ୍ଧି ପାଇ ଚାଲିଛି। ଡଲାର ବୃଦ୍ଧି ପାଇବା ପଛର କାରଣ ୟୁଏସର ମଜଭୁତ ପଲିସି ରହିଥିବା ଜେଟଲୀ କହିଛନ୍ତି। ଜେଟଲୀ ଏହା ମଧ୍ୟ କହିଛନ୍ତି ଯେ ଭାରତ ପରି ଅର୍ଥ ବ୍ୟବସ୍ଥାକୁ ଏତେ ଶୀଘ୍ର ବ୍ୟସ୍ତ ବିବ୍ରତ ହେବା ଉଚିତ୍  ନୁହେଁ।

ରାଫେଲ ଉପରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଜେଟଲୀ କହିଛନ୍ତି ଯେ କଂଗ୍ରେସ ଓ ତାର ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଖରେ ସୂଚନାର ଅଭାବ ରହିଛି। ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଭାରତକୁ ମିଳୁଥିବା ରାଫେଲ ଲଢୁଆ ବିମାନର ମୂଲ୍ୟ କଂଗ୍ରେସ ସମୟ ହୋଇଥିବା ଡିଲର ମୂଲ୍ୟଠୁ ୯ ପ୍ରତିଶତ କମ। ଅନ୍ୟ ପଟେ ଏହି ଲଢୁଆ ବିମାନର ବୈଷେୟିକ କୌଶଳ ଉପରେ ନଜର ଦିଆଯାଏ ତେବେ ଏତେ ବର୍ଷ ପରେ ମଧ୍ୟ ଏହି ବିମାନ ଭାରତକୁ ୨୦ ପ୍ରତିଶତ ଶସ୍ତାରେ ମିଳୁଛି।

Share. Facebook Twitter LinkedIn Email WhatsApp Copy Link

Related Posts

ସଂସଦରେ ପାସ୍ ହେଲା ପ୍ରଶ୍ନ ପତ୍ର ପ୍ରଘଟ ବିରୋଧୀ ବିଲ୍: ଭିଡିଓ ଜାରି କଲେ ପ୍ରଧାନମନ୍ତ୍ରୀ

July 31, 2026

ପଶ୍ଚିମ ଏସିଆ ପରିସ୍ଥିତିର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସିସିଏସ୍ ବୈଠକ

July 31, 2026

ଲୋକସଭାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ଭଙ୍ଗ ନୋଟିସ୍

July 30, 2026

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା

July 30, 2026
Latest News

ସଂସଦରେ ପାସ୍ ହେଲା ପ୍ରଶ୍ନ ପତ୍ର ପ୍ରଘଟ ବିରୋଧୀ ବିଲ୍: ଭିଡିଓ ଜାରି କଲେ ପ୍ରଧାନମନ୍ତ୍ରୀ

July 31, 2026

ପଶ୍ଚିମ ଏସିଆ ପରିସ୍ଥିତିର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସିସିଏସ୍ ବୈଠକ

July 31, 2026

ଆଜି ଜୁଲାଇ ୩୧ ତାରିଖରେ କ’ଣ ରହିଛି ଆପଣଙ୍କର ରାଶିଫଳ?, ଜାଣନ୍ତୁ ବିସ୍ତୃତ ଭାଗ୍ୟଫଳ

July 31, 2026

ବିରିଘାଟରେ ଛାତ ଉପରେ ଫସିଥିବା ଲୋକଙ୍କ ନିକଟରେ ପହଞ୍ଚିଲା ଉଦ୍ଧାରକାରୀ ଦଳ

July 30, 2026

ସମ୍ ହସ୍ପିଟାଲ୍ ପକ୍ଷରୁ ଭୁବନେଶ୍ୱର କୋର୍ଟ ପରିସରରେ ବିଶାଳ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

July 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.