Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୩୨ ବର୍ଷରେ ଶକ୍ତି ତନୟା ଶ୍ରଦ୍ଧା
ଆଜିର ଖବର

୩୨ ବର୍ଷରେ ଶକ୍ତି ତନୟା ଶ୍ରଦ୍ଧା

March 3, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
sraddhakapoor celebrates her 32 birthday celebration
sraddhakapoor celebrates her 32 birthday celebration

ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ଆଜି ୩୨ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୭ ମାର୍ଚ୍ଚ ୩ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍‌ର ବ୍ୟାଡ଼ମ୍ୟାନ୍‌ ଶକ୍ତିକପୁର୍‌ଙ୍କ ତନୟା ଶ୍ରଦ୍ଧା ବଲିଉଡ୍‌ରେ ନିଜର ଏକ ସ୍ଵତନ୍ତ୍ର ପରିଚିତି ସୃଷ୍ଟି କରିଛନ୍ତି । ୨୦୧୦ର ’ତିନି ପତି’ ଫିଲ୍ମରେ ଅଭିନୟ କରିଥିଲେ ମଧ୍ୟ ୨୦୧୧ରେ ଆସିଥିବା ‘ଲଭ୍‌ କା ଦ ଏଣ୍ଡ୍‌’ରେ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ ।  ୨୦୧୩ରେ ବଲିଉଡ୍‌ରେ ମୁକ୍ତିଲାଭ କରିଥିବା ‘ଆଶିକି ୨’ରେ ଆରୋହି ଚରିତ୍ରରେ ସେ ରାତାରାତି ଷ୍ଟାର୍‌ ପାଲଟିଯାଇଥିଲେ । ଏହି ଫିଲ୍ମ ପାଇଁ ଶ୍ରଦ୍ଧା ଫିଲ୍ମଫେୟାର୍‌ ଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର ହାତେଇଥିଲେ । ପରବର୍ତ୍ତୀ ସମୟରେ ‘ହାଇଦର୍‌’, ‘ଏକ୍‌ ଭିଲେନ୍‌’, ‘ଏବିସିଡ଼ି-୨’, ‘ଓକେ ଜାନୁ’, ‘ବାଗୀ’, ’ସ୍ତ୍ରୀ’, ‘ବତୀ ଗୁଲ୍‌ ମିଟ୍ଟର ଚାଲୁ’ ଆଦି ଫିଲ୍ମରେ ନଜର ଆସି ବେଶ୍‌ ସଫଳତା ସାଉଁଟିଛନ୍ତି । ଶ୍ରଦ୍ଧା ଏବେ ବାହୁବଲୀ ଫେମ୍‌ ପ୍ରଭାସଙ୍କ ସହ ‘ସାହୋ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି । ତାଙ୍କ ଜନ୍ମଦିବସ ଅବସରରେ  ସାହୋ’ ଫିଲ୍ମର ଏକ ଟିଜର୍‌ ରିଲିଜ୍‌ କରାଯାଇଛି । ସାହୋ ବ୍ୟତୀତ, ଷ୍ଟ୍ରିଟ୍‌ ଡ୍ୟାନ୍ସର୍‌, ସାଇନା ନେହ୍‌ୱାଲ୍‌ଙ୍କ ଜୀବନୀ ଆଦି ଫିଲ୍ମରେ ସେ ନଜର ଆସିବେ । ତେବେ ବଲିଉଡ୍‌ ଷ୍ଟାର୍‌ମାନେ ସବୁବେଳେ ତାଙ୍କ ରିୟଲ୍‌ ଲାଇଫ୍‌ ଠାରୁ ରିଲ୍‌ ଲାଇଫ୍‌କୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଥା’ନ୍ତି । ‘ଆଶିକି-୨’ର ଅଭିନେତା ଆଦିତ୍ୟ ରୟ କପୁର୍‌ଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିବାବେଳେ ନିକଟରେ ସେ ଅଭିନେତା ନିର୍ଦ୍ଦେଶକ ଫରହାନ୍‌ ଅଖତର୍‌ଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଥିଲେ । ତେବେ ଶ୍ରଦ୍ଧା ଦୁହିଁଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ପୂରାପୂରି ନିରବ ରହିଛନ୍ତି ।

shraddhakapoor thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ସବୁ ସରକାରୀ କୋଠା ହେବ କେସରୀ ରଂଗ, ପୁର୍ତ୍ତି ବିଭାଗ ରଂଗ ନମ୍ବର ସହିତ ପ୍ରକାଶ କଲା ବିଜ୍ଞପ୍ତି

August 7, 2025

ଗ୍ରୀନ ଚିଲିଜ ଏଣ୍ଟରଟେନମେଣ୍ଟ ନିବେଦିତ ‘ଇସ୍କ ଟ୍ରାଫିକ’ ଚଳଚିତ୍ରର ରିଲିଜ ହେଲା ମ୍ୟୁଜିକ

August 7, 2025

ଦକ୍ଷିଣ ଏସିଆରେ କ୍ଷୁଦ୍ର ମତ୍ସ୍ୟଚାଷୀଙ୍କୁ ସଶକ୍ତ କରିବା ଏବଂ ପୋଷଣ ସୁରକ୍ଷା ପାଇଁ ଜଳଜୀବିକା ପ୍ରକଳ୍ପର ଶୁଭାରମ୍ଭ

August 7, 2025

କେନ୍ଦ୍ରାପଡ଼ା ଛାତ୍ରୀ ଆତ୍ମହତ୍ୟା ଘଟଣାର ଅନୁଧ୍ୟାନ ପାଇଁ ଆଜି ଘଟଣା ସ୍ଥଳ ଯିବ କଂଗ୍ରେସ ଟିମ

August 7, 2025
Latest News

ସବୁ ସରକାରୀ କୋଠା ହେବ କେସରୀ ରଂଗ, ପୁର୍ତ୍ତି ବିଭାଗ ରଂଗ ନମ୍ବର ସହିତ ପ୍ରକାଶ କଲା ବିଜ୍ଞପ୍ତି

August 7, 2025

ଗ୍ରୀନ ଚିଲିଜ ଏଣ୍ଟରଟେନମେଣ୍ଟ ନିବେଦିତ ‘ଇସ୍କ ଟ୍ରାଫିକ’ ଚଳଚିତ୍ରର ରିଲିଜ ହେଲା ମ୍ୟୁଜିକ

August 7, 2025

ଦକ୍ଷିଣ ଏସିଆରେ କ୍ଷୁଦ୍ର ମତ୍ସ୍ୟଚାଷୀଙ୍କୁ ସଶକ୍ତ କରିବା ଏବଂ ପୋଷଣ ସୁରକ୍ଷା ପାଇଁ ଜଳଜୀବିକା ପ୍ରକଳ୍ପର ଶୁଭାରମ୍ଭ

August 7, 2025

କେନ୍ଦ୍ରାପଡ଼ା ଛାତ୍ରୀ ଆତ୍ମହତ୍ୟା ଘଟଣାର ଅନୁଧ୍ୟାନ ପାଇଁ ଆଜି ଘଟଣା ସ୍ଥଳ ଯିବ କଂଗ୍ରେସ ଟିମ

August 7, 2025

ସଂସଦରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଦୁଇଟି ଐତିହାସିକ ସାମୁଦ୍ରିକ ବିଲ୍ ଗୃହୀତ

August 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.