Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୩୨ ବର୍ଷରେ ଶକ୍ତି ତନୟା ଶ୍ରଦ୍ଧା
ଆଜିର ଖବର

୩୨ ବର୍ଷରେ ଶକ୍ତି ତନୟା ଶ୍ରଦ୍ଧା

March 3, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
sraddhakapoor celebrates her 32 birthday celebration
sraddhakapoor celebrates her 32 birthday celebration

ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ଆଜି ୩୨ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୭ ମାର୍ଚ୍ଚ ୩ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍‌ର ବ୍ୟାଡ଼ମ୍ୟାନ୍‌ ଶକ୍ତିକପୁର୍‌ଙ୍କ ତନୟା ଶ୍ରଦ୍ଧା ବଲିଉଡ୍‌ରେ ନିଜର ଏକ ସ୍ଵତନ୍ତ୍ର ପରିଚିତି ସୃଷ୍ଟି କରିଛନ୍ତି । ୨୦୧୦ର ’ତିନି ପତି’ ଫିଲ୍ମରେ ଅଭିନୟ କରିଥିଲେ ମଧ୍ୟ ୨୦୧୧ରେ ଆସିଥିବା ‘ଲଭ୍‌ କା ଦ ଏଣ୍ଡ୍‌’ରେ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ ।  ୨୦୧୩ରେ ବଲିଉଡ୍‌ରେ ମୁକ୍ତିଲାଭ କରିଥିବା ‘ଆଶିକି ୨’ରେ ଆରୋହି ଚରିତ୍ରରେ ସେ ରାତାରାତି ଷ୍ଟାର୍‌ ପାଲଟିଯାଇଥିଲେ । ଏହି ଫିଲ୍ମ ପାଇଁ ଶ୍ରଦ୍ଧା ଫିଲ୍ମଫେୟାର୍‌ ଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର ହାତେଇଥିଲେ । ପରବର୍ତ୍ତୀ ସମୟରେ ‘ହାଇଦର୍‌’, ‘ଏକ୍‌ ଭିଲେନ୍‌’, ‘ଏବିସିଡ଼ି-୨’, ‘ଓକେ ଜାନୁ’, ‘ବାଗୀ’, ’ସ୍ତ୍ରୀ’, ‘ବତୀ ଗୁଲ୍‌ ମିଟ୍ଟର ଚାଲୁ’ ଆଦି ଫିଲ୍ମରେ ନଜର ଆସି ବେଶ୍‌ ସଫଳତା ସାଉଁଟିଛନ୍ତି । ଶ୍ରଦ୍ଧା ଏବେ ବାହୁବଲୀ ଫେମ୍‌ ପ୍ରଭାସଙ୍କ ସହ ‘ସାହୋ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି । ତାଙ୍କ ଜନ୍ମଦିବସ ଅବସରରେ  ସାହୋ’ ଫିଲ୍ମର ଏକ ଟିଜର୍‌ ରିଲିଜ୍‌ କରାଯାଇଛି । ସାହୋ ବ୍ୟତୀତ, ଷ୍ଟ୍ରିଟ୍‌ ଡ୍ୟାନ୍ସର୍‌, ସାଇନା ନେହ୍‌ୱାଲ୍‌ଙ୍କ ଜୀବନୀ ଆଦି ଫିଲ୍ମରେ ସେ ନଜର ଆସିବେ । ତେବେ ବଲିଉଡ୍‌ ଷ୍ଟାର୍‌ମାନେ ସବୁବେଳେ ତାଙ୍କ ରିୟଲ୍‌ ଲାଇଫ୍‌ ଠାରୁ ରିଲ୍‌ ଲାଇଫ୍‌କୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଥା’ନ୍ତି । ‘ଆଶିକି-୨’ର ଅଭିନେତା ଆଦିତ୍ୟ ରୟ କପୁର୍‌ଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିବାବେଳେ ନିକଟରେ ସେ ଅଭିନେତା ନିର୍ଦ୍ଦେଶକ ଫରହାନ୍‌ ଅଖତର୍‌ଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଥିଲେ । ତେବେ ଶ୍ରଦ୍ଧା ଦୁହିଁଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ପୂରାପୂରି ନିରବ ରହିଛନ୍ତି ।

shraddhakapoor thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଫାର୍ମାସିଷ୍ଟଙ୍କ ସଶକ୍ତୀକରଣ ନିମନ୍ତେ ଉନ୍ନତ ମାନର ଶିକ୍ଷା ଓ ନବସୃଜନର ଆବଶ୍ୟକତା: ସୋଆ ଉପସଭାପତି

September 26, 2026

ପ୍ରବଳ ବର୍ଷା ସତ୍ତ୍ୱେ ପୂର୍ବ ତଟ ରେଳପଥ ଦ୍ୱାରା ପୁନରୁଦ୍ଧାର କାର୍ଯ୍ୟ ଓ ଯାତ୍ରୀ ସୁବିଧାକୁ ଗୁରୁତ୍ୱ

September 26, 2026

ପ୍ରଧାନମନ୍ତ୍ରୀଙ୍କ ସ୍ମୃତିଚିହ୍ନର ଇ-ନିଲାମୀରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଝଲକ

September 26, 2026

‘ବିକଶିତ ଭାରତ’ର ସଂକଳ୍ପକୁ ଆଗେଇ ନେବ ନବୋନ୍ମେଷର ତରଙ୍ଗ: ପ୍ରହ୍ଲାଦ ଯୋଶୀ

September 26, 2026
Latest News

ଫାର୍ମାସିଷ୍ଟଙ୍କ ସଶକ୍ତୀକରଣ ନିମନ୍ତେ ଉନ୍ନତ ମାନର ଶିକ୍ଷା ଓ ନବସୃଜନର ଆବଶ୍ୟକତା: ସୋଆ ଉପସଭାପତି

September 26, 2026

ସଦସ୍ୟତା ରଦ୍ଦ ମାମଲା: ଅକ୍ଟୋବର ୮ ସୁଦ୍ଧା ଉତ୍ତର ରଖିବେ ସାୟୋନୀ ଘୋଷଙ୍କ ସମେତ ୨୦ ବିଦ୍ରୋହୀ ସାଂସଦ

September 26, 2026

ଜେନ୍-ଜି ଯୁବପିଢ଼ିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ‘ଭଜନ କ୍ଲବିଂ’: ଖଞ୍ଜଣି ବଜାଇ ଗାଇଲେ ଭଜନ

September 26, 2026

ପ୍ରବଳ ବର୍ଷା ସତ୍ତ୍ୱେ ପୂର୍ବ ତଟ ରେଳପଥ ଦ୍ୱାରା ପୁନରୁଦ୍ଧାର କାର୍ଯ୍ୟ ଓ ଯାତ୍ରୀ ସୁବିଧାକୁ ଗୁରୁତ୍ୱ

September 26, 2026

ପୁଣି କେନ୍ଦ୍ରର ବଡ଼ ନିଷ୍ପତ୍ତି: ୩ ରାଜ୍ୟରେ ଅକ୍ଟୋବର ୧ରୁ ବଢ଼ିଲା AFSPA ଅବଧି

September 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.