କରୋନା ମୃତ୍ୟୁସଂଖ୍ୟା 652କୁ ବୃଦ୍ଧି

Published: Apr 23, 2020, 9:00 am IST

ନୂଆଦିଲ୍ଲୀ : ଦେଶରେ ଲଗାତାର ଭାବରେ କରୋନା ସଂକ୍ରମିତ ସଂଖ୍ୟା ବଢିବାରେ ଲାଗିଛନ୍ତି। ଭାରତରେ ଏବେ ମୋଟ୍‌ 20,471ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ଏପର୍ଯ୍ୟନ୍ତ 652ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଦେଶରେ 3959 ଜଣ ସୁସ୍ଥ ହୋଇଛନ୍ତି।  ଗତ 24 ଘଣ୍ଟାରେ କରୋନା ଯୋଗୁଁ 49ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ନୂତନ 1486ଟି ମାମଲା ଆସିଛି । ଦେଶରେ କରୋନା ଯୋଗୁଁ ମହାରାଷ୍ଟ୍ରରେ ସର୍ବାଧିକ 251 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସେହିପରି ମଧ୍ୟପ୍ରଦେଶରେ 80, ଗୁଜୁରାଟରେ 95, ଦିଲ୍ଲୀରେ 47, ରାଜସ୍ଥାନରେ 25, ତେଲେଙ୍ଗାନାରେ 23, ରାଜସ୍ଥାନରେ 25, ତେଲେଙ୍ଗାନାରେ 23 ଜଣଙ୍କ ମୃତ୍ୟୁହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ରହିଛି ।

Related posts