Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କଲେ ଧର୍ମଗଡ ବ୍ରାହ୍ମଣ ସମାଜ
ଆଞ୍ଚଳିକ

ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କଲେ ଧର୍ମଗଡ ବ୍ରାହ୍ମଣ ସମାଜ

April 25, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ସାଂପ୍ରତିକ ସ୍ଥିତିରେ ସମଗ୍ର ଦେଶ କୋଭିଡ-୧୯ ସହ ସଂଗ୍ରାମ ଜାରି ରଖିଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ବିପର୍ଯ୍ୟୟ ପାଣ୍ଠିରୁ ଅନେକ ଯୋଜନା ପ୍ରଣୟନ କରୁଥିବା ଜଣାପଡିଛି। ଏହି ଅବସରରେ ବିଭିନ୍ନ ସାମାଜିକ ସଂସ୍ଥା ତଥା ବ୍ୟକ୍ତି ବିଶେଷ ପିଏମ କେଆରସ ପାଣ୍ଠିକୁ ଏବଂ ସିଏମଆରଏଫ ପାଣ୍ଠିକୁ ଅକୁଣ୍ଠିତ ଭାବରେ ସହଯୋଗ ରାଶି ଦାଖଲ କରୁଥିବା ଜଣାପଡିଛି। କଳାହାଣ୍ଡି ଜିଲ୍ଲାରେ ଜୟପାଟଣା ଅଂଚଳର ପ୍ରତ୍ୟେକ ବ୍ରାହ୍ମଣ ପରିବାରରୁ ଯଥା ସମ୍ଭବ ସହଯୋଗ ରାଶି ସଂଗ୍ରହ କରାଯାଇ ଜୟପାଟଣା ଆଂଚଳିକ ବ୍ରାହ୍ମଣ ସମାଜ ପକ୍ଷରୁ ୨୨ ହଜାର ଟଙ୍କା ସିଏମଆରଏଫକୁ ସହଯୋଗ ରାଶି ଦାଖଲ କରାଯାଇଛି।

ସେହିପରି କଳାହାଣ୍ଡି କୁଲତା ସମାଜ ପକ୍ଷରୁ ସବାପତି ହୁକୁମ ଭୋଇ, ସମ୍ପାଦକ ଯତୀନ୍ଦ୍ର ଭୋଇ ପ୍ରମୂଖ କେସିଙ୍ଗା ବିଡିଓଙ୍କ ମାଧ୍ୟମରେ ସିଏମଆରଏଫ କୁ ୧ ଲକ୍ଷ ୨୧ ହଜାର ଟଙ୍କା ଏବଂ ପିଏମ କେଆର ପାଣ୍ଠିକୁ ୫୧ ହଜାର ଟଙ୍କାର ଚେକ ପ୍ରଦାନ କରିଥିବା ଜଣାପଡିଛି। ସମଗ୍ର ଜିଲ୍ଲାରୁ ସ୍ୱେଚ୍ଛାକୃତ ଭାବେ କୁଲତା ସମାଜର ଲୋକେ ବ୍ୟକ୍ତିଗତ ବାବେ ଏହି ମହତ କାର୍ଯ୍ୟ ପାଇଁ ଅର୍ଥ ରାଶି ପ୍ରଦାନ କରିଥିବା ଜିଲ୍ଲା ସଭାପତି ହୁକୁମ ଭୋଇଙ୍କ ସୂତ୍ରରୁ ପ୍ରକାଶ। କଳାହାଣ୍ଡିର ବହୁ ବ୍ୟକ୍ତି ବିଶେଷ ନିଜ ନିଜ ସାମର୍ଥ୍ୟ ଅନୁସାରେ ସିଏମଆରଏଫ ଓ ପିଏମ କେଆର ପାଣ୍ଠିକୁ ସହେଯାଗ ରାଶି ପ୍ରଦାନ କରୁଥିବା ଜଣାପଡିଛି।

ଜୁନାଗଡ ବ୍ଲକ ବ୍ରାହ୍ମଣ ସମାଜ ର ୧୦ ହଜାର ଟଙ୍କା ସହଯୋଗ ରାଶିକୁ ମିଶାଇ ଧର୍ମଗଡ ଉପଖଣ୍ଡ ବ୍ରାହ୍ମଣ ସମାଜ ପକ୍ଷରୁ ସିଏମଆରଏଫ ଓ ପିଏମ କେଆରସ ପାଣ୍ଠିକୁ ୫୧ ହଜାର ଟଙ୍କା ଲେଖାଏଁ ସହେଯାଗ ରାଶି ସଭାପତି ଜନାର୍ଦନ ପଣ୍ଡାଙ୍କ ଦ୍ୱାରା ଭବାନୀପାଟଣା କଲେଜ ଛକସ୍ଥିତ ଏସବିଆଇ ଶାଖାରେ ଦାଖଲ କରାଯାଇଥିବା ଜଣାପଡିଛି।

ଅନ୍ୟ ପକ୍ଷରେ କିଛି ପଦବୀ ଲାଳାୟିତ ସଂକୀର୍ଣ୍ଣ ମନୋଭାବାପନ୍ନ ବ୍ୟକ୍ତି ବିଶେଷ ମାନେ ବ୍ରାହ୍ମଣ ସମାଜ ସଙ୍ଗଠନକୁ ନିଜ ହାତମୁଠାରେ ରଖିବା ଉଦ୍ଦେଶ୍ୟରେ ଅନ୍ୟାନ୍ୟ ଦକ୍ଷ ଓ ବିଜ୍ଞ ଲୋକ ମାନଙ୍କୁ ମଧ୍ୟ ସାମିଲ କରୁନଥିବା ଏବଂ କମ ଲୋକଙ୍କୁ ଡାକି କମିଟି ଗଠନ କରିଦେଉଥିବା ହେତୁ ପ୍ରତ୍ୟେକ ବ୍ରାହ୍ମଣ ପରିବାର ଏଥିରେ ସାମିଲ ହେଉନଥିବା ଚିତ୍ର ସ୍ପଷ୍ଟ ହୋଇଯାଇଥିବା ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି। ଯେହେତୁ ସାମୁହିକ ଭାବେ ସମସ୍ତ ପରିବାର ସାମିଲ ହୋଇ କମିଟି ଗଠିତ ହୋଇଥିଲେ ପ୍ରତ୍ୟେକ ସଭ୍ୟପରିବାରର ଯଥାଶକ୍ତି ସହଯୋଗ ରହୁଥାନ୍ତା କିନ୍ତୁ ସାର୍ବଜନୀନ ଭାବେ ହୋଇନଥିବାରୁ ସମସ୍ତଙ୍କ ସହଯୋଗ ରହୁନଥିବା ବିଷୟ ସ୍ପଷ୍ଟ ହୋଇଯାଇଥିବା ଆଲୋଚନା ହେଉଛି। ଏହାଛଡା ଅନ୍ୟ ବ୍ରାହ୍ମଣ ପରିବାର ପକ୍ଷରୁ ବ୍ୟକ୍ତିଗତ ଭାବେ ଯେଉଁ ରାଶି ସିଏମଆରଏଫ ଓ ପିଏମ କେଆରସ ପାଣ୍ଠିକୁ ପ୍ରଦାନ କରୁଛନ୍ତି ସେସବୁ ଏଥିରେ ସାମିଲ ହୋଇନଥିବାରୁ  ସମାଜର ପାଣ୍ଠି ପରିମାଣ କମ ହୋଇଯାଇଥିବା ଅସମର୍ଥିତ ଆକଳନରୁ ପ୍ରକାଶ।

cm relief fund dharmagarh donate
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କ ବିୟୋଗରେ ସ୍ମୃତି ଚ଼ାରଣ ସଭା

February 27, 2026

ନାକଟିଦେଉଳରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ସଭା

February 24, 2026

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ଗାଲୁଆ ଗ୍ରାମ ପଂଚାୟତରେ ‘ପଲ୍ଲୀରେ ପ୍ରଶାସନ’ ଜନଶୁଣାଣି

February 23, 2026
Latest News

ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରବୋଧନ ଶିକ୍ଷା ତାଲିମ କେନ୍ଦ୍ର ପରିଦର୍ଶନ

February 27, 2026

ଚିଲିକା ହ୍ରଦର ପୁନରୁଦ୍ଧାର ପଦକ୍ଷେପ ପାଇଁ ଆଇନ ମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ

February 27, 2026

ସାମାଜିକ ଅନୁଷ୍ଠାନ ‘ସିଟିଜେନ୍ ୱେଭ୍ ମିଡିଆ’ ପକ୍ଷରୁ ଗଣ-ପଦଯାତ୍ରା

February 27, 2026

ଦାଦା ବଟି ନଦେବାରୁ ଠିକାଦାରଙ୍କୁ ଆକ୍ରମଣ ଅଭିଯୋଗ

February 27, 2026

ଡିଏମକେରେ ଯୋଗଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ପନ୍ନିରସେଲଭମ

February 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.