Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗର୍ଭବତୀ ମହିଳାଙ୍କଠାରୁ ସଂକ୍ରମିତ ହେଲେ 32 ଜଣ ସ୍ବାସ୍ଥ୍ୟ କର୍ମୀ,ଦିଲ୍ଲୀର କେଉଁ ହସ୍ପିଟାଲରେ କେତେ ଜଣ ସ୍ବାସ୍ଥ୍ୟକର୍ମୀ ହୋଇଛନ୍ତି ସଂକ୍ରମିତ
ଆଜିର ଖବର

ଗର୍ଭବତୀ ମହିଳାଙ୍କଠାରୁ ସଂକ୍ରମିତ ହେଲେ 32 ଜଣ ସ୍ବାସ୍ଥ୍ୟ କର୍ମୀ,ଦିଲ୍ଲୀର କେଉଁ ହସ୍ପିଟାଲରେ କେତେ ଜଣ ସ୍ବାସ୍ଥ୍ୟକର୍ମୀ ହୋଇଛନ୍ତି ସଂକ୍ରମିତ

April 27, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଦିଲ୍ଲୀର ରୋହିଣୀ ସ୍ଥିତି ଅମ୍ବେଦକର ହସ୍ପିଟାଲର 32 ଜଣ ସ୍ବାସ୍ଥ୍ୟକର୍ମୀଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ଏଥିରେ ଡାକ୍ତର ଓ ନର୍ସ ମଧ୍ୟ ସାମିଲ୍‌ ରହିଛନ୍ତି। କିଛି ଦିନ ପୂର୍ବରୁ ଏହି ହସ୍ପିଟାଲକୁ ଜଣେ କରୋନା ସଂକ୍ରମିତ ଗର୍ଭବତୀ ମହିଳା ଆସିଥିଲେ। ସେ ତାଙ୍କ ରୋଗ ସମ୍ପର୍କରେ ଲୁଚାଇଥିଲେ। ପରେ ଏହି ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଗର୍ଭବତୀ ମହିଳାଙ୍କ ସମ୍ପର୍କରେ ଆସି ହସ୍ପିଟାଲର 32 ଜଣ ସ୍ବାସ୍ଥ୍ୟ କର୍ମୀ କରୋନାରେ ସଂକ୍ରମିତ ହୋଇଛନ୍ତି।

ଦିଲ୍ଲୀର ବହୁ ହସ୍ପିଟାଲରେ ସ୍ବାସ୍ଥ୍ୟ କର୍ମୀମାନେ କରୋନା ଦ୍ବାରା ସଂକ୍ରମିତ ହୋଇଛନ୍ତି। ତେବେ ଆସନ୍ତୁ ନଜର ପକାଇବା କେଉଁ ହସ୍ପିଟାଲରେ କେତେ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି ।

  • ଏମସ୍‌ରେ ଦୁଇଟି ନର୍ସ ଓ ଜଣେ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି।
  • ସଫଦରଗଞ୍ଜ ହସ୍ପିଟାଲରେ 7 ଜଣ ଡାକ୍ତର ଓ 2 ନର୍ସଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି।
  • ବାବୁ ଜଗଜୀବନ ରାମ ହସ୍ପିଟାଲରେ 65 ଜଣ ସ୍ବାସ୍ଥ୍ୟ କର୍ମୀ କରୋନାରେ ସଂକ୍ରମିତ ହୋଇଛନ୍ତି ।
  • ରାଜୀବ ଗାନ୍ଧି କ୍ୟାନସର ହସ୍ପିଟାଲର ତିନି ଜଣ ଡାକ୍ତରଙ୍କ ସମେତ 21 ଜଣ କର୍ମଚାରୀଙ୍କଠାରେ କରୋନା ପଜିଟିଭ୍‌ ମିଳିଛି ।
  • ଲେଡି ହାର୍ଡିଙ୍ଗ୍ ହସ୍ପିଟାଲର 2 ଡାକ୍ତରଙ୍କ ସମେତ 6 ଜଣ ନର୍ସଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।
  • କଲାବତୀ ଶରଣ ହସ୍ପିଟାଲରେ ଦୁଇ ଡାକ୍ତର କରୋନାରେ ସଂକ୍ରମିତ ହୋଇଛନ୍ତି ।
  • ସେହିପରି ମହୋଲ୍ଲା କ୍ଲିନିକ୍‌ ବାବରପୁର ଓ ମୌଜପୁର ଜଣେ ଜଣେ ଡାକ୍ତର କରୋନା ସଂକ୍ରମଣର ଶିକାର ହୋଇଛନ୍ତି ।

ସୂଚନାଯୋଗ୍ୟ, ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା 2918ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 54ରେ ପହଞ୍ଚିଛି ।

corona delhi infected
Share. Facebook Twitter LinkedIn Email WhatsApp Copy Link

Related Posts

ଓୟୁଟିଆରରେ ଇଞ୍ଜିନିୟର୍ସ କପ୍‌: ସୋଆର ସଫଳତା

February 5, 2026

ଆଜି ଦିଲ୍ଲୀ ଏବଂ ବେଙ୍ଗାଲୁରୁ ମଧ୍ୟରେ WPL- 2026 ଫାଇନାଲ୍: କିଛି ସମୟ ପରେ ହେବ ମହାମୁକାବିଲା

February 5, 2026

ଆଗାମୀ ଦୁଇରୁ ତିନି ଦଶନ୍ଧି ମଧ୍ୟରେ ଭାରତ ୩୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ: ମୁକେଶ ଅମ୍ବାନୀ

February 5, 2026

ଫେବୃଆରୀରୁ ବଦଳିଲା UPI କାରବାର ପଦ୍ଧତି: ଜାଣନ୍ତୁ ନୂତନ ନିୟମ

February 5, 2026
Latest News

ଓୟୁଟିଆରରେ ଇଞ୍ଜିନିୟର୍ସ କପ୍‌: ସୋଆର ସଫଳତା

February 5, 2026

ଆଜି ଦିଲ୍ଲୀ ଏବଂ ବେଙ୍ଗାଲୁରୁ ମଧ୍ୟରେ WPL- 2026 ଫାଇନାଲ୍: କିଛି ସମୟ ପରେ ହେବ ମହାମୁକାବିଲା

February 5, 2026

“ଭାରତ ରୁଷରୁ ତେଲ କିଣିବ ନାହିଁ”: ଜାଣନ୍ତୁ ଟ୍ରମ୍ପଙ୍କ ଦାବି ଉପରେ ଭାରତ କ’ଣ କହିଲା?

February 5, 2026

ଆଗାମୀ ଦୁଇରୁ ତିନି ଦଶନ୍ଧି ମଧ୍ୟରେ ଭାରତ ୩୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ: ମୁକେଶ ଅମ୍ବାନୀ

February 5, 2026

ପୁନର୍ବାର ହେବ ବିହାର ନିର୍ବାଚନ?: ସୁପ୍ରିମକୋର୍ଟରେ ଏହି ଅଭିଯୋଗ କଲା ପ୍ରଶାନ୍ତ କିଶୋରଙ୍କ ଜନସୁରାଜ

February 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.