ଭାରତରେ 46 ହଜାର ଅତିକ୍ରମ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: 24 ଘଣ୍ଟାରେ 3900 ନୂତନ ଆକ୍ରାନ୍ତ

Published: May 5, 2020, 4:38 pm IST

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନାର ଭୟାବହତା ବଢିବାରେ ଲାଗିଛି। ବିଗତ 24 ଘଣ୍ଟା ମଧ୍ୟରେ ନୂତନ ଭାବରେ 3900 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 46 ହଜାର ଅତିକ୍ରମ କରିଛି। ଦେଶରେ ସୁମଦାୟ ଆକ୍ରାନ୍ତଙ୍କ ସଂଖ୍ୟା 46433ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନ ମଧ୍ୟରେ ସର୍ବାଧିକ 195ଟି ମୃତ୍ୟୁ ଘଟିଥିବା ବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା 1568ରେ ପହଞ୍ଚିଛି। ସେହିପରି ଆରୋଗ୍ୟ ଲାଭ କରୁଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ସନ୍ତୋଷଜନକ ରଖାଯାଇଛି। ବିଗତ 24 ଘଣ୍ଟା ମଧ୍ୟରେ 1020 ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ବେଳେ ଆରୋଗ୍ୟ ହାର 27.41 ପ୍ରତିଶତ ରହିଛି।

Related posts