ଅହମ୍ମଦାବାଦଠାରେ 21 ଜଣ ପରିବାବିକାଳୀ କରୋନାରେ ସଂକ୍ରମିତ

Published: May 5, 2020, 11:49 pm IST

ଅହମ୍ମଦାବାଦ : ଦେଶରେ କରୋନା ମାମଲା ବଢିବାରେ ଲାଗିଛି । ଦେଶରେ ମହରାଷ୍ଟ୍ରରେ ସର୍ବାଧିକ ମାମଲା ଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ରହିଛି । ମହାରାଷ୍ଟ୍ର ପରେ ଏବେ ଗୁଜୁରାଟ ଦ୍ବିତୀୟ ସର୍ବାଧିକ ଆକ୍ରାନ୍ତ ରାଜ୍ୟ ଭାବେ ଉଭା ହୋଇଛି । ଗୁଜୁରାଟର ଅହମ୍ମଦାବାଦରେ କରୋନା ମାମଲା ବୃଦ୍ଧି ହେଉଥିବାରୁ ପୋଲିସ୍‌ ଓ ସ୍ବାସ୍ଥ୍ୟ ବିଭାଗ ଆଲର୍ଟ କରିବା ସହିତ ଲୋକଙ୍କୁ ଘରେ ରହିବାକୁ ଆଦେଶ ଦେଇଛନ୍ତି । ଗତ କିଛି ଦିନ ହେବ ପରିବା ବିକ୍ରି କରୁଥିବା ବିକାଳୀମାନଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି । ଅହମ୍ମଦାବାଦର ଭାଇପୁରା ଓ ହରିପୁରାଠାରେ 21 ଜଣ ପରିବାବିକାଳୀଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି । ଏହା ପରେ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଛି ।  ଗୋଟିଏ ଅଞ୍ଚଳର ଏତେ ସଂଖ୍ୟକ ପରିବାବିକାଳୀଙ୍କଠାରେ କରୋନା ପଜିଟିଭ୍‌ ଆସିବା ପରେ ରାଜ୍ୟରେ ଚିନ୍ତା ବଢିଯାଇଛି । ହରିପୁରା ଅଞ୍ଚଳର ସମସ୍ତ ପରିବା ବିକାଳୀଙ୍କ ପରିବାର ସଦସ୍ୟଙ୍କୁ କ୍ବାରେଣ୍ଟାଇନ କରାଯାଇଛି । ପୂରା ଅଞ୍ଚଳକୁ ସାନିଟାଇଜେସନ୍‌ କରାଯିବା ସହିତ ଘରେ ଲୋକଙ୍କୁ ରହିବାକୁ ନିବେଦନ କରାଯାଇଛି ।

ସେହିପରି ଅହମଦାବାଦ ସ୍ଥିତ ସାବରତୀ ଜେଲ୍‌ରେ ମଧ୍ୟ କରୋନା ସଂକ୍ରମଣର ମାମଲା ସାମ୍ନାକୁ ଆସିଛି ।  ଗୁଜୁରାଟରେ 5000ରୁ ଉର୍ଦ୍ଧ୍ବ ସଂକ୍ରମିତ ରହିଥିବାବେଳେ 319 ଜଣଙ୍କର ମୃତ୍ୟୁ ହୋଇଛି ।

Related posts