Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲକଡାଉନ ସମୟରେ ବେସାହାରା ଶ୍ରମିକଙ୍କୁ ଉପାର୍ଜନ ଯୋଗାଇଛି ଏମଜିଏନଆରଇଜିଏସ
ଆଜିର ଖବର

ଲକଡାଉନ ସମୟରେ ବେସାହାରା ଶ୍ରମିକଙ୍କୁ ଉପାର୍ଜନ ଯୋଗାଇଛି ଏମଜିଏନଆରଇଜିଏସ

May 8, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣ କାରଣରୁ ସାରା ଦେଶରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକଡାଉନ ଜାରି କରାଯାଇଛି । ଏହି ସମୟରେ କାମଧନ୍ଦା ନପାଇ ବେସାହାରା ହୋଇପଡ଼ିଥିବା ଶ୍ରମିକଙ୍କୁ ସାହାରା ଦେଇଛି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମଜିଏନଆରଇଜିଏସ) । ଲକଡାଉନ କାରଣରୁ ଦେଶର ଶ୍ରମିକ ଶ୍ରେଣୀର ଲୋକଙ୍କୁ ଅଧିକ ଆର୍ଥିକ ଲାଭ ସହିତ କର୍ମସଂସ୍ଥାନ ଯୋଗାଇ ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏହି ଯୋଜନାରେ ଦୈନିକ ମଜୁରି ୨୦ ଟଙ୍କା ଲେଖାଏଁ ବୃଦ୍ଧି କରିଥିଲେ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଏହି ବୃଦ୍ଧି କରାଯାଇଥିଲା । ଏ ସଂକ୍ରାନ୍ତରେ ଏପ୍ରିଲ ମାସରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଯାବତ ସାରା ଦେଶରେ ଏହି ଯୋଜନାରେ ମୋଟ ୫.୯୭ କୋଟି ଶ୍ରମ ଦିବସ ସୃଷ୍ଟି କରାଯାଇସାରିଲାଣି । ମଜୁରି ଓ ବିଭିନ୍ନ ସାମଗ୍ରୀ ବାବଦ ବକେୟା ଅର୍ଥ ଶ୍ରମିକଙ୍କୁ ପ୍ରଦାନ କରିବା ଲାଗି ବର୍ତମାନସୁଦ୍ଧା ରାଜ୍ୟ ସରକାରଙ୍କୁ ୨୧,୦୩୨ କୋଟି ଟଙ୍କା ଯୋଗାଇ ଦିଆଯାଇଛି ।

ଏମଜିଏନଆରଇଜିଏସର ଯୋଜନା କାର୍ଯ୍ୟକାରୀ ହେବା ଫଳରେ କର୍ମସଂସ୍ଥାନ ପାଇଥିବା ଦେଶର ଶ୍ରମିକମାନେ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ଇତିମଧ୍ୟରେ ଜବକାର୍ଡଧାରୀ ଶ୍ରମିକମାନେ ଏହି ଯୋଜନାରେ କାମ ପାଇପାରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରୁ ଏବେ ଶ୍ରମିକମାନଙ୍କର ପ୍ରତିକ୍ରିୟା ହସ୍ତଗତ ହୋଇଛି । ଗଜପତି ଜିଲ୍ଲା ଗୋସାଣି ବ୍ଲକ କତଲକଇଠା ପଂଚାୟତର ଜନଜାତି ବହୁଳ ଇଲାକା ମାର୍କଡ଼ା ଗ୍ରାମର ଲୋକମାନେ ଏମଜିଏନଆରଇଜିଏସ ଯୋଜନାରେ କାମ ପାଇ ଖୁସି ବ୍ୟକ୍ତ କରିଛନ୍ତି । ଅତ୍ୟନ୍ତ ଗରିବ ଶ୍ରେଣୀର ଏହି ଶ୍ରମିକମାନେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଆମେ ବହୁତ ଗରିବ ଶ୍ରେଣୀର। ଲକଡାଉନ ସମୟରେ ଆମର ସବୁ କାମଧନ୍ଦା ବନ୍ଦ ହୋଇଗଲା। ଦୀର୍ଘଦିନ ଧରି ଏଭଳି ଦୁର୍ଦ୍ଦିନ ସମୟରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଥିଲା । ଏଭଳି ସ୍ଥିତିରେ ଗାଁ ପାଖରେ ଏମଜିଏନଆରଇଜିଏସ ଯୋଜନାରେ କାମ ମିଳିବା ଯୋଗୁ ଆମକୁ ବେଶ ଆଶ୍ୱସ୍ତି ମିଳିଛି। ଆମର ଅସୁବିଧା ପ୍ରତି ଧ୍ୟାନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ପ୍ରତି ଆମେ କୃତଜ୍ଞ ।

ମର୍କଡ଼ା ଗ୍ରାମର ହିତାଧିକାରୀମାନେ ଗାଁ ଉପକଣ୍ଠରେ ଥିବା ଖାଲୁଆ ଜାଗାରେ ପୋଖରୀ ଖେଳୁଛନ୍ତି । ଗାଁ ପାଖରେ ଥିବା ଶତାଧିକ ଏକର ଚାଷ ଜମିକୁ ଏଠାରୁ ଜଳସେଚନ କରାଯିବ। ଏହି କାମରେ ମୋଟ ୧୮ ଜଣ ମହିଳା ଓ ପୁରୁଷ ଶ୍ରମିକ ନିୟୋଜିତ ରହିଛନ୍ତି । ସେମାନେ ମୁହଁରେ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରି କାମ କରୁଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇ ଜଣ ଶ୍ରମିକ ଶିପନୀୟ ଶବର ଓ ସୁଧୀର ଶବର ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଲକଡାଉନ ଭଳି ଦୁର୍ଦ୍ଦିନରେ ଆମର କାମଧନ୍ଦା ବନ୍ଦ ହୋଇଯାଇଥିଲା । ପରିବାର ଚଳାଇବା କଷ୍ଟକର ହୋଇପଡ଼ିଥିଲା । ଆମକୁ କାମ ଓ ବର୍ଦ୍ଧିତ ମଜୁରି ଦେବା କାରଣରୁ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଉଛୁ ।

 

Share. Facebook Twitter LinkedIn Email WhatsApp Copy Link

Related Posts

ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ରଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ

October 5, 2025

ଦାର୍ଜିଲିଂ ଭୂସ୍ଖଳନ: ଏପର୍ଯ୍ୟନ୍ତ ୧୭ ମୃତ, ଉଦ୍ଧାର କାର୍ଯ୍ୟ ଜାରି

October 5, 2025

ODIରେ ଅଷ୍ଟ୍ରେଲିଆର ହରଜସ୍ ଙ୍କ ବିସ୍ଫୋରକ ଇନିଂସ: ୩୫ ଛକା ସହିତ ଖେଳିଲେ ତ୍ରିଶତକୀୟ ପାଳି

October 5, 2025

ଦୀପାବଳି ପାଇଁ ଜିଓ ଆଣିଲା ଜବରଦସ୍ତ ଅଫର, ୪ଜି ମୋବାଇଲ ଫୋନ ଦାମ୍ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

October 5, 2025
Latest News

ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ରଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ

October 5, 2025

ଦାର୍ଜିଲିଂ ଭୂସ୍ଖଳନ: ଏପର୍ଯ୍ୟନ୍ତ ୧୭ ମୃତ, ଉଦ୍ଧାର କାର୍ଯ୍ୟ ଜାରି

October 5, 2025

ପୁନରୁଦ୍ଧାର ହେବ ଭାଗବତ ଟୁଙ୍ଗି, ଘରେ ଘରେ ପହଞ୍ଚିବ ଭାଗବତ: ମୁଖ୍ୟମନ୍ତ୍ରୀ

October 5, 2025

“ପାକିସ୍ତାନର ବଦଳିଯିବ ଇତିହାସ ଏବଂ ଭୂଗୋଳ,”: ରାଜନାଥ ସିଂହଙ୍କ ପାକିସ୍ତାନକୁ ଚେତାବନୀ

October 5, 2025

ODIରେ ଅଷ୍ଟ୍ରେଲିଆର ହରଜସ୍ ଙ୍କ ବିସ୍ଫୋରକ ଇନିଂସ: ୩୫ ଛକା ସହିତ ଖେଳିଲେ ତ୍ରିଶତକୀୟ ପାଳି

October 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.