ଭୋପାଳରେ କରୋନା ଜନିତ ପ୍ରଥମ ତୃତୀୟଲିଙ୍ଗଙ୍କ ମୃତ୍ୟୁ

Published: May 10, 2020, 9:55 am IST

ଇନ୍ଦୋର : ଭୋପାଳରେ କରୋନା ଯୋଗୁଁ ପ୍ରଥମ କ୍ଲୀବଲିଙ୍ଗଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ବୟସ 40 ବର୍ଷ ହୋଇଥିବାବେଳେ ସେ କୋଲିପୁର ଅଞ୍ଚଳର ବୋଲି ଜଣାପଡିଛି । ନିଃଶ୍ବାସ ଜନିତ କଷ୍ଟ ଅନୁଭବ କରି ଦୁଇ ଦିନ ତଳେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।ଶନିବାର ଦିନ ଭୋପାଳରେ କରୋନା ଯୋଗୁଁ ପ୍ରଥମ ତୃତୀୟ ଲିଙ୍ଗଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି ।

ମଧ୍ୟପ୍ରଦେଶରେ କରୋନା ମାମଲା ବଢିବାରେ ଲାଗିଛି । ସ୍ବାସ୍ଥ୍ୟ ବିଭାଗ ଅନୁସାରେ ମିଳିଥିବା ସୂଚନା ଅନୁସାରେ ଗତକାଲି କରୋନା ଜନିତ 11ଟି ମାମଲା ସାମ୍ନାକୁ ଆସିଛି । ରାଜ୍ୟରେ ସର୍ବମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 3,457କୁ ବୃଦ୍ଧି ହୋଇଥିବାବେଳେ ଶନିବାର ଦିନ କରୋନା ଯୋଗୁଁ 29 ଜଣଙ୍କର ମୃତ୍ୟୁ ହୋଇଛି । । ରାଜ୍ୟର କରୋନା ଜନିତ ମୃତ୍ୟୁ ସଂଖ୍ୟା 211ରେ ପହଞ୍ଚିଛି ।

ସେହିପରି ରାଜ୍ୟର ହଟସ୍ପଟ୍‌ ଭାବେ ଚିହ୍ନିତ ଇନ୍ଦୋରରେ ଗତକାଲି 53ଟି କେସ୍‌ ସାମ୍ନାକୁ ଆସିଥିବାବେଳେ ଶ ଏଠାରେ ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟା 1780ରେ ପହଞ୍ଚିଛି ।  ସେହିପରି ଏହି ସହରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 87ରେ ପହଞ୍ଚିଛି ।

ସେହିପରି ମଧ୍ୟପ୍ରଦେଶରେ ରାଜଧାନୀ ଭୋପାଳ ରେଡ୍‌ ଜୋନ୍‌ରେ ରହିଥିବାବେଳେ ଏଠାରୁ ଗତକାଲି 25ଟି ନୂତନ କେସ୍‌ ସାମ୍ନାକୁ ଆସିଥିଲା । ଭୋପାଳରେ ଏବେ ସର୍ବମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା 700 ଟପିଛି।  ରାଜ୍ୟର ସର୍ବାଧିକ କରୋନା ଆକ୍ରାନ୍ତ ଇନ୍ଦୋର, ଭୋପାଳ, ଜବଲପୁର, ରାଇସିନ୍‌ ଓ ଖଣ୍ଡଓ୍ବା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତ । (ଏଜେନ୍ସି)

Related posts