ଚିକିତ୍ସାଧୀନ ମା’ଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ଡାକ୍ତରଖାନାରେ ଜୀବନ ହାରିଲା ଝିଅ

Published: May 10, 2020, 12:19 pm IST

ନୂଆଦିଲ୍ଲୀ : ଦୁନିଆର ସବୁଠୁ ନିରାପଦ ସ୍ଥାନ ହେଉଛି ମା’ର କୋଳ। ମା’ର ହାତ ମୁଣ୍ଡ ଉପରୁ ଚାଲିଗଲେ ମଣିଷ ଅସହାୟ ପାଲଟିଯାଏ। ମା’ ଆଉ ସନ୍ତାନର ସମ୍ପର୍କ ଅନନ୍ୟ। ମା ପାଇଁ ଜଣେ ସନ୍ତାନ ଆତ୍ମହତ୍ୟା କରିଥିବା ଭଳି ଏକ ଅଭାବନୀୟ ଘଟଣା ଶୁଣିବାକୁ ମିଳିଛି । ମା’ର ମୃତ୍ୟୁଖବର ସହ୍ୟ କରିନପାରି ଜଣେ ଯୁବତୀ ନିଜ ଜୀବନ ଶେଷ କରିଦେଇଛି ।

ମିଳିଥିବା ସୂଚନା ଅନୁସାରେ ଦେଶର ରାଜଧାନୀ ଦିଲ୍ଲୀର ଏମ୍‌ସ୍‌ଠାରେ 23 ବର୍ଷୀୟ ଜଣେ ଯୁବତୀ ମା’ଙ୍କ ମୃତ୍ୟ ଖବରକୁ ସହି ନପାରି ଆତ୍ମହତ୍ୟା କରିଛନ୍ତି।  ଯୁବତୀଙ୍କ ମା’ଙ୍କ କ୍ୟାନସରରେ ପୀଡିତ ଥିବାବେଳେ ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ରହିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମା’ଙ୍କର ମୃତ୍ୟୁ ହୋଇଥିଲା। ମାଙ୍କ ମୃତ୍ୟୁ ଖବରକୁ ସହ୍ୟ କରି ନପାରି ଶୁକ୍ରବାର ଦିନ ବିଳମ୍ବିତ ରାତ୍ରିରେ ଯୁବତୀ ଜଣକ ଆତ୍ମହତ୍ୟା କରିଥିବାର ସୂଚନା ରହିଛି। ଶନିବାର ସକାଳୁ କର୍ମଚାରୀମାନେ ଏମ୍‌ସର ଛାତ ଉପରେ ଯୁବତୀଙ୍କ ଶବ ପଡିଥିବାର ଦେଖିଥିଲେ। ପୋଲିସ୍‌ ଶବକୁ ଜବତ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Related posts