ନୂଆଦିଲ୍ଲୀ : କରୋନା ଲଢେଇ ପାଇଁ ଗଠନ ହୋଇଥିବା ପିଏମ୍ କେୟାର୍ସ ଫଣ୍ଡକୁ ନେଇ ବିରୋଧୀ ମୋଦି ସରକାରଙ୍କୁ ଟାର୍ଗେଟ୍ କରି ଆସୁଛନ୍ତି । ଏହି ଫଣ୍ଡ୍ର ଅଡିଟ୍ ହେବା ପାଇଁ ଦାବି ମଧ୍ୟ ଜଣାଇଛି କଂଗ୍ରେସ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ପିଏମ୍ କେୟାର୍ସ ଫଣ୍ଡର ଅର୍ଥ ଆବଣ୍ଟନ ହେବାର ସୂଚନା ଦିଆଯାଇଛି।
ପ୍ରବାସୀ ଶ୍ରମିକଙ୍କ ପାଇଁ 1 ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରାଯାଇଛି । ଏହି ଅର୍ଥ 1ହଜାର ପିଏମ୍ କେୟାର୍ସ ଫଣ୍ଡରୁ ଖର୍ଚ୍ଚ କରାଯିବ । କରୋନା ଲଢେଇ ପାଇଁ ଗଠନ ହୋଇଥିବା ପିଏମ୍ କେୟାର୍ସ ଫଣ୍ଡରୁ ଆଉ ଦୁଇ ହଜାର କୋଟି ଟଙ୍କା ଭେଣ୍ଟିଲେଟ୍ର ପାଇଁ ଖର୍ଚ୍ଚ କରାଯିବ ବୋଲି ସୂଚନା ରହିଛି ।
ପିଏମ୍ଓଙ୍କ କାର୍ଯ୍ୟାଳୟ ପକ୍ଷରୁ ହୋଇଥିବା ଘୋଷଣା ଅନୁଯାୟୀ ପିଏମ୍ କେୟାର୍ସ ପାଣ୍ଠିରୁ ପ୍ରାଥମିକ ଭାବେ କୋଭିଡ୍ ମୁକାବିଲ ପାଇଁ 3100 କୋଟି ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଅର୍ଥରୁ 2ହଜାର କୋଟିଟଙ୍କା ଭେଣ୍ଟିଲେଟ୍ର ପାଇଁ ଖର୍ଚ୍ଚ କରାଯିବ । ସେହିପରି ପ୍ରବାସୀ ଶ୍ରମିକମାନଙ୍କ ପାଇଁ 1 ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ସେହିପରି ବଳକା 100 କୋଟି ଟଙ୍କା କୋଭିଡ-19 ଭ୍ୟାକ୍ସିନ୍ ପାଇଁ ଆରମ୍ଭ ହୋଇଥିବା ପରୀକ୍ଷା ପାଇଁ ଖର୍ଚ୍ଚ କରାଯିବ ।
ମାର୍ଚ୍ଚ 27, 2020ରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଏହି ଟ୍ରଷ୍ଟ ଗଠନ କରାଯାଇଥିଲା । ଏହି ଟ୍ରଷ୍ଟରେ ଅନ୍ୟତମ ସଦସ୍ୟ ଭାବରେ ରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହ ମନ୍ତ୍ରୀ ଅମିତ ଶାହା ଓ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ରହିଛନ୍ତି । କରୋନା ସହ ଲଢେଇ ପାଇଁ ପ୍ରଧାନମନ୍ତ୍ରୀ ପିଏମ୍ କେୟାର୍ସ ଫଣ୍ଡରେ ସାହାଯ୍ୟ କରିବାକୁ ନିବେଦନ କରିଥିଲେ । କରୋନା ସହ ଲଢେଇ ପାଇଁ 2 ହଜାର କୋଟି ଟଙ୍କାରେ 50 ହଜାର ଭେଣ୍ଟିଲେଟ୍ର କ୍ରୟ କରାଯିବ । ଏହି ଭେଣ୍ଟିଲେଟର ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ପ୍ରଦେଶରେ ସରକାରଙ୍କ ଦ୍ବାରା ସଞ୍ଚାଳିତ ହେଉଥିବା କୋଭିଡ୍-19 ହସ୍ପିଟାଲକୁ ଦିଆଯିବ । (ଏଜେନ୍ସି)