Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ଅପଡେଟ୍‌ :  ଜାଣନ୍ତୁ ରାଜ୍ୟର କେଉଁ ଜିଲ୍ଲାରେ କିପରି ରହିଛି ସ୍ଥିତି
ଆଜିର ଖବର

କରୋନା ଅପଡେଟ୍‌ :  ଜାଣନ୍ତୁ ରାଜ୍ୟର କେଉଁ ଜିଲ୍ଲାରେ କିପରି ରହିଛି ସ୍ଥିତି

May 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ରାଜ୍ୟର ସର୍ବମୋଟ 21ଟି ଜିଲ୍ଲାକୁ କରୋନା ବ୍ୟାପିଥିବାବେଳେ  ଆଜି ରାଜ୍ୟରେ ନୂଆ 65 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ନୂତନ ଆକ୍ରାନ୍ତଙ୍କ ଚିହ୍ନଟ ପରେ ଏବେ ରାଜ୍ୟରେ ସଂକ୍ରମିତ ହୋଇଥିବା ଜିଲ୍ଲାଗୁଡିକରେ କରୋନା ସ୍ଥିତି କିପରି ରହିଛି ଆସନ୍ତୁ ନଜର ପକାଇବା।

ଆଜି ଗଞ୍ଜାମରୁ 13 ଚିହ୍ନଟ ପରେ ପଜିଟିଭ୍‌ ସଂଖ୍ୟା 277ରେ ପହଞ୍ଚିଛି। ଜିଲ୍ଲାରେ 2 ଜଣ ସୁସ୍ଥ ହୋଇଥିବାବେଳେ ଚିକିତ୍ସାଧୀନ ରହିଛନ୍ତି 274 ଜଣ । ଜିଲ୍ଲାରେ ଜଣକର ମୃତ୍ୟୁ ଘଟିଛି। କଟକରୁ ନୂତନ ଆକ୍ରାନ୍ତ 6 ଚିହ୍ନଟ ହେବା ପରେ ଜିଲ୍ଲାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 10କୁ ବୃଦ୍ଧି ହୋଇଛି । କଟକରୁ ଜଣେ ସୁସ୍ଥ ହୋଇଥିବାବେଳେ 10 ଜଣ ଚିକିତ୍ସାଧୀନ ରହିଛନ୍ତି ।

ସେହିପରି ଯାଜପୁରରୁ ଆଉ 31 ଚିହ୍ନଟ ହେବା ପରେ ଏବେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 121ରେ ପହଞ୍ଚିଛି । ଯାଜପୁରରେ 52 ଜଣ ସୁସ୍ଥ ହୋଇଥିବାବେଳେ 69 ଜଣ ଏବେ ଚିକିତ୍ସାଧୀନ ରହିଛନ୍ତି । କେନ୍ଦ୍ରାପଡାର ନୂତନ 4 ଚିହ୍ନଟ ହେବା ପରେ ଏବେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 26କୁ ଛୁଇଁଛି । ଏଠାରେ ସୁସ୍ଥ ହୋଇଛନ୍ତି2 ଜଣ ।

ଖୋର୍ଦ୍ଧାରୁ ତିନି ଜଣ ପଜିଟିଭ୍‌ ଚିହ୍ନଟ ହେବା ପରେ ଏବେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 56କୁ ବୃଦ୍ଧି ହୋଇଛି । ଜିଲ୍ଲାରେ କରୋନା ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 45ଜଣ। ଏବେ 9ଜଣ ଚିକିତ୍ସାଧୀନ ରହିଛନ୍ତି । ମୟୂରଭଞ୍ଜରୁ ଦୁଇ ନୂଆ ପଜିଟିଭ୍‌ ଚିହ୍ନଟ ହେବା ପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 11ରେ ପହଞ୍ଚିଛି । ଏଠାରେ କେହି ସୁସ୍ଥ ହୋଇନାହିଁ ।  ନୟାଗଡରେ 2 ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ନୟାଗଡରେ ଆକ୍ରାନ୍ତଙ୍କ ସଂଖ୍ୟା 6କୁ ବୃଦ୍ଧି ହୋଇଛି । ନୟାଗଡରେ ମଧ୍ୟ କେହି ସୁସ୍ଥ ହୋଇନଥିବାର ଖବର ରହିଛି ।  ସେହିପରି ପୁରୀରେ ଆଜି ନୂତନ 4 ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 18ରେ ପହଞ୍ଚିଛି । ଜଣେ ସୁସ୍ଥ ହୋଇଥିବାବେଳେ ଏବେ ଜିଲ୍ଲାରେ 17ଟି ଆକ୍ଟିଭ୍‌ କେସ୍‌ ରହିଛି ।

ସେହିପରି ବାଲେଶ୍ବରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 102 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 21 ଓ ଚିକିତ୍ସାଧୀନ ରହିଛନ୍ତି 81 ଜଣ । ଭଦ୍ରକରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 46 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 21 ଜଣ ଏବେ 25 ଜଣ ଚିକିତ୍ସାଧୀନ ରହିଛନ୍ତି । ସୁନ୍ଦରଗଡରୁ ମୋଟ୍‌ 26 ଜଣ ଚିହ୍ନଟ ହୋଇଥିବାବେଳେ 12 ଜଣ ସୁସ୍ଥ ହୋଇଛନ୍ତି ଓ 14 ଜଣ ଚିକିତ୍ସାଧୀନ ରହିଛନ୍ତି ।

ଅନୁଗୁଳରୁ 15 ଜଣ ଚିହ୍ନଟ ହୋଇଥିବାବେଳଳେ ସମେସ୍ତ ଚିକିତ୍ସାଧୀନ ରହିଛନ୍ତି । ଜଗତସିଂହପୁରରୁ 5 ଜଣ ଚିହ୍ନଟ ହୋଇଥିବାବେଳେ ସମେସ୍ତ ଏବେ ଚିକିତ୍ସାଧୀନ ରହିଛନ୍ତି । ବୌଦ୍ଧ ଓ କେଉଁଝରରୁ 4 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ କେଉଁଝରରୁ ଦୁଇଜଣ ସୁସ୍ଥ ହୋଇଛନ୍ତି କିନ୍ତୁ ବୌଦ୍ଧର ଏବେ ସମସ୍ତ ଚାରିଜଣ ଚିକିତ୍ସାଧୀନ ରହିଛନ୍ତି । ବଲାଙ୍ଗିରରୁ ଦୁଇ ଜଣ ଚିହ୍ନଟ ହୋଇଥିବାବେଳେ କେହି ସୁସ୍ଥ ହୋଇ ନାହାନ୍ତି ।

ସେହିପରି ଦେବଗଡ, ଝାରସୁଗୁଡା, କଳାହାଣ୍ଡିରୁ ଦୁଇ ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଦେବଗଡରୁ ଜଣେ ସୁସ୍ଥ ହୋଇଛନ୍ତି ଝାରସୁଗୁଡାରୁ ଦୁଇଜଣ, କଳାହାଣ୍ଡିରୁ ଦୁଇଜଣ ସୁସ୍ଥ ହୋଇଛନ୍ତି । ସେହିପରି ଢେଙ୍କାନାଳ ଓ କୋରାପୁଟରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବାବେଳ ଦୁହେଁ ସୁସ୍ଥ ହୋଇଛନ୍ତି ।

ସୂଚନାଯୋଗ୍ୟ, ଏବେ ରାଜ୍ୟରେ ନୂତନ ଆକ୍ରାନ୍ତଙ୍କ ସଂଖ୍ୟ 737ରେ ପହଞ୍ଚିଛି । ଏବେ ରାଜ୍ୟରେ 568ଟି ଆକ୍ଟିଭ୍‌ କେସ୍‌ ରହିଥିବାବେଳେ ସୁସ୍ଥ ହୋଇଛନ୍ତି 166 ଜଣ ଓ ତିନିଜଣ ମୃତ୍ୟୁବରଣ କରିଛନ୍ତି ।

କରୋନା ସ୍ଥିତି
Share. Facebook Twitter LinkedIn Email WhatsApp Copy Link

Related Posts

ସାବଧାନ: ଆଜି ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ଦେଖାଯାଇପାରେ ସ୍ୱାସ୍ଥ୍ୟ ସମସ୍ୟା

February 24, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026
Latest News

ସାବଧାନ: ଆଜି ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ଦେଖାଯାଇପାରେ ସ୍ୱାସ୍ଥ୍ୟ ସମସ୍ୟା

February 24, 2026

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.