Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆତ୍ମନିର୍ଭର ଭାରତ ଯୋଜନା: ପ୍ରତିରକ୍ଷା କ୍ଷେତ୍ରରେ ଏଫ୍‌ଡିଆଇ 70 ପ୍ରତିଶତକୁ ବୃଦ୍ଧି
ବିଶେଷ ଖବର

ଆତ୍ମନିର୍ଭର ଭାରତ ଯୋଜନା: ପ୍ରତିରକ୍ଷା କ୍ଷେତ୍ରରେ ଏଫ୍‌ଡିଆଇ 70 ପ୍ରତିଶତକୁ ବୃଦ୍ଧି

May 16, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ଯୋଜନାରେ 20 ଲକ୍ଷ କୋଟି ଟଙ୍କାର ଯୋଜନାର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଲଗାତାର ଚତୁର୍ଥ ଦିନ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ଏବଂ ଅର୍ଥକ ସଚିବ ପ୍ରେସ୍‌ ମିଟ୍‌ କରିଥିଲେ। ଚତୁର୍ଥ ଦିନରେ ଭିତ୍ତିଭୂମି କ୍ଷେତ୍ରରେ ନିବେଶ ଉପରେ ସୀତାରମଣ ସୂଚନା ଦେଇଥିଲେ। ଭାରତରେ ଏଫ୍‌ଡିଆଇ ଆଗମନରେ ବୃଦ୍ଧି ଘଟାଇବା ପାଇଁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୀତାରମଣ ଘୋଷଣା କରିଥିଲେ। ଭାରତକୁ ନିଜର ବ୍ୟବସାୟିକ ନୀତିରେ ପରିବର୍ତ୍ତନ କରିବାକୁ ପଡିବ ଯାହାଦ୍ବାରା ଭାରତ ଏଫ୍‌ଡିଆଇକୁ ଆକର୍ଷିତ କରିବ। ସେହିପରି ବୈଷୟିକ କୌଶଳ ଦ୍ବାରା ରାଜ୍ୟ ମାନଙ୍କର ନିବେଶ ଯୋଜନାର ରାଙ୍କିଙ୍ଗ ପ୍ରସ୍ତୁତ କରାଯିବ ବୋଲି ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ପ୍ରକାଶ କରିଛନ୍ତି। ଦେଶରେ 3376ଟି ଇଣ୍ଡଷ୍ଟ୍ରିଆଲ ପାର୍କ ଏବଂ ଏସ୍‌ଇଜେଡ୍ ରହିଥିବା ବେଳେ ଏହା 5 ଲକ୍ଷ ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ। ଜିଆଇଏସ୍‌ ମ୍ୟାପିଂ ଦ୍ବାରା ବିଭିନ୍ନ ନିବେଶକଙ୍କୁ ଜମି ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ଚତୁର୍ଥ ଦିନରେ କୋଇଲା, ଖଣିଜ ପଦାର୍ଥ, ପ୍ରତିରକ୍ଷା ଉତ୍ପାଦ, ବିମାନ ବନ୍ଦର, ବିତରଣ କମ୍ପାନୀ, ମହାକାଶ ବିଜ୍ଞାନ କ୍ଷେତ୍ରରେ ନିବେଶ ସମ୍ପର୍କରେ ପ୍ୟାକେଜ୍‌ର ଘୋଷଣା କରିଛନ୍ତି ସୀତାରମଣ।

କୋଇଲା ଉତ୍ପାଦନରେ ବ୍ୟବସାୟିକ ଖଣିଖାଦାନ ଉତ୍ପାଦନ କରାଯିବାର ନିଷ୍ପତ୍ତି ନେଇଛନ୍ତି ସରକାର। କୋଇଲା ଖଣି କ୍ଷେତ୍ରରେ ଆତ୍ମନିର୍ଭରତା ପାଇଁ ସରକାର 50 ହଜାର କୋଟିର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଆଗାମୀ ଦିନରେ 50ରୁ ଅଧିକ ନୂତନ କୋଇଲା ବ୍ଲକ୍‌ର ନିଲାମୀ କରାଯିବ ଏବଂ ଅର୍ଦ୍ଧଖନନ କୋଇଲା ବ୍ଲକ୍‌ଗୁଡିକର ପୁନଃନିଲାମୀ କରାଯିବ। ଏହି ପ୍ରକ୍ରିୟାର ସରଳୀକରଣ କରାଯିବା ସହିତ ନିଲାମୀ ପାଇଁ ଆଗୁଆ ଅର୍ଥ ପୈଠ କରିବାକୁ ପଡିବ ନାହିଁ ବୋଲି ଜଣାପଡିଛି। ନିଜ ଖନନ ସମୟରୁ କମ୍‌ ସମୟରେ ଖନନ ସାରିଲେ କମ୍ପାନୀକୁ ଇନ୍‌ସେଣ୍ଟିଭ୍‌ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ସେହିପରି କୋଲ୍‌ ଇଣ୍ଡିଆର ଖଣି ଗୁଡିକୁ ବିଭିନ୍ନ ଘରୋଇ ସଂସ୍ଥାକୁ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। କୋଇଲା ପରିବହନ ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏହାଦ୍ବାରା କୋଇଲା ଖଣି ଉପରେ ରହିଥିବା ସରକାରଙ୍କ ଏକଚାଟିଆ ଅଧିକାର ସମାପ୍ତ ହେବ।

ନିଲାମୀ ସମୟରେ ପରସ୍ପର ପରିପୂରକ ଦୁଇଟି ଖଣିଜ ପଦାର୍ଥର ନିଲାମୀ ଏକତ୍ର କରାଯିବ ବୋଲି କୁହାଯାଇଛି। ବିଭିନ୍ନ ଖଣିରେ ରହିଥିବା ଅବ୍ୟବହୃତ ଖଣିଜ ଦ୍ରବ୍ୟକୁ ଅନ୍ୟ କମ୍ପାନୀ ବ୍ୟବହାର କରିବାର ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବିଭିନ୍ନ ଖଣିରୁ ଉତ୍ପାଦିତ ସାମଗ୍ରୀର ପରିବହନ ପାଇଁ କନ୍‌ଭେୟର ମଧ୍ୟ ନିର୍ମାଣ କରାଯିବ। କୋଇଲା ଖଣିଜ ପଦାର୍ଥର ବିକାଶ ପାଇଁ ସରକାରଙ୍କ ପକ୍ଷରୁ 18 ହଜାର କୋଟିର ଘୋଷଣା କରାଯାଇଛି।

ପ୍ରତିରକ୍ଷା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶକୁ 49 ରୁ 74 ପ୍ରତିଶ୍ରତକୁ ବୃଦ୍ଧି କରାଯାଇଛି। ଘରୋଇ ଭାବରେ ଅସ୍ତ୍ରଶସ୍ତ୍ର ନିର୍ମାଣ କରାଯିବା ନେଇ ଘୋଷଣା କରାଯାଇଛି। ଏହା ସହିତ ଆଗାମୀ ଦିନରେ ଭାରତରେ ପ୍ରତିରକ୍ଷା ପାଇଁ ଏକ ସ୍ବତନ୍ତ୍ର ବଜେଟ୍‌ ଉପସ୍ଥାପନ କରାଯିବ। ଅସ୍ତ୍ରଶସ୍ତ୍ର ନିର୍ମାଣରେ କର୍ପୋରେଟାଇଜେସନ୍‌ କରିବାର ନିଷ୍ପତ୍ତି ନେଇଛନ୍ତି ସରକାର। ଏହା ଦ୍ବାରା ଅସ୍ତ୍ରଶସ୍ତ୍ର ନିର୍ମାଣ ସୁଗମ ହୋଇପାରିବ ଏବଂ ସରକାରଙ୍କ ନିୟନ୍ତ୍ରଣାଧୀନ ମଧ୍ୟ ରହିବ। ଭାରତରେ ଅସ୍ତ୍ରଶସ୍ତ୍ର ନିର୍ମାଣ ଦ୍ବାରା ଭାରତର ବିଦେଶୀ ଅସ୍ତ୍ରଶସ୍ତ୍ର କିଣିବା ବଜେଟ୍‌ରେ ହ୍ରାସ ଘଟିବ ଏବଂ ଅର୍ଥ ଭାରତୀୟ ନିର୍ମାଣକାରୀଙ୍କ ନିକଟରେ ରହିବ।

ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ବିଭିନ୍ନ ସଂସ୍କାର ସମ୍ପର୍କରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବେସାମରିକ ବିମାନ ଚଳାଚଳ ପାଇଁ 60 ପ୍ରତିଶତ ଏୟାର ସ୍ପେସ୍‌କୁ ପୁନଃବ୍ୟବସ୍ଥିତ କରାଯିବ ଯାହାଦ୍ବାରା ସମସ୍ତ ବିମାନ କମ୍‌ ଦୂରତ୍ବ ରାସ୍ତା ଆପଣେଇବେ। ଏହାଦ୍ବାରା ଯାତ୍ରୀଙ୍କ ସମୟ ଏବଂ ବିମାନ ଇନ୍ଧନ ବଞ୍ଚିବ। ଏହାଦ୍ବାରା ପ୍ରାୟ 1 ହଜାର କୋଟି ଟଙ୍କାର ଫଇଦା ହେବ ଏବଂ ପ୍ରଦୂଷଣ ମଧ୍ୟ କମ୍‌ରହିବ। ସେହିପରି 6ଟି ବିମାନବନ୍ଦରର ପରିଚାଳନା ଦାୟିତ୍ବ ଅନ୍ୟକମ୍ପାନୀକୁ ହସ୍ତାନ୍ତର କରିବ ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ। ଏଥିରୁ 2300 କୋଟିର ଫାଇଦା ହେବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ବିମାନ ଇଞ୍ଜିନ୍‌ ମରାମତି କେନ୍ଦ୍ର ଭାରତରେ ନିର୍ମାଣ କରାଯିବ। ଏହା ଫଳରେ ପ୍ରତିରକ୍ଷା ଏବଂ ବେସାମରିକ ବିମାନ ଚଳାଚଳ କମ୍ପାନୀ ଗୁଡିକ ଏହାଦ୍ବାରା ଲାଭବାନ ହୋଇପାରିବେ।

atmanirbharbharat coal defence fdi
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ବଲପୁର ଫୁଟବଲ ଏକାଡେମୀ ପାଇଁ ନିର୍ମାଣ ହେବ ଫିଫା ମାନର ଆଧୁନିକ ପଡ଼ିଆ, ଖର୍ଚ୍ଚ ୧୫ କୋଟି

June 6, 2026

ଭୁବନେଶ୍ବରରେ କାଳ ବୈଶାଖୀର ତାଣ୍ଡବ, ଉପୁଡିପଡିଲା ଗଛ ଓ ବିଦ୍ୟୁତ ଖୁଣ୍ଟ, ଜନଜୀବନ ଅସ୍ତବ୍ୟସ୍ତ

June 6, 2026

‘ଭାରତକୁ ଧମକ ଦେବା ଓଲଟା ପଡ଼ିପାରେ’: ଆମେରିକା ଏବଂ ୟୁରୋପକୁ ସ୍ପଷ୍ଟ ବାର୍ତ୍ତା ଦେଲେ ପୁଟିନ

June 6, 2026

ଏବେ ସଞ୍ଚୟ ହେବ!: ଦେଶରେ ଶୁଭାରମ୍ଭ ହେଲା ପେଟ୍ରୋଲ ଅପେକ୍ଷା ୨୦ ଟଙ୍କା ଶସ୍ତା ଇନ୍ଧନ 

June 6, 2026
Latest News

ୱାୟନାଡରେ ଚିନ୍ତାଜନକ ଘଟଣା: ସ୍କୁଲର ୧୫୦ ଛାତ୍ରଛାତ୍ରୀ ଅସୁସ୍ଥ

June 7, 2026

AIADMKକୁ ବଡ଼ ଝଟକା, TVKରେ ୩୦୦ରୁ ଅଧିକ ନେତାଙ୍କ ଯୋଗଦାନ

June 7, 2026

ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 

June 6, 2026

ସମ୍ବଲପୁର ଫୁଟବଲ ଏକାଡେମୀ ପାଇଁ ନିର୍ମାଣ ହେବ ଫିଫା ମାନର ଆଧୁନିକ ପଡ଼ିଆ, ଖର୍ଚ୍ଚ ୧୫ କୋଟି

June 6, 2026

ବାଣପୁର: ଓଡ଼ଗାଁରେ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.