ଆଜି 12ଟା 30ରୁ ବିମାନ ଟିକେଟ ବୁକିଂ ଆରମ୍ଭ

Published: May 22, 2020, 11:13 am IST

ଭୁବନେଶ୍ବର : ଆଜି ଦିନ 12ଟା 30ରୁ ବିମାନ ଟିକେଟ ବୁକିଂ ଆରମ୍ଭ ହେବ । ଓ୍ବେବ୍‌ସାଇଟ୍‌ airindia.inରେ ଲଗ୍‌ ଇନ୍‌ କରି ବୁକ୍‌ କରିହେବ । କୌଣସି ଟ୍ରାଭେଲ୍‌ ଏଜେଣ୍ଟକୁ ଯୋଗାଯୋଗ କରି ବୁକ୍‌ କରିହେବ । ଗ୍ରାହକ ସେବା କେନ୍ଦ୍ରକୁ ମଧ୍ୟ କଲ୍‌ କରି ଟିକେଟ୍‌ ବୁକ୍‌ କରିହେବ । ଟିକେଟ୍‌ ବୁକ୍‌ କରିବାକୁ ଏୟାର ଇଣ୍ଡିଆ ପକ୍ଷରୁ ଟୁଇଟ୍‌ ସୂଚନା ଦିଆଯାଇଛି । ଆସନ୍ତା 25 ତାରିଖରୁ ଆରମ୍ଭ ହେଉଛି ବିମାନ ଚଳାଚଳ ।

ସେହିପରି ଜୁନ୍‌ 1 ତାରିଖରୁ ଟ୍ରେନ୍‌ ଚଳାଚଳ ହେବ ବୋଲି ସୂଚନା ରହିଛି । ଆଜିଠାରୁ ରିଜର୍ଭେସନ୍‌ କାଉଣ୍ଟରରେ ଟିକେଟ ମିଳିବ ବୋଲି ସୂଚନା ରହିଛି ।

Related posts