ରାଜନୈତିକ ଦଳର ପ୍ରଚାର ପାଇଁ ସାର୍ବଜନିକ ସ୍ଥଳକୁ ବିକୃତ କରାଯିବାର ଅନୁମତି ଦିଆଯିବ ନାହିଁ : ସୁପ୍ରିମକୋର୍ଟ

Published: Mar 8, 2019, 6:43 pm IST

ରାଜନୈତିକ ଦଳର ପ୍ରଚାର ପାଇଁ ସାର୍ବଜନିକ ସ୍ଥଳକୁ ବିକୃତ କରିବାର ଅନୁମତି ଦିଆଯାଇପାରିବ ନାହିଁ   ବୋଲି ସୁପ୍ରିମକୋର୍ଟ କହିଛନ୍ତି । ପ୍ରଧାନ ନ୍ୟାୟାଧିଶ ରଂଜନ ଗାଗୋଇ, ନ୍ୟାୟମୂର୍ତ୍ତି ଏସ୍ ଅବଦୁଲ୍ ନଜୀର ଏବଂ ନ୍ୟାୟମୂର୍ତ୍ତି ସଂଜୀବ ଖାନ୍ନାଙ୍କ ତିନିଜଣିଆ ଖଣ୍ଡପୀଠ ତାମିଲନାଡୁ ସରକାରଙ୍କୁ ରାଜନୈତିକ ଦଳର ନାରା ଏବଂ ବିଜ୍ଞାପନ ସହ ସାର୍ବଜନିକ ସ୍ଥଳ ଏବଂ ସମ୍ପତ୍ତିର ବିରୂପଣର ଅନୁମତି ଦିଆଯିବ ନାହିଁ  ବୋଲି କହିଛନ୍ତି । ଉଚ୍ଚତମ ନ୍ୟାୟାଳୟ ତରଫରୁ ତାମିଲନାଡୁ ସଡକରେ ଡିଜିଟାଲ୍ ବ୍ୟାନର ଲଗାଇବାରୁ ରାଜନୈତିକ ଦଳକୁ ରୋକିବା ପାଇଁ ପରମାର୍ଥ ସଂଗଠନ ତରଫରୁ ‘ ଇନ୍ ଡିଫେନ୍ସ ଅଫ୍ ଏନଭାୟରମେଣ୍ଟ୍ ଆଣ୍ଡ ଏନିମଲ୍ସ’ ର ଯାଚିକାରେ ୧୧ ଜାନୁଆରୀରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତରଫରୁ ନୋଟିସ୍ ଜାରି କରାଯାଇଥିଲା ।

Related posts