ଭୁବନେଶ୍ବର : ଆଜିଠାରୁ ରାଷ୍ଟ୍ରୀୟ କଂଗ୍ରେସ ଅନଲାଇନ୍ ମାଧ୍ୟମରେ ଏକ ବଡ଼ ଧରଣର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି କଂଗ୍ରେସ । କଂଗ୍ରେସ ତରଫରୁ ‘ସ୍ପିକ୍ ଅପ୍ ଇଣ୍ଡିଆ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । କରୋନା ମୁକାବିଲାରେ ସରକାର କିଭଳି ବିଫଳ ହେଲେ ସେନେଇ ଜନଜାଗରଣ ଆରମ୍ଭ କରିଛି କଂଗ୍ରେସ।
କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ପ୍ରବାସୀ ଶ୍ରମିକଙ୍କ ସମସ୍ୟାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ପ୍ରବାସୀ ଶ୍ରମିକଙ୍କୁ ସୁରକ୍ଷିତ ତଥା ବିନା ଖର୍ଚ୍ଚରେ ଘରେ ପହଞ୍ଚାଇବାର ବନ୍ଦୋବସ୍ତ କରାଯାଉ ବୋଲି ସୋନିଆ ଦାବି କରିଛନ୍ତି ।ସେହିପରି ପ୍ରବାସୀ ଶ୍ରମିକଙ୍କୁ 6 ମାସ ପର୍ଯ୍ୟନ୍ତ 7500ଟଙ୍କା ଦେବା ପାଇଁ ଦାବି କରିଛନ୍ତି ।
ସେହିପରି ସୋସିଆଲ ମିଡିଆରେ ଯୋଡି ହୋଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ପ୍ରବାସୀ ଓଡ଼ିଆଙ୍କୁ ବିନା ଖର୍ଚ୍ଚରେ ଘରେ ପହଞ୍ଚାଇବାକୁ ସୋସିଆଲ ମିଡିଆରେ ଦାବି କରିଛନ୍ତି ପିସିସି ସଭାପତି । ଚାଷୀମାନଙ୍କୁ ସହାୟତା ପାଇଁ ମଧ୍ୟ ନିବେଦନ କରିଛନ୍ତି ନିରଞ୍ଜନ ପଟ୍ଟନାୟକ । ରାଜ୍ୟବାସୀମାନେ ସୋସିଆଲ ମିଡିଆରେ ଦାବି ଉପସ୍ଥାପନା କରନ୍ତୁ ବୋଲି କହିଛନ୍ତି ପିସିସି ସଭାପତି । ଏପରି କରିବା ଦ୍ବାରା ସରକାରଙ୍କ ଉପରେ ପ୍ରଭାବ ପଡିବ ଓ କେନ୍ଦ୍ରର ନିଦ ଭାଙ୍ଗିବ ବୋଲି କହିଛନ୍ତି ପିସିସି ସଭାପତି ।