Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ବିଶ୍ବରେ କରୋନା ମୃତ୍ୟୁ 3ଲକ୍ଷ 73 ହଜାରକୁ ବୃଦ୍ଧି : ଆକ୍ରାନ୍ତ ତାଲିକାର ସପ୍ତମ ସ୍ଥାନରେ ଭାରତ
ଅନ୍ତରାଷ୍ଟ୍ରୀୟ

ବିଶ୍ବରେ କରୋନା ମୃତ୍ୟୁ 3ଲକ୍ଷ 73 ହଜାରକୁ ବୃଦ୍ଧି : ଆକ୍ରାନ୍ତ ତାଲିକାର ସପ୍ତମ ସ୍ଥାନରେ ଭାରତ

June 1, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଚୀନରୁ ଆରମ୍ଭ ହୋଇଥିବା କରୋନା ଏବେ ବେକାବୁ ସ୍ଥିତିରେ ରହିଛି । 213ଟି ଦେଶକୁ ଏହି ମହାମାରୀ ବ୍ୟାପିଥିବାବେଳେ ବିଶ୍ବରେ କରୋନା ମୃତ୍ୟୁ ସଂଖ୍ୟା 3 ଲକ୍ଷ 73 ହଜାର 855କୁ ବୃଦ୍ଧି ହୋଇଛି । ସେହିପରି ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 62ଲକ୍ଷ 62 ହଜାର 805ରେ ପହଞ୍ଚିଛି । କରୋନାରୁ ଆରୋଗ୍ୟ ହୋଇଛନ୍ତି 28 ଲକ୍ଷ 46 ହଜାର 523ଜଣ । ବିଶ୍ବର 213ଟି ଦେଶକୁ ଏହି ମହାମାରୀ ବ୍ୟାପିଥିବାବେଳେ ବିଶ୍ବ ଆକ୍ରାନ୍ତ ତାଲିକାରେ ସପ୍ତମ ସ୍ଥାନରେ ଭାରତ ରହିଛି । ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 5,394କୁ ବୃଦ୍ଧି ହୋଇଥିବାବେଳେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ନବେ ହଜାର 609 ରହିଛି ।

12ଟି ଦେଶରେ ଏକ ଲକ୍ଷରୁ ଅଧିକ କରୋନା ମାମଲା ରହିଛି । ରୁଷ୍‌, ବ୍ରାଜିଲ୍‌ ସ୍ପେନ୍‌, ୟୁକେ, ଇଟାଲୀରେ କରୋନା ମାମଲା ସଂଖ୍ୟା ଦୁଇ ଲକ୍ଷ ପାର୍‌ କରିଥିବାବେଳେ ଛଅଟି ଦେଶରେ ଏକ ଲକ୍ଷରୁ ଅଧିକ କରେନା ମାମଲା ରହିଛି । ଆମେରିକା ସମେତ ଉପରୋକ୍ତ ସମସ୍ତ 12ଟି ଦେଶରେ ମୋଟ୍‌ 46 ଲକ୍ଷ କରୋନା କେସ୍‌ ରହିଛି । ଆମେରିକା ବ୍ୟତୀତ ରୁଷ୍‌ ଓ ବ୍ରାଜିଲ୍‌ରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଆମେରିକାରେ ମୃତ୍ୟୁ ସଂଖ୍ୟା 1 ଲକ୍ଷ ପାର କରିଥିବାବେଳେ ଚୀନ୍‌ ଟପ୍‌-16 ସଂକ୍ରମିତ ଦେଶର ସୂଚୀରୁ ବାହାରି ସାରିଛି ।

ବିଶ୍ବର ଶକ୍ତିଶାଳୀ ଦେଶ ଆମେରିକାରେ ସ୍ଥିତି ସାଂଘାତିକ ରହିଛି । ଏଠାରେ ମୋଟ୍‌ 1ଲକ୍ଷ 6 ହଜାର 194ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 18 ଲକ୍ଷ 37 ହଜାର 170 ଜଣରହିଛନ୍ତି । ସେହିପରି ବ୍ରାଜିଲ୍‌ରେ ମୃତ୍ୟୁ ସଂଖ୍ୟା 29 ହଜାର 314 ରହିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 5 ଲକ୍ଷ 14 ହଜାର 849ରେ ପହଞ୍ଚିଛି । ରୁଷ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା 4 ଲକ୍ଷ 5 ହଜାର 843 ରହିଥିବାବେଳେ ମୃତ୍ୟୁ ସଂଖ୍ୟା 4, 693କୁ ବୃଦ୍ଧି ହୋଇଛି । ସ୍ପେନ୍‌ରେ ମୃତ୍ୟୁ ସଂଖ୍ୟା 27 ହଜାର 127 ରହିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 2, 86 ହଜାର 509ରେ ପହଞ୍ଚିଛି । ୟୁକେରେ ମୃତ୍ୟୁ ସଂଖ୍ୟା 38 ହଜାର 161କୁ ବୃଦ୍ଧି ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 74 ହଜାର 762 ରହିଛି । ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା 2, 32, 997 ରହିଥିବାବେଳେ ମୃତ୍ୟୁ ସଂଖ୍ୟା 33 ହଜାର 415ରେ ପହଞ୍ଚିଛି । ସେହିପରି ଫ୍ରାନ୍ସରେ ମୃତ୍ୟୁ ସଂଖ୍ୟା 28 ହଜାର 802ରେ ପହଞ୍ଚିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ 88 ହଜାର 882 ରହିଛି । ଜର୍ମାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ 83 ହଜାର 494ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 8 ହଜାର 605ରେ ପହଞ୍ଚିଛି । ସେହିପରି ପେରୁରେ ମୃତ୍ୟୁ ସଂଖ୍ୟା 4,506 ରହିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 1ଲକ୍ଷ 64 ହଜାର 476ରେ ପହଞ୍ଚିଛି । (ଏଜେନ୍ସି)

ଆମେରିକା କରୋନା ଚୀନ୍‌ ବ୍ରାଜିଲ୍‌ ଭାରତ ରୁଷ୍‌
Share. Facebook Twitter LinkedIn Email WhatsApp Copy Link

Related Posts

Nuapada Bypoll: ବିଜେପି ଜିତିବା ପାଇଁ ବିଜେଡି ଜାଣିଣୁଣି ଦୁର୍ବଳ ପ୍ରାର୍ଥୀ ଦେଲା, କଂଗ୍ରେସ

October 17, 2025

ମାତ୍ର ଦୁଇ ଦିନରେ ଛତିଶଗଡ଼ ଓ ମହାରାଷ୍ଟ୍ରରେ ୨୫୮ ନକ୍ସଲଙ୍କ ଆତ୍ମସମର୍ପଣ: କେନ୍ଦ୍ର ଗୃହମନ୍ତ୍ରୀ

October 17, 2025

ବିଜେପି ଘୋଷଣା କଲା ନୂଆ କର୍ମକର୍ତ୍ତାଙ୍କ ନାମ, 10 ଜଣ ଉପସଭାପତି ଏବଂ 4 ଜଣ ସାଧାରଣ ସଂପାଦକ

October 17, 2025

ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ରେକର୍ଡ ପଣ୍ୟ ପରିବହନ 

October 17, 2025
Latest News

Nuapada Bypoll: ବିଜେପି ଜିତିବା ପାଇଁ ବିଜେଡି ଜାଣିଣୁଣି ଦୁର୍ବଳ ପ୍ରାର୍ଥୀ ଦେଲା, କଂଗ୍ରେସ

October 17, 2025

ମାତ୍ର ଦୁଇ ଦିନରେ ଛତିଶଗଡ଼ ଓ ମହାରାଷ୍ଟ୍ରରେ ୨୫୮ ନକ୍ସଲଙ୍କ ଆତ୍ମସମର୍ପଣ: କେନ୍ଦ୍ର ଗୃହମନ୍ତ୍ରୀ

October 17, 2025

ବିଜେପି ଘୋଷଣା କଲା ନୂଆ କର୍ମକର୍ତ୍ତାଙ୍କ ନାମ, 10 ଜଣ ଉପସଭାପତି ଏବଂ 4 ଜଣ ସାଧାରଣ ସଂପାଦକ

October 17, 2025

ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ରେକର୍ଡ ପଣ୍ୟ ପରିବହନ 

October 17, 2025

ରାଶିଫଳ: ଆଜି 17 ତାରିଖ ଶୁକ୍ରବାରରେ ଏହି ସାତଟି ରାଶିର ଭାଗ୍ୟ ଚମକିବ

October 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.