ନୂଆଦିଲ୍ଲୀ : କରୋନାକୁ ନେଇ ସାରା ବିଶ୍ବ ଏବେ ସଂକଟରେ । ଭାରତରେ ମଧ୍ୟ ଏହାର ସ୍ଥିତି ବେକାବୁ । ଦିନକୁ ଦିନ କରୋନା ମାମଲା ବଢିବାରେ ଲାଗିଛି । କେନ୍ଦ୍ରୀୟ ଶ୍ରମ ମନ୍ତ୍ରାଳୟରେ ଏବେ କରୋନା ମାମଲା ଦେଖିବାକୁ ମିଳିଛି । ଶ୍ରମ ଶକ୍ତି ଭବନ ସ୍ଥିତ ମନ୍ତ୍ରାଳୟରେ 11 ଅଧିକାରୀଙ୍କଠାରେ କରୋନା ପଜିଟିଭ୍ ମିଳିଛି ।
ଦିଲ୍ଲୀରେ ବହୁ କେନ୍ଦ୍ରୀୟ ମନ୍ତ୍ରାଳୟ ଅଧିକାରୀ କରୋନା କବଳରେ ଆସିଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରାଳୟ, ରକ୍ଷା ମନ୍ତ୍ରାଳୟର ଅଧିକାରୀଙ୍କଠାରେ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଏବେ ଶ୍ରମ ମନ୍ତ୍ରାଳୟରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଦିଲ୍ଲୀ ମେଟ୍ରୋ, ଏଲ୍ଜି ଅଫିସ କାର୍ଯ୍ୟାଳୟର କିଛି ଅଫିସରମାନେ କରୋନା କବଳରେ ଆସିଥିଲେ ।
ଶ୍ରମ ମନ୍ତ୍ରାଳୟ ସମେତ ନିର୍ବାଚନ ଆୟୋଗରେ ମଧ୍ୟ ଏବେ କରୋନା ମାମଲା ଦେଖିବାକୁ ମିଳିଛି । ଏଠାରେ ଇଭିଏମ୍ ଡିଭିଜନ୍ରେ କାମ କରୁଥିବା ଜଣେ ଅଧିକାରୀଙ୍କ କରୋନା ପଜିଟିଭ୍ ରିପୋର୍ଟ ଆସିଛି । ଶ୍ରମ ମନ୍ତ୍ରାଳୟର 11 ଜଣ ଅଧିକାରୀ କରୋନା ପଜିଟିଭ୍ ହୋଇଥିବା ସୂଚନା ରହିଛି । ଦେଶରେ କରୋନା ମାମଲା ହୁ ହୁ ହୋଇ ବଢିଚାଲିଛି । ଦେଶରେ ଅଢେଇ ଲକ୍ଷରୁ ଉର୍ଦ୍ଧ୍ବ ସଂକ୍ରମିତ ମାମଲା ଆସିଥିବାବେଳେ ମୃତ୍ୟୁ ସଂଖ୍ୟା 7 ହଜାର ପାର୍ କରିଛି । (ଏଜେନ୍ସି)