ରାଜ୍ୟରେ ଆଉ ଦୁଇଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା 14କୁ ବୃଦ୍ଧି

Published: Jun 21, 2020, 11:40 am IST

ଭୁବନେଶ୍ବର : ଆଜି ରାଜ୍ୟରେ ଦୁଇ ଜଣ କରୋନାର ମୃତ୍ୟୁବରଣ କରିଛନ୍ତି ବୋଲି ସୂଚନା ମିଳିଛି । ଏବେ ରାଜ୍ୟରେ କରୋନା ମୃତ୍ୟୁ 14କୁ ବୃଦ୍ଧି ହୋଇଛି । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ଜଣେ ହୋଇଥିବାବେଳେ  ଅନ୍ୟ ଜଣେ ବରଗଡ ଜିଲ୍ଲାର ବୋଲି ସୂଚନା ରହିଛି। ଗଞ୍ଜାମର ଆକ୍ରାନ୍ତ ହୋଇଥିବା ରୋଗୀ  ଜଣକ କଟକରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।49 ବର୍ଷୀୟ ଏହି ରୋଗୀ ଜଣକ କଟକର ଅଶ୍ବିନୀ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିଲା । ଗଞ୍ଜାମ ଜିଲ୍ଲାର ଏବେ କରୋନା ମୃତ୍ୟୁ ସଂଖ୍ୟା 7ରେ ପହଞ୍ଚିଛି । ସେହିପରି ବରଗଡ ଜିଲ୍ଲାର ମୃତକ ଜଣକ 76 ବର୍ଷୀୟ ବୋଲି ଜଣାପଡିଛି ।

ସେହିପରି ପୁରୀ ଜିଲ୍ଲାରୁ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟର କାରଣ ଭିନ୍ନ ବୋଲି କହିଛନ୍ତି ସରକାର । କରୋନାରେ ଆକ୍ରାନ୍ତ ହୋଇଥିବା ଏହି ବ୍ୟକ୍ତିଙ୍କ ମୃତ୍ୟୁ ଭିନ୍ନ କାରଣରୁ ହୋଇଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାର ।

ପୂର୍ବରୁ ରାଜ୍ୟରେ 12 ଜଣ କରୋନାରେ ମୃତ୍ୟୁ ବରଣ କରିଥିବାବେଳେ ସେହିପରି 4 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

 

Related posts