କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବିଲାଟ ଗ୍ରାମରେ ଗୋଟିଏ ପରିବାରର 6 ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ପୂର୍ବରୁ ଏହି ପରିବାରରେ 2 ଜଣ କରୋନା ପଜିଟିଭ୍ ହୋଇଥିବାବେଳେ ସୁସ୍ଥ ହୋଇ ଫେରିଥିଲେ । କିନ୍ତୁ ଏହି ପରିବାରର ଆଉ 6ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁସାରେ ଏହି ପରିବାରର ଜଣେ ବ୍ୟକ୍ତି ତାମିଲନାଡୁରୁ ଫେରିଥିଲେ । କ୍ବାରେଣ୍ଟାଇନ୍ ସେଣ୍ଟରରେ 7 ଦିନ ରହିବା ପରେ ସେ ଘରକୁ ଫେରିଥିଲେ । କିନ୍ତୁ ପରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା । ଗତ 16 ତାରିଖରେ ପରିବାରର ଅନ୍ୟ ସଦସ୍ୟଙ୍କ ସ୍ବାବ୍ ଟେଷ୍ଟ କରାଯାଇଥିଲା ।
ଗୋଟିଏ ପରିବାରର ଛଅ ଜଣ ପଜିଟିଭ୍ ଜଣାପଡିବା ପରେ ଉକ୍ତ ଗ୍ରାମକୁ କଣ୍ଟେନେମଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Tags: କରୋନା