Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଇତିହାସ ସୃଷ୍ଟି କରିଥିବା ଚଳିତ ବର୍ଷର ରଥଯାତ୍ରାରେ ଦେଖା ଦେଇଥିଲା ଛଅ’ଟି ଚମତ୍କାରିତା, ଜାଣନ୍ତୁ କଣ
ବିଶେଷ ଖବର

ଇତିହାସ ସୃଷ୍ଟି କରିଥିବା ଚଳିତ ବର୍ଷର ରଥଯାତ୍ରାରେ ଦେଖା ଦେଇଥିଲା ଛଅ’ଟି ଚମତ୍କାରିତା, ଜାଣନ୍ତୁ କଣ

June 24, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଇତିହାସ ସୃଷ୍ଟି କରିଥିବା ଚଳିତ ବର୍ଷର ରଥଯାତ୍ରାରେ ଦେଖା ଦେଇଥିଲା ଛଅ’ଟି ଚମତ୍କାରିତା, ଜାଣନ୍ତୁ କଣ

ଲିଙ୍ଗରାଜ ମହାନ୍ତି

ବହୁ ବାଦବିବାଦ ପରେ ଶେଷରେ ରଥ ଉପରେ ବିଜେ କଲେ ଠାକୁର ଏବଂ ବଡ ଦାଣ୍ଡରେ ଗଡିଲା ରଥ।  ହେଲେ ଜଗତର ନାଥ ଜଗନ୍ନାଥଙ୍କ ଏହି ଲୀଳାକୁ କେହି ବୁଝିପାରିଲେ ନାହିଁ। ବହୁ ନାଟ ଖେଳିବା ପରେ ଶେଷରେ ରଥଯାତ୍ରା ସଂପର୍ଣ୍ଣ ହୋଇଛି। କେବଳ ସେତିକି କହିଲେ ହେବ ନାହିଁ, ବହୁ ଶୃଙ୍ଖଳିତ ଭାବେ ଏଥର ରଥଯାତ୍ରା ସଂପର୍ଣ୍ଣ ହୋଇଛି। ତେବେ ସୁପ୍ରିମକୋର୍ଟଙ୍କ କଟକଣା ପାଇଁ କୌଣସି ଭକ୍ତ ବଡଦାଣ୍ଡକୁ ଯାଇପାରିଲେ ନାହିଁ ସତ, ହେଲେ ଟେଲିଭିଜନ ମାଧ୍ୟମରେ ଜଗନ୍ନାଥଙ୍କ ଏହି ଲୀଳାକୁ ଦେଖି ନିଜ ମନକୁ ଶାନ୍ତ କରିଥିଲେ। ତେବେ ଏଥର ବିରଳ ରଥ ଯାତ୍ରା ବିଭିନ୍ନ କ୍ଷେତ୍ରକୁ ନେଇ ବେଶ୍ ଚମତ୍କାରିତା ମଧ୍ୟ ରହିଛି। ଏହିପରି ଛଅଟି ଚମତ୍କାରିତା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

1-ଯେତେବେଳ ସୁପ୍ରିମକୋର୍ଟ ରଥଯାତ୍ରାକୁ ବନ୍ଦ କରିବାକୁ ରାୟ ଶୁଣାଇଲେ ସେତେବେଳେ ସାରା ବିଶ୍ବର ଜଗନ୍ନାଥ ପ୍ରେମୀ ହତାଶ ହୋଇ ପଡିଥିଲେ। କୋର୍ଟଙ୍କ ରାୟ ଉପରେ ରିଭ୍ୟୁ ପିଟିସନ ଦାଖ କରାଯାଇପାରିବ କି ନାହିଁ ସେ ନେଇ ମଧ୍ୟ ସନ୍ଦେହ ଉପୁଜିଲା। ହେଲେ କେତେକ ସଂସ୍ଥା ତଥା ଓକିଲ ବନ୍ଧୁଙ୍କ ପ୍ରଚେଷ୍ଠାରେ ପିଟିସନ ଦାଖଲ ହେଲା। ହେଲେ ଶନିବାର ରାତି ପର୍ଯ୍ୟନ୍ତ ଏହି ପିଟସନ ଗ୍ରହଣ ହେଲା ନାହିଁ। କଣ ହେଲା କେଜାଣି ରବିବାର ଛୁଟି ଦିନରେ ଏହି ପିଟିସନ ଗ୍ରହଣ ହେଲା। ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।

2- ଯେଉଁ ରାଜ୍ୟ ସରକାର କୋର୍ଟରେ ପକ୍ଷ ରଖିଥିଲେ ଯେ, ରଥଯାତ୍ରାରେ ପ୍ରାୟ 12 ଲକ୍ଷ ଭକ୍ତ ଏକାଠି ହୁଅନ୍ତୁ ତେଣୁ ରଥ ଯାତ୍ରା ବନ୍ଦ କରାଯାଉ। ସେହି ରାଜ୍ୟ ସରକାର ହଠାତ୍ ରବିବାର ରାତିରେ ପ୍ରେସ ବିଜ୍ଞପ୍ତି ଦେଲେ ଯେ, କୋର୍ଟରେ ଅନୁକୂଳ ମତ ରଖିବେ। ଏହା ମଧ୍ୟ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।

3-ଏଥର ନିର୍ଦ୍ଧାରିତ ସମୟରେ ରଥଯାତ୍ରାର ସମସ୍ତ ରୀତିନୀତି ସଂପର୍ଣ୍ଣ ହେବା ଏକ ବଡ ଘଟଣା। ପୂର୍ବରୁ ଯେଉଁ ସମୟ ନିର୍ଘଣ୍ଟ ଥିଲା, ସେହି ଅନୁସାରେ ଏଥର ସମସ୍ତ କାର୍ଯ୍ୟ କରାଗଲା। ପହଁଣ୍ଡି ବିଜେ ଦିନ 10ଟାରେ କରାଯାଇଥିଲା। ଛେରା ପହଁରା ମଧ୍ୟ ଦିନ 11ଟା 30 ମଧ୍ୟରେ କରାଗଲା। ନିର୍ଦ୍ଧାରିତ ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ମଧ୍ୟ ପହଁଚିଥିଲା ତିନି ରଥ। ଯେଉଁ ସେବକମାନେ ରୀତିନୀତି ବିଳମ୍ବ କରିବାରେ ଅଭ୍ୟାସ ରହିଛି ସେହିମାନେ ଠିକ୍ ସମୟରେ ରଥଯାତ୍ରା କରାଇବା ପ୍ରଭୁଙ୍କ ଏକ ଚମତ୍କାର ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

4- କୋଭିଡ19 ନିୟମ ଅନୁସାରେ ରଥଯାତ୍ରା କରାଯାଉ ବୋଲି କୋର୍ଟ ରାୟ ଦେଲେ। ହେଲେ ସେବକମାନେ କେତେଦୂର ଏହାକୁ ପାଳନ କରିବେ ସେ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ହେଲେ ସେମାନେ କଟକଣାକୁ ସମ୍ମାନ ଦେଇ ମାସ୍କ ପିନ୍ଧି ସମସ୍ତ ରୀତିନୀତି ମଧ୍ୟ କଲେ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

5- ସବୁଠାରୁ ଆଶ୍ଚର୍ଯ୍ୟ ଘଟଣା ଘଟିଥିଲା ତିନି ରଥ ଉପରେ । ସେବକମାନେ ସାଧାରଣତଃ ରଥଟଣା ବେଳେ ରଥ ଉପରେ ଭିଡ ଜମାଇ ଥାଆନ୍ତି। ପ୍ରଭୁଙ୍କ ମୂର୍ତ୍ତିକୁ ସେମାନେ ଆଢୁଆଳ କରି ଦିଅନ୍ତି, ଯାହା ଫଳରେ ଠାକୁରଙ୍କୁ ଦେଖିବା ସମ୍ଭବ ହୋଇ ନ ଥାଏ। ହେଲେ ଚଳିତ ରଥଯାତ୍ରାରେ ସେଥିରେ ଦେଖା ଦେଇଥିଲା ଶୃଙ୍ଖଳିତ ପରଂପରା। ରଥ ପୁରା ଖାଲି ଖାଲି ଲାଗିଥିଲା। ରଥ ଉପରେ ଖୁବ କମ ସଂଖ୍ୟକ ଘଣ୍ଟୁଆ ଓ ସେବକ ଥିଲେ। ଫଳରେ ସାମାଜିକ ଦୂରତା ମାନିବା ଅସମ୍ଭବକୁ ସେବକମାନେ ଜଗନ୍ନାଥ କୃପାରୁ ସମ୍ଭବ କରିପାରିଥିଲେ।

6-ପ୍ରଶ୍ନ ଥିଲା ଭକ୍ତ ନାହାଁନ୍ତି ତ ଏତେ ବଡ ରଥକୁ ଟାଣିବ କିଏ। ସୀମିତ ସେବକମାନେ ଏହାକୁ ଟାଣି ପାରିବେ କି ନାହିଁ ସେ ନେଇ ଥିଲା ସନ୍ଦେହ। ହେଲେ ସୀମିତ ସେବକଙ୍କ ଭିତରେ ପ୍ରଭୁଙ୍କ ରଥ ଘଡଘଡ ହୋଇ ଗଡି ଚାଲିଥିଲା। ଯାହା ପ୍ରଭୁଙ୍କ ଲୀଳା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ରଥଯାତ୍ରା ଇତିହାସରେ କେବେ ବି ବିନା ଭକ୍ତରେ ରଥଯାତ୍ରା ହେବାର ଦୃଷ୍ଟାନ୍ତ ନାହିଁ। ହେଲେ ଚଳିତ ବର୍ଷ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେଲା। ଶ୍ରୀଜଗନ୍ନାଥ ଇତିହାସରେ 2020 ବର୍ଷର ରଥଯାତ୍ରା ସବୁଦିନ ପାଇଁ ଏକ ଉଦାହରଣ ହୋଇ ରହିଗଲା। ସେ ଯାହା ହେଲେ ମଧ୍ୟ ବଡ ଦାଣ୍ଡରେ ନ ହେଲେ ମଧ୍ୟ ଟେଲିଭିଜନରେ ଜଗାକୁ ଦେଖି ସମସ୍ତେ ଖୁସି ହେଲେ ତାହା ହିଁ ଆଉ ଏକ ଚମତ୍କାରିତା।

 

Share. Facebook Twitter LinkedIn Email WhatsApp Copy Link

Related Posts

“ଶାନ୍ତି ଦୂତ”ର ଖୋଲିବ ମୁଖା: ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଭାରତର ବଡ଼ ଯୋଜନା

June 30, 2026

ଆଜିଠାରୁ ଅଣସର ଦର୍ଶନ: ବ୍ରହ୍ମଗିରିରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ପ୍ରଭୁ ଅଲାରନାଥ

June 30, 2026

ବିକଶିତ ଗ୍ରାମ-ବିକଶିତ ଭାରତ’ ପାଇଁ ପ୍ରସ୍ତୁତ ହେଲା ସହଭାଗୀ ରୋଡମ୍ୟାପ୍

June 30, 2026

Puri News: ମହାପ୍ରଭୁଙ୍କ ଗଜାନନ ବେଶ ଦେଖି ଭକ୍ତ ବିଭୋର, ମଙ୍ଗଳବାରଠାରୁ ପଟ୍ଟିଦିଅଁ ଦର୍ଶନ

June 29, 2026
Latest News

ଏସୀୟ କ୍ରୀଡ଼ା ପାଇଁ ଘୋଷଣା ହେଲା ଭାରତୀୟ ମହିଳା କ୍ରିକେଟ୍ ଦଳ: ଜାଣନ୍ତୁ ତାଲିକା

June 30, 2026

ଦିଲ୍ଲୀରେ ନୂତନ EV କିଣିବା ଉପରେ କେତେ ସବସିଡି ମିଳିବ?: ଜାଣନ୍ତୁ ନୂତନ ନୀତି

June 30, 2026

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ଇଣ୍ଡିଆ ମେଣ୍ଟ: ସିଜେଆଇ ଙ୍କୁ ଚିଠି ଲେଖିଲେ ୨୩ଟି ଦଳ

June 30, 2026

ତିନି ବର୍ଷ ପାଇଁ ନିଯୁକ୍ତ ହେବେ HDFC ବ୍ୟାଙ୍କର ନୂତନ ଅଧ୍ୟକ୍ଷ: ଜାଣନ୍ତୁ ସେ  କିଏ?

June 30, 2026

“ଶାନ୍ତି ଦୂତ”ର ଖୋଲିବ ମୁଖା: ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଭାରତର ବଡ଼ ଯୋଜନା

June 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.