Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୨୦୨୦ ବର୍ଷସାରା ଲକ ଡାଉନ ଅବ୍ଯାହତ ରହିବ କି?  
ବିଶେଷ ଖବର

୨୦୨୦ ବର୍ଷସାରା ଲକ ଡାଉନ ଅବ୍ଯାହତ ରହିବ କି?  

June 25, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆରମ୍ଭରୁ ଲାଗୁଥିଲା କୋଭିଡ-୧୯ ସହିତ ଆମର ଲଢେଇ ଅତି ବେଶୀରେ ତିନିମାସ ଲାଗିବ। ଆଜି ବିଲକୁଲ କହି ହେଉନି, ଏହା କେବେ ସରିବ, ଏପରିକି ଏ ଲଢେଇ ପୂରା ବର୍ଷ ଲାଗି ରହିପାରେ ବୋଲି କୁହା ଯାଉଛି। ଲକ ଡାଉନ ମାଧ୍ୟମରେ ଆମେ ଏହାକୁ ଅଟକାଇ ପାରିବା ବୋଲି ଭାବୁଥିଲେ। ହେଲେ ଅର୍ଥନୈତିକ ଦୃଷ୍ଟିରୁ ଦେଶକୁ ଯେଉଁ ମୂଲ୍ୟ ଦେବାକୁ ପଡୁଛି, ତାହା ଅଧିକ ଦିନ ଦେଇ ହେବନାହିଁ। ପ୍ରତିଦିନ ଜିଡିପିରୁ ୩୫ ହଜାରରୁ ୪୫ ହଜାର କୋଟି ଟଙ୍କା କ୍ଷୟ ହେଉଛି। ପ୍ରାୟ ତିନି ମାସର ଜାତୀୟ ଲକ ଡାଉନ, ତା ପୂର୍ବର ଜନତା ଜନତା କର୍ଫ୍ୟୁ ଏବଂ ବିଭିନ୍ନ ରାଜ୍ୟର ଲକ ଡାଉନ ଜନିତ କ୍ଷତି କୋଡିଏ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି ସ୍ପଷ୍ଟ ହୋଇସାରିଛି। ତେବେ କରୋନା ସଂକ୍ରମଣ ରୋକିବା ଲାଗି ଏ ପ୍ରକାର କ୍ଷତି ସହିବାକୁ ଆମେ ବାଧ୍ୟ। ଭାରତର ଜନ ବହୁଳତା ଓ ସ୍ୱାସ୍ଥ୍ୟ ସେବାରେ ଆମର ସୀମିତ ସାଧନ ଯୋଗୁଁ ଏହାର ସଂକ୍ରମଣ ରୋକିବା ଜରୁରୀ।

ଆଜି ପ୍ରଶ୍ନ ହେଉଛି, ଲକ ଡାଉନ ଉଠିଗଲା ପରେ, ଆମର ସାଧାରଣ ଜୀବନ ପୂର୍ବପରି ରହିବ କି? କେହି କେହି କହିପାରନ୍ତି, ଲକ ଡାଉନ ଆଉ ଅଛି କି? ଆଜ୍ଞା ହଁ, ଜୁନ ମାସରେ ଯାହା ଖୋଲିଛି ବୋଲି ଦେଖା ଯାଉଛି, ତାହା ପଚାଶ ଭାଗ ମାତ୍ର। ଏବେବି ଟ୍ରେନ ଓ ବିମାନ ଚଳାଚଳ ସ୍ଵାଭାବିକ ହୋଇନାହିଁ। ସପିଙ୍ଗ ମଲ, ମନ୍ଦିର, ଧାର୍ମିକ ସ୍ଥଳ, ହୋଟେଲ, ମନୋରଞ୍ଜନ ଶିଳ୍ପ ଇତ୍ୟାଦିରେ ଆଜି ବି ତାଲା ପଡିଛି।  ଅନ୍ତତଃ ଆଗାମୀ ଛଅ ମାସ ଦେଶର ଜନ ଜୀବନ ସାମାଜିକ ନିୟନ୍ତ୍ରଣ ଭିତରେ ରହିବାକୁ ବାଧ୍ୟ।

ଦୀର୍ଘଳାଳୀନ ଲକ ଡାଉନ ସମୟରେ ଦେଶର ସାମାଜିକ ମନସ୍ତତ୍ତ୍ଵର ଅଧ୍ୟୟନ ସବୁଠୁ ବେଶୀ ଜରୁରୀ। ଏକ ଧାର୍ମିକ ଆସ୍ଥାର ଦେଶ ଭାବରେ ବର୍ଷ ବର୍ଷ ଧରି ଆମେ ଧର୍ମ ସ୍ଥଳ ଓ ଧାର୍ମିକ ପାର୍ବଣ ଉପରେ କଟକଣା ଲଗାଇ ପାରିବା କି?  ଦେଶର ସବୁ ଧାର୍ମିକ ସମାଗମ ଓ ସମାବେଶକୁ ଅନିର୍ଦ୍ଦିଷ୍ଟ କାଳ ବନ୍ଦ ରଖିବା ସତରେ ସମ୍ଭବ ହେବ କି? କ୍ରମଶଃ ଧର୍ମ ଓ ଆସ୍ଥାକୁ ନେଇ ଲୋକଙ୍କ ଭିତରେ ବିଚଳନ ଆରମ୍ଭ ହେବ। ଏବେ ଲକ ଡାଉନ କୁ ଅଣଦେଖା କରି ଅନେକ ଧାର୍ମିକ ପର୍ବ ଲୁଚାଚୋରାରେ ପାଳିତ ହେଉଛି। ମହାମାରୀର ମୁକାବିଲା ସମୟରେ ଧାର୍ମିକ ସଦଭାବନା ନଷ୍ଟ ହେଲେ, ଏହାର ବ୍ୟାପକ ପ୍ରଭାବ ଆମର ସାମାଜିକ ଜୀବନକୁ ବିପନ୍ନ କରିବ। ତେଣୁ ଘୃଣା ଓ ବିଦ୍ଵେଷ ବାତାବରଣ ଯେମିତି ବ୍ୟାପକ ନ ହୁଏ ସେଥିପ୍ରତି ନିଘା ରଖିବା ସରକାରଙ୍କର ବିଶେଷ ଦାୟିତ୍ଵ ହେବା ଉଚିତ।

ଆଜି ସବୁଠୁ ବଡ ଚିନ୍ତାର ବିଷୟ ହେଉଛି, ପୂର୍ଣ୍ଣାଙ୍ଗ ଲକ ଡାଉନ ହେଉ ବା ଆଂଶିକ ଲକ ଡାଉନ, ଏହାକୁ ବର୍ଷ ତମାମ ଚଳାଇ ରଖିହେବ କି? ଅନ୍ଯାନ୍ଯ ଦେଶ ତୁଳନାରେ ଆମ ଦେଶରେ କୋଭିଡ ସଂକ୍ରମଣର ଗତି ବଡ ବିଚିତ୍ର। ଅନ୍ୟ ସବୁଠି ସଂକ୍ରମଣ ବଢିଗଲା ପରେ, ଆସ୍ତେ ଆସ୍ତେ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଇଟାଲିରେ ମାର୍ଚ୍ଚ ୧୫ ରୁ ଏପ୍ରିଲ ୧୫ ପର୍ୟନ୍ତ ହାରାହାରି ଦୈନିକ ୫୦୦୦ ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ତେବେ ଏପ୍ରିଲ ୧୫ ପରଠୁ ଏହା କମିବା ଆରମ୍ଭ ହୋଇ ଜୁନ ମାସରେ ଆକ୍ରାନ୍ତଙ୍କ ସଂଖ୍ୟା ହାରାହାରି ୨୦୦ ରହିଛି। ଅର୍ଥାତ ସଂକ୍ରମଣ ସେଠି ନିମ୍ନଗାମୀ ହୋଇଛି। ନ୍ୟୁଜିଲାଣ୍ଡ ଭଳି ଦେଶ ନିଜକୁ ସଂପୂର୍ଣ୍ଣ କରୋନା ମୁକ୍ତ ବୋଲି ଘୋଷଣା କରିଛି। ନ୍ୟୁଜିଲାଣ୍ଡରେ ମାର୍ଚ୍ଚ ୧୮ ତାରିଖ ଦିନ ସର୍ବାଧିକ ୧୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ମଇ ୧୯ ରୁ ଆଉ ଗୋଟିଏ ବି ଆକ୍ରାନ୍ତ ସେହି ଦେଶରେ ଚିହ୍ନଟ ହୋଇନାହାନ୍ତି।

ଲକ ଡାଉନ ଯଦି ସଂକ୍ରମଣ ରୋକିବାରେ ସଫଳ ହେଉନାହିଁ, ତାହେଲେ ଏହାର ଅର୍ଥନୈତିକ ମୂଲ୍ୟ ଭୂତାଣୁ ଠାରୁ ଭୟଙ୍କର ସାବ୍ୟସ୍ତ ହେବ। ଆମେ ହୁଏତ କୋଭିଡ-୧୯କୁ ନିଜ ସ୍ତରରେ  ମୁକାବିଲା କରିପାରିବା, ହେଲେ ଆର୍ଥିକ ସ୍ଥିତିର ଅବନତି ସହ ଯୁଝିବା ଆମ ପକ୍ଷରେ ଆଗକୁ ଅସମ୍ଭବ ହୋଇପଡିବ। ଏବେ ଜୀବନ ସହିତ ଭୂତାଣୁର ଉପସ୍ଥିତିକୁ ମାନିନେବାକୁ ପଡିବ।

ସାଢେ ତିନିମାସର ଲକ ଡାଉନ ପରେ, ଆଗକୁ ହୁଏତ ପୁଣି ଲକ ଡାଉନ ବା ଶଟ ଡାଉନ କିମ୍ବା ରାତ୍ରୀକାଳୀନ କର୍ଫ୍ଯୁ ବଳବତ୍ତର ରହିପାରେ। ହେଲେ ତାର ସୁଫଳ ଗତ ତିନିମାସରେ ମିଳିନାହିଁ। ଆଗକୁ ମଧ୍ୟ ମିଳିବାର ସମ୍ଭାବନା ନାହିଁ। କେବଳ ଗାଣିତିକ ଅନୁମାନରେ ଆମେ ଏତେ ଲକ୍ଷ ଜୀବନ ବଞ୍ଚାଇ ପାରିଲେ ବୋଲି କହି ନିଜକୁ ସାନ୍ତ୍ଵନା ଦେବା। ହେଲେ ଲକ ଡାଉନ ମାଧ୍ୟମରେ ଆମେ ଦେଶର ଜୀବିକା କ୍ଷେତ୍ରରେ ଅଗଣିତ ଜୀବନକୁ ଦାରିଦ୍ର୍ଯ ଭିତରକୁ ଠେଲିଦେବାର ଗାଣିତିକ ଅନୁମାନ କରିବାକୁ ଚାହୁଁନାହୁଁ କାହିଁକି? ଆଜି ଜୀବିକାର ମାଡ ଜୀବନକୁ ଅଧିକ ଦୁର୍ବିସହ କରିଦେଲାଣି।

ଯଦି ବର୍ଷ ସାରା ଲକ ଡାଉନ ଜାରି ରହେ , ତା ହେଲେ ଆମେ ଅଣ୍ଟା ସଳଖି ଠିଆ ହେବାର ସାହସ ସବୁଦିନ ଲାଗି ହରାଇ ବସିବା।

Lockdown
Share. Facebook Twitter LinkedIn Email WhatsApp Copy Link

Related Posts

ସୁଜାତାଙ୍କୁ ବିଜେଡିରେ ସାମିଲ କରି ନବୀନ ପଟ୍ଟନାୟକ କହିଦେଲେ ଏକ ବଡ କଥା..

June 25, 2026

ବିଜେଡିରେ ସାମିଲ ହେଲେ ସୁଜାତା କାର୍ତ୍ତିକେୟନ ରାଉତ, ନବୀନ ଘୋଷଣା କରି କହିଲେ..

June 25, 2026

ମୋଦି ସରକାରଙ୍କ ମନ୍ତ୍ରୀମଣ୍ଡଳ ବିସ୍ତାରକୁ ନେଇ ଚର୍ଚ୍ଚା: ଜାଣନ୍ତୁ କାହା ଉପରେ ଝୁଲୁଛି ଖଣ୍ଡା?

June 25, 2026

ଶଙ୍ଖ ଭବନରେ ବିଜେଡି ବୈଠକ, କିଛି ସମୟ ପରେ ସୁଜାତା ମିଶିବା ନେଇ ହେବ ଘୋଷଣା

June 25, 2026
Latest News

ଜିଓ ସାୱନ ପକ୍ଷରୁ ‘ମ୍ୟୁଜିକ୍ ପ୍ରୋଫାଇଲ୍‌’ ଶୁଭାରମ୍ଭ

June 25, 2026

୩ଟି ଫର୍ମାଟରେ ନମ୍ବର-୧ ଅଲରାଉଣ୍ଡର କିଏ?: ଦେଖନ୍ତୁ ICC ରାଙ୍କିଙ୍ଗ

June 25, 2026

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଉଠାଇଲେ ସମସ୍ତ ଏଲପିଜି କଟକଣା

June 25, 2026

ନେତ୍ର AEW&C କୁ ମିଳିଲା FOC: ଆହୁରି ସୁଦୃଢ ହେବ ଭାରତୀୟ ବାୟୁସେନା

June 25, 2026

ଭାରତ ପାଇଁ ଖୁସି ଖବର: ହରମୁଜ୍ ପ୍ରଣାଳୀ ପାର ହେଲା ୩୦ଟି ଜାହାଜ

June 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.