Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଣି ମାସୁଦ୍‌ଙ୍କୁ ସୁରକ୍ଷା ଦେଲା ଚୀନ୍‌
ଆଜିର ଖବର

ପୁଣି ମାସୁଦ୍‌ଙ୍କୁ ସୁରକ୍ଷା ଦେଲା ଚୀନ୍‌

March 14, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
china gets security to mashood azhar again
china gets security to mashood azhar again

ଭାରତରେ ଏକାଧିକ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଇ-ମହମ୍ମଦର (ଜେଇଏମ୍‌) ମୁଖ୍ୟ ମାସୁଦ୍‌ ଆଝାରଙ୍କୁ ପୁଣିଥରେ ସୁରକ୍ଷା ଦେଇଛି ଚାଇନା। ଫଳରେ ଜାତିସଂଘ ଦ୍ୱାରା ଆଝାରଙ୍କୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା ପାଇଁ ଭାରତ ସମେତ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ପକ୍ଷରୁ ଚାଲିଥିବା ଉଦ୍ୟମ ଫସର ଫାଟିଛି। ଏଥିଯୋଗୁ ଭାରତକୁ ଶକ୍ତ ଝଟକା ଲାଗିଛି। ଫେବୃୟାରୀ ୧୪ ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ୪୯ ଯବାନ ଶହୀଦ ହୋଇଥିବା ଏହି ଆକ୍ରମଣ ପାଇଁ ଜେଇଏମ୍‌ ନିଜକୁ ଦାୟୀ କରିଥିଲା। ଏହାକୁ ନେଇ  ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା। ଇତିମଧ୍ୟରେ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଆଝାରଙ୍କୁ କଳାତାଲିକାଭୁକ୍ତ କରିବା ପାଇଁ ଭାରତ ପୁଣିଥରେ କୂଟନୈତିକ ଉଦ୍ୟମ କରିଥିଲା, ଯାହାକୁ ଆମେରିକା, ଫ୍ରାନ୍ସ ଓ ବ୍ରିଟେନର ସହାୟତା ମିଳିଥିଲା। ଆଝାରଙ୍କୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା ପାଇଁ ପୂର୍ବରୁ ୩ ଥର ଉଦ୍ୟମ ହୋଇଥିବାବେଳେ ଚାଇନା ଯୋଗୁ ତାହା ଫସର ଫାଟିଯାଇଥିଲା। ଚତୁର୍ଥ ଥର ଲାଗି ଚୀନ୍ ମସୁଦ ଆଝାରକୁ ସୁରକ୍ଷା ଦେଇଛି। ମାସୁଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପାଇଁ ଆହୁରି ପ୍ରମାଣ ଆବଶ୍ୟକ ବୋଲି ଚୀନ କହିଛି।  ତେବେ ଜାତିସଂଘ ସୁରକ୍ଷା ପରିଷଦରେ ଜୈସ-ଏ-ମହମ୍ମଦର ମୁଖ୍ୟ ମାସୁଦ୍ ଆଝାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପ୍ରସ୍ତାବକୁ ଚୀନ ବ୍ୟତୀତ ସମସ୍ତେ ସମର୍ଥନ କରିଥିବା ସୂଚନା ମିଳିଛି। ଚୀନର ସୁରକ୍ଷା ଯୋଗୁ ମସୁଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରାଯାଇପାରିନାହିଁ।  ଏହାକୁ ନେଇ ଭାରତ ଅସନ୍ତୋଷ ବ୍ୟକ୍ତ କରିଛି।  ତେବେ ଭାରତର ଏହି ପ୍ରସ୍ତାବକୁ ସମର୍ଥନ କରିଥିବା ସୁରକ୍ଷା ପରିଷଦ ସମସ୍ତ ଦେଶଙ୍କୁ ଧନ୍ୟବାଦ ଦେଇଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ପୁଲଓ୍ୱାମା ଆତ୍ମଘାତୀ ଆକ୍ରମଣ ପରେ ମାସୁଦ୍‌ଙ୍କୁ ଗ୍ଲୋବାଲ ଟେରୋରିଷ୍ଟ ଘୋଷଣା ନେଇ ଫେବୃଆରୀ ୨୭ ତାରିଖରେ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ୍ ପକ୍ଷରୁ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରସ୍ତାବ ଆଗତ କରାଯାଇଥିଲା। ପ୍ରସ୍ତାବ ପାରିତ ହେବାରେ ସହଯୋଗ କରିବାକୁ ଭାରତ ସବୁ ସଦସ୍ୟ ରାଷ୍ଟ୍ରଙ୍କୁ ନିବେଦନ କରିବା ସତ୍ତ୍ୱେ ଚୀନ୍ ମାସୁଦ ଆଝାରକୁ ସୁରକ୍ଷା ଦେଇଛି।

mashoodazhar thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍ ଶୁଭାରମ୍ଭ: ଓଡ଼ିଶାରେ ସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ

February 25, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ନୋବେଲ ପୁରସ୍କାର ବିଜେତା

February 25, 2026

ଷଷ୍ଠ ଥର ପାଇଁ ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

February 25, 2026

ବିଧାନସଭା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ: ମାର୍ଚ୍ଚ ୮ ଯାଏଁ ଗୃହ ମୁଲତବି

February 25, 2026
Latest News

‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍ ଶୁଭାରମ୍ଭ: ଓଡ଼ିଶାରେ ସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ

February 25, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ନୋବେଲ ପୁରସ୍କାର ବିଜେତା

February 25, 2026

ଷଷ୍ଠ ଥର ପାଇଁ ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

February 25, 2026

ବିଧାନସଭା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ: ମାର୍ଚ୍ଚ ୮ ଯାଏଁ ଗୃହ ମୁଲତବି

February 25, 2026

ଆଜି ଫେବୃୟାରୀ ୨୫ ତାରିଖ ବୁଧବାର, ଏହି ରାଶିର ଲୋକେ ପାଇବେ ଖୁସି ଖବର

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.