Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଣି ଫେରିଲା ଲକ୍‌ଡାଉନ୍‌ : ବିନା କାରଣରେ କଟକ-ଭୁବନେଶ୍ୱର ଭିତରକୁ ପ୍ରବେଶ କରିପାରିବନି ଗାଡ଼ି
ଆଜିର ଖବର

ପୁଣି ଫେରିଲା ଲକ୍‌ଡାଉନ୍‌ : ବିନା କାରଣରେ କଟକ-ଭୁବନେଶ୍ୱର ଭିତରକୁ ପ୍ରବେଶ କରିପାରିବନି ଗାଡ଼ି

July 17, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ଓଡ଼ିଶା ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବହୁଳ ସକ୍ରିୟ ସଂକ୍ରମିତ ଥିବା 4ଟି ଜିଲ୍ଲା ଯଥା-ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଏବଂ ରାଉରକେଲା ମହାନଗର ନିଗମରେ ଆଜି ରାତି 9ଟାରୁ 14ଦିନିଆ ଲକ୍‌ଡାଉନ୍ କଟକଣା‌ ଲାଗୁ ହେବ। ଆଜି ରାତି 9ଟାରୁ ଜୁଲାଇ 31ମଧ୍ୟରାତ୍ର ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କଟକଣା ଜାରି ରହିବ।

ତେବେ ଏହି 4 ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ ସପ୍ତାହାନ୍ତ(ପ୍ରତି ସପ୍ତାହର ଶନିବାର ଓ ରବିବାର)ସଟ୍‌ଡାଉନ୍‌ କଟକଣାକୁ ହଟାଇ ଦିଆଯାଇଛି। ବାକି ସମସ୍ତ ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ଡାଉନ୍‌ କଟକଣା ପୂର୍ବଭଳି ବଳବତ୍ତର ରହିବ।

ଲକ୍‌ଡାଉନ୍‌ ସମୟରେ ଭୁବନେଶ୍ୱର ଓ କଟକ ଭିତରକୁ ଜରୁରୀ କାରଣ ନ ଥିଲେ କୌଣସି ଗାଡ଼ିକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଏ ନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ଖାଲି କଟକ-ଭୁବନେଶ୍ୱର ନୁହେଁ ବରଂ ଏହି ଲକ୍‌ଡାଉନ୍‌ ସମୟରେ ବିନା କାରଣରେ ଲୋକମାନେ ଯିବାଆସିବା କରିପାରିବେ ନାହିଁ।

ଲକ୍‌ଡାଉନ୍‌ ସମୟରେ ଅତ୍ୟାବଶ୍ୟକକୁ ଛାଡ଼ି ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ୍ ଓ ଅନ୍ୟାନ୍ୟ ଅନୁଷ୍ଠାନ ବନ୍ଦ ରହିବ। କ୍ଷୀର, ପରିବା, ତେଜରାତି ଦୋକାନ ଆଦି ସକାଳ 6ଟାରୁ ଦିନ ଗୋଟାଏ ଯାଏ ଖୋଲା ରହିବ।

ଏହି ଲକ୍‌ଡାଉନ୍‌ ସମୟରେ ଉପରୋକ୍ତ ଚାରୋଟି ଜିଲ୍ଲା ଓ ମହାନଗର ନିଗମରେ ବ୍ୟାପକ ମାତ୍ରାରେ ସର୍ଭେଲାନ୍ସ ଓ ଟେଷ୍ଟିଂ କରାଯିବ । ଏହି ଲକ୍‌ଡାଉନ୍‌ କଟକଣା ମାନିବାକୁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି। ଆଉ ଯେଉଁମାନେ ଏହି କଟକଣା ନ ମାନନ୍ତି ତା’ହେଲେ ଆଇନ୍‌ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

“କଂଗ୍ରେସର ପରିଚୟ ହିଁ ରାମ ବିରୋଧୀ,” ନାନା ପଟୋଲେଙ୍କ ବୟାନକୁ ଟାର୍ଗେଟ କଲେ ସଞ୍ଜୟ ନିରୁପମ

January 1, 2026

ସ୍କୁଟି ମୋଟରସାଇକେଲ ମୁହାଁମୁହିଁ ଧକ୍କା: ଦୁଇ ମୃତ, ତିନି ଗୁରୁତର

January 1, 2026

ନିଯୁକ୍ତି ନାମରେ ଠକେଇ: ୩ ଅଭିଯୁକ୍ତ କୋର୍ଟ ଚାଲାଣ

January 1, 2026

BCCIର ସମ୍ଭାବ୍ୟ 2026 କେନ୍ଦ୍ରୀୟ ଚୁକ୍ତି: ରୋହିତ, ବିରାଟଙ୍କୁ ଲାଗିପାରେ ଝଟକା

January 1, 2026
Latest News

ସ୍କିଲ୍‌ ଦ ନେସନ୍‌ ଏଆଇ ଚ୍ୟାଲେଞ୍ଜର ଶୁଭାରମ୍ଭ କଲେ ରାଷ୍ଟ୍ରପତି

January 1, 2026

“କଂଗ୍ରେସର ପରିଚୟ ହିଁ ରାମ ବିରୋଧୀ,” ନାନା ପଟୋଲେଙ୍କ ବୟାନକୁ ଟାର୍ଗେଟ କଲେ ସଞ୍ଜୟ ନିରୁପମ

January 1, 2026

ସ୍କୁଟି ମୋଟରସାଇକେଲ ମୁହାଁମୁହିଁ ଧକ୍କା: ଦୁଇ ମୃତ, ତିନି ଗୁରୁତର

January 1, 2026

ନିଯୁକ୍ତି ନାମରେ ଠକେଇ: ୩ ଅଭିଯୁକ୍ତ କୋର୍ଟ ଚାଲାଣ

January 1, 2026

BCCIର ସମ୍ଭାବ୍ୟ 2026 କେନ୍ଦ୍ରୀୟ ଚୁକ୍ତି: ରୋହିତ, ବିରାଟଙ୍କୁ ଲାଗିପାରେ ଝଟକା

January 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.