Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଣି ଫେରିଲା ଲକ୍‌ଡାଉନ୍‌ : ବିନା କାରଣରେ କଟକ-ଭୁବନେଶ୍ୱର ଭିତରକୁ ପ୍ରବେଶ କରିପାରିବନି ଗାଡ଼ି
ଆଜିର ଖବର

ପୁଣି ଫେରିଲା ଲକ୍‌ଡାଉନ୍‌ : ବିନା କାରଣରେ କଟକ-ଭୁବନେଶ୍ୱର ଭିତରକୁ ପ୍ରବେଶ କରିପାରିବନି ଗାଡ଼ି

July 17, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ଓଡ଼ିଶା ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବହୁଳ ସକ୍ରିୟ ସଂକ୍ରମିତ ଥିବା 4ଟି ଜିଲ୍ଲା ଯଥା-ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଏବଂ ରାଉରକେଲା ମହାନଗର ନିଗମରେ ଆଜି ରାତି 9ଟାରୁ 14ଦିନିଆ ଲକ୍‌ଡାଉନ୍ କଟକଣା‌ ଲାଗୁ ହେବ। ଆଜି ରାତି 9ଟାରୁ ଜୁଲାଇ 31ମଧ୍ୟରାତ୍ର ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କଟକଣା ଜାରି ରହିବ।

ତେବେ ଏହି 4 ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ ସପ୍ତାହାନ୍ତ(ପ୍ରତି ସପ୍ତାହର ଶନିବାର ଓ ରବିବାର)ସଟ୍‌ଡାଉନ୍‌ କଟକଣାକୁ ହଟାଇ ଦିଆଯାଇଛି। ବାକି ସମସ୍ତ ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ଡାଉନ୍‌ କଟକଣା ପୂର୍ବଭଳି ବଳବତ୍ତର ରହିବ।

ଲକ୍‌ଡାଉନ୍‌ ସମୟରେ ଭୁବନେଶ୍ୱର ଓ କଟକ ଭିତରକୁ ଜରୁରୀ କାରଣ ନ ଥିଲେ କୌଣସି ଗାଡ଼ିକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଏ ନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ଖାଲି କଟକ-ଭୁବନେଶ୍ୱର ନୁହେଁ ବରଂ ଏହି ଲକ୍‌ଡାଉନ୍‌ ସମୟରେ ବିନା କାରଣରେ ଲୋକମାନେ ଯିବାଆସିବା କରିପାରିବେ ନାହିଁ।

ଲକ୍‌ଡାଉନ୍‌ ସମୟରେ ଅତ୍ୟାବଶ୍ୟକକୁ ଛାଡ଼ି ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ୍ ଓ ଅନ୍ୟାନ୍ୟ ଅନୁଷ୍ଠାନ ବନ୍ଦ ରହିବ। କ୍ଷୀର, ପରିବା, ତେଜରାତି ଦୋକାନ ଆଦି ସକାଳ 6ଟାରୁ ଦିନ ଗୋଟାଏ ଯାଏ ଖୋଲା ରହିବ।

ଏହି ଲକ୍‌ଡାଉନ୍‌ ସମୟରେ ଉପରୋକ୍ତ ଚାରୋଟି ଜିଲ୍ଲା ଓ ମହାନଗର ନିଗମରେ ବ୍ୟାପକ ମାତ୍ରାରେ ସର୍ଭେଲାନ୍ସ ଓ ଟେଷ୍ଟିଂ କରାଯିବ । ଏହି ଲକ୍‌ଡାଉନ୍‌ କଟକଣା ମାନିବାକୁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି। ଆଉ ଯେଉଁମାନେ ଏହି କଟକଣା ନ ମାନନ୍ତି ତା’ହେଲେ ଆଇନ୍‌ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଋଷ-କରାଚି ରୁଟରେ ଭାରତୀୟ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ: ଅଳ୍ପକେ ବର୍ତ୍ତିଲେ ୨୩ ଭାରତୀୟ ନାବିକ

September 4, 2026

ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଘୋଷଣା: ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ଟଙ୍କା ସହାୟତା

September 4, 2026

ନେପାଳ ବନ୍ୟାର ନଅ ଦିନ ପରେ ହେଲା ଚମତ୍କାର!: ଭଗ୍ନାବଶେଷରୁ ଦୁଇ ଶ୍ରମିକ ଜୀବିତ ଉଦ୍ଧାର

September 4, 2026

ପୋଲିସ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଡକାୟତ ଲୋକେଶ ଗୁରୁତର, ଜଣେ ଫେରାର

September 4, 2026
Latest News

ଋଷ-କରାଚି ରୁଟରେ ଭାରତୀୟ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ: ଅଳ୍ପକେ ବର୍ତ୍ତିଲେ ୨୩ ଭାରତୀୟ ନାବିକ

September 4, 2026

“ଆମେ ଭାରତକୁ ଯେତିକି ତେଲ ଆବଶ୍ୟକ ସେତିକି ଦେବୁ”: ଟ୍ରମ୍ପଙ୍କୁ ଚିଡ଼ାଇବ ରୁଷର ଏହି ବୟାନ

September 4, 2026

ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଘୋଷଣା: ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ଟଙ୍କା ସହାୟତା

September 4, 2026

ନେପାଳ ବନ୍ୟାର ନଅ ଦିନ ପରେ ହେଲା ଚମତ୍କାର!: ଭଗ୍ନାବଶେଷରୁ ଦୁଇ ଶ୍ରମିକ ଜୀବିତ ଉଦ୍ଧାର

September 4, 2026

ପୋଲିସ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଡକାୟତ ଲୋକେଶ ଗୁରୁତର, ଜଣେ ଫେରାର

September 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.