Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶିଶୁକୁ ଜନ୍ମ ଦେଲେ ନାବାଳିକା : 85 ବର୍ଷୀୟ ବୃଦ୍ଧଙ୍କ ଡିଏନ୍‌ଏ ଟେଷ୍ଟ ପାଇଁ ଆଦେଶ ଦେଲେ ସୁପ୍ରିମକୋର୍ଟ
ଆଜିର ଖବର

ଶିଶୁକୁ ଜନ୍ମ ଦେଲେ ନାବାଳିକା : 85 ବର୍ଷୀୟ ବୃଦ୍ଧଙ୍କ ଡିଏନ୍‌ଏ ଟେଷ୍ଟ ପାଇଁ ଆଦେଶ ଦେଲେ ସୁପ୍ରିମକୋର୍ଟ

July 18, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲା : ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ 84 ବର୍ଷୀୟ ବୃଦ୍ଧଙ୍କ ଡିଏନ୍‌ଏ ଟେଷ୍ଟ ପାଇଁ ସୁପ୍ରିମ୍‌କୋର୍ଟ ଆଦେଶ ଦେଇଛନ୍ତି । କୋର୍ଟ ଆଦେଶ ଦେଇଛନ୍ତି କି ଶିଶୁର ପିତାର ଠିକଣା ପାଇଁ ଶିଶୁ ଓ ଅଭିଯୁକ୍ତ ବୃଦ୍ଧଙ୍କ ଡିଏନ୍‌ଏ ଟେଷ୍ଟ କରାଯିବ ।

ପଶ୍ଚିମବଙ୍ଗର ମୋଟିଗରା ଅଞ୍ଚଳରେ  2012 ମସିହାରେ ଏହି ଦୁଷ୍କର୍ମ ଘଟଣାଟି ଘଟିଥିଲା । 14 ବର୍ଷର ଝିଅକୁ ଜଣେ  84 ବର୍ଷୀୟ ବୃଦ୍ଧ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା । ଦୁଷ୍କର୍ମ ପରେ ଝିଅଟି ଏକ ଶିଶୁକୁ ଜନ୍ମ ଦେଇଥିଲେ ।

ସୁପ୍ରିମ୍‌କୋର୍ଟ ଶିଶୁଟିର ପିତାର ଠିକଣା ଜାଣିବା ପାଇଁ ଶିଶୁ ଓ ଅଭିଯୁକ୍ତଙ୍କର ଡିଏନ୍‌ଏ ଟେଷ୍ଟ କରାଇବାକୁ ଆଦେଶ ଦେଇଛନ୍ତି । ତେବେ ଏହି ଘଟଣାରେ ବରିଷ୍ଠ ଓକିଲ କପିଲ୍‌ ଶିବଲ୍‌ ଅଭିଯୁକ୍ତଙ୍କ ପକ୍ଷ ନେଇ କହିଥିଲେ ଯେ, ଅଭିଯୁକ୍ତଙ୍କ ବୟସ ଓ ସ୍ବାସ୍ଥ୍ୟ ଦୁଷ୍କର୍ମ ପରି ଏକ କାର୍ଯ୍ୟ କରିବାକୁ ଅସମର୍ଥ ବୋଲି ଯୁକ୍ତି ଦର୍ଶାଇଥିଲେ ।  କଲିକତା ହାଇକୋର୍ଟରେ ଜମାନତ ଖାରଜ ହେବା ପରେ ଏହାକୁ ସୁପ୍ରିମ୍‌କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା । ଜଷ୍ଟିସ୍‌ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ବେଞ୍ଚ ଏହି ଘଟଣାର ଶୁଣାଣି କରିବା ସହିତ ଡିଏନ୍‌ଏ ଟେଷ୍ଟ  କରିବାକୁ ଆଦେଶ ଦେଇଛନ୍ତି । ତେବେ ଦୁଷ୍କର୍ମ ସମୟରେ ଅଭିଯୁକ୍ତଙ୍କ ବୟସ 76 ବର୍ଷ ହୋଇଥିଲା ।

ସେତେବେଳେ ଏହିଘଟଣାଟି ବେଶ୍‌ ଚର୍ଚ୍ଚାରେ ରହିଥିଲା । ଏବେ ଏହି ଘଟଣାଟି ସୁପ୍ରିମ୍‌କୋର୍ଟରେ ପହଞ୍ଚିଛି । ଏବେ ଦୁହିଁଙ୍କ ଡିଏନ୍‌ଏ ଟେଷ୍ଟ ରିପୋର୍ଟ ଆସିବା ପରେ ଏହି ମାମଲାର ଆଗକୁ କେଉଁ ଦିଗରେ ଗତି କରିବ ତାହା ଜଣାପଡିବ । (ଏଜେନ୍ସି)

supremecourt
Share. Facebook Twitter LinkedIn Email WhatsApp Copy Link

Related Posts

ନମ୍ବର ୧ ହେଲେ ବୈଭବ ସୂର୍ଯ୍ୟବଂଶୀ: ଅରେଞ୍ଜ କ୍ୟାପ୍ ପାଇଁ ବିରାଟ କୋହଲିଙ୍କ ସମ୍ଭାବନା କେତେ?

May 28, 2026

ବିଜେପି ସଂଗଠନରେ ବଡ଼ ଧରଣର ଅଦଳବଦଳ: ନିଯୁକ୍ତ ହେଲେ ଚାରୋଟି ରାଜ୍ୟରେ ରାଜ୍ୟ ସଭାପତି

May 28, 2026

BSNL ର ବଡ଼ ଘୋଷଣା: ମାତ୍ର ୫୧ ଟଙ୍କାରେ ମିଳିବ ୨୮ ଦିନ ପାଇଁ ୨ ଜିବି ଡାଟା ଏବଂ ମାଗଣା କଲିଂ

May 28, 2026

ଇସ୍ତଫା ଘୋଷଣା କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା

May 28, 2026
Latest News

ନମ୍ବର ୧ ହେଲେ ବୈଭବ ସୂର୍ଯ୍ୟବଂଶୀ: ଅରେଞ୍ଜ କ୍ୟାପ୍ ପାଇଁ ବିରାଟ କୋହଲିଙ୍କ ସମ୍ଭାବନା କେତେ?

May 28, 2026

ବିଜେପି ସଂଗଠନରେ ବଡ଼ ଧରଣର ଅଦଳବଦଳ: ନିଯୁକ୍ତ ହେଲେ ଚାରୋଟି ରାଜ୍ୟରେ ରାଜ୍ୟ ସଭାପତି

May 28, 2026

BSNL ର ବଡ଼ ଘୋଷଣା: ମାତ୍ର ୫୧ ଟଙ୍କାରେ ମିଳିବ ୨୮ ଦିନ ପାଇଁ ୨ ଜିବି ଡାଟା ଏବଂ ମାଗଣା କଲିଂ

May 28, 2026

ଇସ୍ତଫା ଘୋଷଣା କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା

May 28, 2026

କମିଲା ସୁନା ଓ ରୂପାର ମୂଲ୍ୟ: ଜାଣନ୍ତୁ ଆଜିର ଦର

May 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.