ଲାଲୁଙ୍କୁ ଜାମିନ୍‌ ମାମଲା : ସିବିଆଇକୁ ଜବାବ ତଲବ କଲେ ସୁପ୍ରିମ୍‌କୋର୍ଟ

Published: Mar 15, 2019, 5:47 pm IST

ଚାରା ଦୁର୍ନୀତି ସମ୍ପର୍କିତ ୩ଟି ମାମଲାରେ ଅଭିଯୁକ୍ତ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ସିବିଆଇକୁ ଜବାବ ତଲାବ କରିଛନ୍ତି। ପ୍ରଧାନ ବିଚାରପତି ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟଙ୍କ ଆବେଦନ ଉପରେ ସିବିଆଇକୁ ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ପ୍ରତି ସେ ରାଞ୍ଚିସ୍ଥିତ ବିର୍ସା ମୁଣ୍ଡା କେନ୍ଦ୍ରୀୟ କାରାଗାରରେ ଜେଲ୍‌ ଦଣ୍ଡ ଭୋଗୁଛନ୍ତି। ଝାଡଖଣ୍ଡ ଉଚ୍ଚ ନ୍ୟାୟାଳୟ ଦ୍ବାରା ୨୦୧୯ ଜାନୁଆରୀ ୧୦ରେ ତାଙ୍କର ଜାମିନ ଆବେଦନ ଖାରଜ ହେବା ପରେ ସେ ଉଚ୍ଚନ୍ୟାୟାଳୟରେ ଆବେଦନ କରିଥିଲେ।

Related posts