ଆରମ୍ଭ ହେଲା ନାମାଙ୍କନ ଦାଖଲ ପକ୍ରିୟା, ପ୍ରଥମ ଦିନରେ ୪ଟି ବିଧାନସଭା ପାଇଁ ୪ ପ୍ରାର୍ଥୀପତ୍ର,ଲୋକ ସଭାରେ କେହି ନାହିଁ।

Published: Mar 18, 2019, 6:32 pm IST
1st phase nomination process starts in Odisha.

ଆଜି ୪ଟି ଲୋକସଭା ଆସନ ଏବଂ ୨୮ଟି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ ପକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିନରେ ୪ଟି ବିଧାନସଭା ପାଇଁ ୪ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଲୋକସଭା ପାଇଁ ପ୍ରଥମ ଦିନରେ କେହି ପ୍ରାର୍ଥି ପତ୍ର ଦାଖଲ କରି ନାହାଁନ୍ତି। ୪ଟି ବିଧାନସଭା ପାଇଁ ଜଣେ ଲେଖାଏଁ ପ୍ରାର୍ଥୀ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ସେଗୁଡିକ ହେଲା ନର୍ଲା, ନବରଂଗପୁର, ବ୍ରହ୍ମପୁର ଏବଂ ମାଲକାନାଗିରି। ଏହି ନାମାଙ୍କନ ପକ୍ରିୟା ଆଜିଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ମାର୍ଚ୍ଚ ୨୮ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି।

Related posts