ଓଡିଶାବାସୀଙ୍କୁ ସମ୍ବଲପୁରୀ ଭାଷାରେ ନୂଆଖାଇ ଜୁହାର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published: Aug 23, 2020, 11:00 am IST

ଭୁବନେଶ୍ବର, ଆଜି ପବିତ୍ର ନୁଆଖାଇ ଉପଲକ୍ଷେ ଚାରିଆଡେ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟୁଛି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କ ଏହି ପବିତ୍ର ଉତ୍ସବ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି। ତେବେ ନବୀନ ଏଥର ସମ୍ବଲପୁରୀ ଭାଷାରେ ନିଜର ଅଭିନନ୍ଦନ ବାର୍ତ୍ତା ପଠାଇଛନ୍ତି। ଏଥିରେ ସେ କହିଛନ୍ତି ଯେ, ନୂଆଖାଇ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ଜୁହାର। ନୂଆଖାଇ ସମସ୍ତଙ୍କ ପାଇଁ ସୁଖ ସମୃଦ୍ଧି ଆଣିଦେଉ ମା ସମଲେଶ୍ବରୀଙ୍କ ନିକଟରେ ପ୍ରାର୍ଥନା। ଏଥିସହିତ କରୋନା କଟକଣା, ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରଖି ଏହି ପର୍ବ ପାଳନ କରିବାକୁ ମଧ୍ୟ ନବୀନ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

Related posts