ଶସ୍ତା କାର୍ ସେବା ପ୍ରଦାନ କରୁଥିବା କମ୍ପାନୀ ଓଲା, ହ୍ୟୁଣ୍ଡାଇ ମୋଟର୍ସ ଏବଂ କେଆଇଏ ମୋଟର୍ସ ସହିତ ୩୦୦ ମିଲିୟନ୍ ଡଲାରର ଚୁ୍କ୍ତି କରିଛି । ଇଲେକ୍ଟ୍ରିକ୍ ଯାନ ନିର୍ମାଣ କ୍ଷେତ୍ରରେ ଏହା ସବୁଠୁ ବଡ ଚୁକ୍ତି । ଏହି ତିନି କମ୍ପାନୀ ଆଗାମୀ ଦିନରେ ଭାରତୀୟ ବଜାର ନିମନ୍ତେ ବୈଦ୍ୟୁତିକ ଯାନ ନିର୍ମାଣ ଏବଂ ଭିତ୍ତିଭୂମିର ବିକାଶରେ ଏହି ଅର୍ଥ ବିନିଯୋଗ କରାଯିବ ବୋଲି କହିଛନ୍ତି । ଓଲା ନିଜର ଜେ ରାଉଣ୍ଡ ନିବେଶ ଯୋଜନାର ଏକ ଅଂଶ ବିଶେଷ । ଏହି ନିବେଶ ଜରିଆରେ ଭାରତୀୟ ବଜାର ନିମନ୍ତେ ଓଲା ୧ ବିଲିୟନ୍ ନିବେଶର ଲକ୍ଷ୍ୟ ରଖିଛି ।
Tags: