୮୦ତମ ସିଆରପିଏଫ୍ ବାର୍ଷିକ ଦିବସରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ଯୋଗ ଦେଇ ଉଦ୍ବୋଧନ ଦେଇ କହିଥିଲେ, ଦେଶ ଏହି ଘଟଣାକୁ ପୁଲ୍ୱାମା ଘଟଣାକୁ ଭୁଲିନି ଏବଂ କେବେ ମଧ୍ୟ ଭୁଲିବନାହିଁ। ସମୟ ଏବଂ ଠିକଣା ନିର୍ଦ୍ଧାରଣ କରି ପୁଣି କାର୍ଯ୍ୟାନୁଷ୍ଠାନ ନିଆଯିବ। ତାହା ଆତଙ୍କବାଦୀଙ୍କ ଉପରେ ହେଉ କିମ୍ବା ଯେଉଁମାନେ ଆତଙ୍କବାଦକୁ ସମର୍ଥନ ଜଣାଉଛନ୍ତି। ସେ ସିଆର୍ପିଏଫ୍ଙ୍କୁ ବିଶ୍ବାସନୀୟତା ପ୍ରଶଂସା କରି କହିଛନ୍ତି ଯେ, “ଯେତେବେଳେ ଆମେ ବୈଠକ କରୁ ଏବଂ କେତେ ବ୍ୟାଟାଲିଅନ୍ କେଉଁଠାକୁ ପଠାଇବାକୁ ଆଲୋଚନା କରୁ, ଆମେ ସବୁ ସମୟରେ କହୁ ସିଆରପିଏଫ୍ଙ୍କୁ ପଠାଯାଉ, କାରଣ ସେମାନେ ବିଶ୍ୱାସଯୋଗ୍ୟ ଏବଂ ସେମାନଙ୍କୁ ପୂର୍ଣ୍ଣ ବିଶ୍ୱାସ କରାଯାଇପାରିବ।” ଡୋଭାଲ ଏହି ଅବସରରେ ପୁଲ୍ୱାମା ଆତ୍ମଘାତୀ ଆକ୍ରମଣରେ ସହିଦ ହୋଇଥିବା ୪୦ ଜଣ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।