ଭାରତୀୟ କ୍ରିକେଟ୍ ଦଳରେ ଚାରି ନମ୍ବର ସ୍ଥାନରେ ବ୍ୟାଟିଂକୁ ନେଇ ସର୍ବଦା ସମସ୍ୟା ଲାଗି ରହିଛି। ଏହି ସ୍ଥାନରେ ବିଭିନ୍ନ ଖେଳାଳି ବ୍ୟାଟିଂ କରିଥିଲେ ମଧ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ନିୟମିତ ସଫଳ ହୋଇନାହାନ୍ତି। ପୂର୍ବତନ ଭାରତୀୟ ଅଧିନାୟକ ତଥା ଦିଲ୍ଲୀକ୍ୟାପିଟାଲ୍ସର ପରାମର୍ଶଦାତା ସୌରଭ ଗାଙ୍ଗୁଲିଙ୍କ ମତରେ ଆଇପିଏଲ୍ ସମାପ୍ତ ହେବା ପୂର୍ବରୁ ଭାରତକୁ ଏହାର ଶ୍ରେଷ୍ଠ ଚାରି ନମ୍ବର ଖେଳାଳି ମିଳିଯିବ। ପୂର୍ବରୁ ଏହି ସ୍ଥାନରେ ଆଜିଙ୍କ୍ୟ ରାହାଣେ ଏବଂ କେଏଲ୍ ରାହୁଲ୍ ଖେଳିଥିଲେ ମଧ୍ୟ ଉଭୟ ବିଫଳ ହୋଇଥିଲେ। ତିନୋଟି ସିରିଜ ପୂବର୍ରୁ ଅମ୍ବାତି ରାୟୁଡୁ ଏହି ସ୍ଥାନ ନିମନ୍ତେ ସର୍ବଶ୍ରେଷ୍ଠ ଖେଳାଳି ମନେ ହେଉଥିଲେ ମଧ୍ୟ ବିଗତ ଦୁଇ ସିରିଜ୍ରେ ସେ ବିଫଳ ହାେଇ ଚୟନକର୍ତ୍ତାଙ୍କୁ ସମସ୍ୟାରେ ପକାଇଛନ୍ତି। ଗାଙ୍ଗୁଲିଙ୍କ ସହିତ ଏହି କାର୍ଯ୍ୟକ୍ରମରେ ରିକି ପଣ୍ଟିଂ ମଧ୍ୟ ଉପସ୍ଥିତ ଥିଲେ। ଉଭୟ ଖେଳାଳି ଏହି ସ୍ଥାନ ନିମନ୍ତେ ପନ୍ତଙ୍କୁ ଉପଯୁକ୍ତ ବୋଲି କହିଥିଲେ ମଧ୍ୟ ଧାେନୀଙ୍କ ଉପସ୍ଥିତିରେ ପନ୍ତ ଟିମ୍ରେ ନିଜର ସ୍ଥାନ ପକ୍କା ନକରିପାରିବା ନେଇ ମଧ୍ୟ ଗାଙ୍ଗୁଲି ମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଗାଙ୍ଗୁଲି ଚେତେଶ୍ବର ପୂଜାରାଙ୍କ ନାମ ମଧ୍ୟ ନେଇଥିଲେ। ମୁଁ ଅଧିନାୟକ ଥିବା ସମୟରେ ଦ୍ରାବିଡ ଏହି ଦାୟିତ୍ବ ନିର୍ବାହ କରିଥିଲେ ତେଣୁ ମୁଁ ପୂଜାରାଙ୍କ ନାମ ନେବାକୁ ଚାହିଁବି ବୋଲି ଗାଙ୍ଗୁଲି ମତ ରଖିଥିଲେ। ଏହା ସହିତ ଗାଙ୍ଗୁଲି କହିଥିଲେ ଦର୍ଶକ ହିସାବରେ ଆମେ କେବଳ ନିଜର ମତାମତ ଦେଇପାରିବା ମାତ୍ର ଅଧିନାୟକ ଭାବରେ କୋହଲି ନିଜର ଏକାଦଶ ଚୟନ କରିବେ। ଯେ କୌଣସି ସ୍ଥାନରେ ବ୍ୟାଟିଂ କରିବା ନିମନ୍ତେ କୋହଲି ଉପଯୁକ୍ତ। ମାତ୍ର କାେହଲିଙ୍କ ନିମନ୍ତେ ୩ ନମ୍ବର ସ୍ଥାନ ଉପଯୁକ୍ତ। ସେହିପରି ଦଳରେ ରୋହିତ, ଧଓ୍ବନ୍, ଧୋନୀ ଏବଂ ବୁମ୍ରାଙ୍କ ପରି ମ୍ୟାଚ୍ ବିଜେତା ଖେଳାଳି ରହିଥିବାରୁ ବିନା ଚାପର ବଶବର୍ତ୍ତୀ ହୋଇ ଖେଳିଲେ ଦଳ ସଫଳ ହାେଇପାରିବ ବାେଲି ଗାଙ୍ଗୁଲି ମତ ରଖିଥିଲେ।