Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିନ ଦ୍ବିପ୍ରହରରେ ବାଣପୁର ସହରରୁ ବଡ ଧରଣର ଡକାୟତି: ପୋଲିସକୁ ଖୋଲା ଚ୍ୟାଲେଞ୍ଜ
ଆଜିର ଖବର

ଦିନ ଦ୍ବିପ୍ରହରରେ ବାଣପୁର ସହରରୁ ବଡ ଧରଣର ଡକାୟତି: ପୋଲିସକୁ ଖୋଲା ଚ୍ୟାଲେଞ୍ଜ

August 28, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତରାମ ଅଗ୍ରଓ୍ବାଲ

ବାଣପୁର: ଆଜି ଦିନ ଦ୍ବିପହରରେ ଖୋର୍ଦ୍ଧା ଜିଲ୍ଲା ସ୍ଥିତ ବାଣପୁର ସହରରୁ ଏକ ବଡ ଧରଣର ଡକାୟତି ହୋଇଛି। ଦୁଇ ଜଣ ଡକାୟତ ଲୁଟି ନେଇଛନ୍ତି ଦେଢ଼ ଲକ୍ଷ ଟଙ୍କା ଓ ବହୁ ମୂଲ୍ୟବାନ ଜିନିଷ।

ମିଳିଥିବା ସୂଚନା ଅନୁସାରେ ଆଜି ଆଜି ମଧ୍ୟାହ୍ନ ପାଖାପାଖି ୧୨.୩୦ ମିନିଟରେ ବାଣପୁର ଥାନା କୁମାରାଙ୍ଗ ଗ୍ରାମ ଅନ୍ତର୍ଗତ ଗୋଦାବରୀଶ ମହାବିଦ୍ୟାଳୟ ର  ପୂର୍ବତନ ଓଡ଼ିଆ ବିଭାଗର ପ୍ରାଧ୍ୟାପକ ସତ୍ୟବାଦୀ ମହାପାତ୍ର(୮୭) ତାଙ୍କ ସ୍ତ୍ରୀ ଏବଂ ତିନି ଝିଅ ଙ୍କ ସହ ଏକ ଅଟୋ ରେ ବାଣପୁର ସ୍ଥିତ ୟୁକୋ ବ୍ୟାଙ୍କକୁ ଯାଇ  ନିଜର ପେନସନ ପଇସା ଦେଢ଼ ଲକ୍ଷ ଟଙ୍କା ଉଠାଇଥିଲେ। ଏହାପରେ ସମ୍ପୃକ୍ତ ଟଙ୍କା, ଦୁଇ ଗୋଟି ମୋବଇଲ, ପେନସନ ବହି, ବିଭିନ୍ନ ବ୍ୟାଙ୍କ ପାସ ବୁକ, ଇନକମ ଟାକ୍ସ କାଗଜ, ଚେକ ବହି, ଏ.ଟି.ଏମ ଓ ଅନ୍ୟାନ୍ୟ ଜରୁରୀ ଜିନିଷ ଏକ କଳା ବ୍ୟାଗ ରେ ରଖି ତାକୁ ନେଇ ବାଣପୁର ଷ୍ଟେଟ ବ୍ୟାଙ୍କ କୁ ଯାଇଥିଲେ। ଷ୍ଟେଟ ବ୍ୟାଙ୍କରୁ କାମ ସାରି ତଳସାହି ସ୍ଥିତ ଏକ ରାସନ ଦୋକାନକୁ ସଉଦା କିଣିବା ପାଇଁ ଯାଇଥିଲେ।

ସେହି ସମୟରେ ଦୁଇ ଜଣ ଅଜଣା ବ୍ୟକ୍ତି ମୁହଁରେ କଳା ପଟି ବାନ୍ଧି ସମ୍ପୃକ୍ତ ରାସନ ଦୋକାନ ର ବାରଣ୍ଡା ଉପରକୁ ଆସିଥିଲେ। କିଛି ସମୟ ସେଠାରେ ଠିଆ ହୋଇ ସଉଦା କିଣିବାର ମିଛ ବାହାନା କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଟଙ୍କା ବ୍ୟାଗ ଧରିଥିବା ସତ୍ୟବାଦୀଙ୍କ ସାନ ଝିଅଙ୍କ ପଛପଟ କାନ୍ଧରେ କିଛି ତରଳ ଜାତୀୟ ପଦାର୍ଥ ଫୋପାଡ଼ିଥିଲେ। ଏହାପରେ ଦୁଇ ଜଣଙ୍କ ଭିତରୁ ଜଣେ ଦୁର୍ବୁତ୍ତ ସତ୍ୟବାଦୀ ଙ୍କ ଝିଅଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ।ଫଳରେ ତାଙ୍କ ସାନ ଝିଅ ଉକ୍ତ ଟଙ୍କା ବ୍ୟାଗ କୁ ତାଙ୍କ ମା ତଥା ସତ୍ୟବାଦୀ ଙ୍କ ସ୍ତ୍ରୀ ସୁଲୋଚନା ଦେବୀଙ୍କୁ ଦେଇ ନିକଟସ୍ଥ ନଳକୂପ ରେ ହାତ ଧୋଇବାକୁ ତତ୍ପର ହେବା ସମୟରେ ଜଣେ ଦୁର୍ବୁତ୍ତ ସୁଲୋଚନାଙ୍କୁ ଜୋରରେ ଧକା ଦେଇଥିଲେ ଏବଂ ସୁଲୋଚନା ତଳେ ପଡିଯାଇଥିଲେ। ପରବର୍ତ୍ତୀ ମୁହୁର୍ତ୍ତରେ ଆଖି ପିଛୁଳାକେ ଦୁଇ ଦୁର୍ବୁତ୍ତ ଏକ ପଲସର ମଟରସାଇକେଲ ରେ ଫେରାର ହୋଇଯାଇଥିଲେ।

ଦୁଇ ଦୁର୍ବୁତ୍ତ ଙ୍କ ମଧ୍ୟରୁ ଜଣେ ନିଜର ଚପଲ ହଳ ଏବଂ ହେଲମେଟ ଉକ୍ତ ରାସନ ଦୋକାନରେ ଛାଡି ଦେଇଥିବାର ସୂଚନା ଅଛି। ଏହି ଘଟଣା ପରେ ସଙ୍ଗେ ସଙ୍ଗେ ସତ୍ୟବାଦୀ ବାଣପୁର ଥାନାକୁ ଯାଇ ଲିଖିତ ଅଭିଯୋଗ କରିଛନ୍ତି ଏବଂ ଥାନାଧିକାରୀ ଙ୍କୁ ଶୀଘ୍ର ଡକାୟତ ଙ୍କୁ ଧରିବା ପାଇଁ ଅଶ୍ରୁଳ ନୟନରେ ନିବେଦନ କରିଛନ୍ତି।

ତେବେ ଅଳ୍ପ ମାସ ବ୍ୟବଧାନ ପରେ ପୁଣି ବାଣପୁରରେ ଲୁଟେରାଙ୍କ ଉତ୍ପାତ ଦେଖିବାକୁ ମିଳିଛି।  ଘଟଣା ଟି ବାଣପୁର ଥାନାରୁ ମାତ୍ର ୨୦୦ ମିଟର ରେ ଘଟିଥିବାରୁ ଡକାୟତ ମାନଙ୍କ ତରଫରୁ ପୋଲିସ ପାଇଁ ଏହା ଏକ ଖୋଲା ଚାଲେଞ୍ଜ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।  ହେଲେ ଅଭିଯୋଗ ମିଳିବା କ୍ଷଣି ବାଣପୁର ପୋଲିସ ଘଟଣାର  ତଦନ୍ତରେ ଲାଗିପଡ଼ିଛି। ସହରର ବିଭିନ୍ନ ଦୋକାନର ସିସିଟିଭି ଯାଞ୍ଚ କରିବା ସହ ସବୁ ପ୍ରବେଶ ପଥରେ ଯାଇ ସର୍ଚ୍ଚ ଅପେରସନ ଜାରି ରଖିଛି।

ଡକାୟତି ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଏବିଭିପିର ଜାତୀୟ କାର୍ଯ୍ୟନିର୍ବାହୀ ପରିଷଦର ପ୍ରଦର୍ଶନୀକୁ ଉଦଘାଟନ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

May 28, 2026

ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିବା ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

May 28, 2026

ଲୋକ ଭବନରେ ଇସ୍ତଫା ପ୍ରଦାନ କଲେ ସିଦ୍ଧରମୈୟା: ଡିକେ ଶିବକୁମାର ହେବେ ନୂତନ ମୁଖ୍ୟମନ୍ତ୍ରୀ

May 28, 2026

ବାଳିକା ବିଦ୍ୟାଳୟରେ ଭୟଙ୍କର ଅଗ୍ନିକାଣ୍ଡ: ୧୬ ଛାତ୍ରୀଙ୍କ ମୃତ୍ୟୁ, ୫୦ ରୁ ଅଧିକ ଆହତ

May 28, 2026
Latest News

ଏବିଭିପିର ଜାତୀୟ କାର୍ଯ୍ୟନିର୍ବାହୀ ପରିଷଦର ପ୍ରଦର୍ଶନୀକୁ ଉଦଘାଟନ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

May 28, 2026

ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିବା ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

May 28, 2026

ଲୋକ ଭବନରେ ଇସ୍ତଫା ପ୍ରଦାନ କଲେ ସିଦ୍ଧରମୈୟା: ଡିକେ ଶିବକୁମାର ହେବେ ନୂତନ ମୁଖ୍ୟମନ୍ତ୍ରୀ

May 28, 2026

ବାଳିକା ବିଦ୍ୟାଳୟରେ ଭୟଙ୍କର ଅଗ୍ନିକାଣ୍ଡ: ୧୬ ଛାତ୍ରୀଙ୍କ ମୃତ୍ୟୁ, ୫୦ ରୁ ଅଧିକ ଆହତ

May 28, 2026

NEET ପେପର ଲିକ୍ ରୋକିବା ପାଇଁ ବଡ଼ ପଦକ୍ଷେପ: ସେନାକୁ ଦିଆଯିବ କି ପ୍ରଶ୍ନପତ୍ର?

May 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.