ଗୁରୁ ଦିବସ ଅବସରରେ ଗୁଗୁଲ୍‌ର ସ୍ବତନ୍ତ୍ର ଡୁଡୁଲ୍‌

Published: Sep 5, 2020, 12:51 pm IST

ନୂଆଦିଲ୍ଲୀ : ଆଜି ସେପ୍ଟେମ୍ବର 5 ତାରିଖକୁ ସାରା ଭାରତରେ ଗୁରୁ ଦିବସ ରୂପେ ପାଳନ କରାଯାଇଥାଏ । ଏହି ଦିନ ପୂର୍ବତନ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣିଙ୍କ ଜନ୍ମଦିବସ । ଗୁରୁଦିବସ ଉପଲକ୍ଷେ ଗୁଗୁଲ୍‌ ଏକ ସ୍ବତନ୍ତ୍ର ଡୁଡୁଲ୍‌ ପ୍ରସ୍ତୁତ କରିଛି । ଏହି ଡୁଡୁଲ୍‌ ଜରିଆରେ ଆପଣ ସ୍କୁଲ ଦିନର ସ୍ମୃତିକୁ ତାଜା କରିପାରିବେ ।

ଗୁଗୁଲ୍‌ ପ୍ରସ୍ତୁତ କରିଥିବା ଡୁଡୁଲ୍‌ରେ ପୁସ୍ତକ, ଲାପଟପ୍‌, ସ୍କେଲ୍‌,  ପ୍ରଜାପତି, ମୁଖା, କଲରବୋର୍ଡ, ସ୍କୁଲ ଘଣ୍‌ଟି, ପୃଥିବୀ ଓ ଇଲେକ୍ଟ୍ରି ବଲବ୍‌ ତଥା ଅନ୍ୟ ବିଷୟ ସହିତ ସମ୍ପର୍କିତ କିଛି ବସ୍ତୁକୁ ଦେଖାଯାଇଛି ।ଗୁଗୁଲ୍‌ର ଏହି ଡୁଡୁଲ୍  ଛାତ୍ର ଜୀବନରେ ଶିକ୍ଷକଙ୍କ ଭୂମିକା ଉପରେ ଗୁରୁତ୍ବାରୋପ କରିଛି । ଗୁଗୁଲ୍‌ର ଏହ ଡୁଡୁଲ୍‌ ଉପରେ କ୍ଲିକ୍‌ କଲେ ସ୍କୁଲ ସମ୍ପର୍କରେ ସମସ୍ତ ତଥ୍ୟ ନଜରକୁ ଆସୁଛି । ଏହା ସହିତ ସମାଜ ସେବାରେ ଶିକ୍ଷକଙ୍କ ଯୋଗଦାନକୁ ଦେଖି ଶିକ୍ଷକକୁ ପ୍ରଶଂସା କରିଛି ଗୁଗୁଲ୍‌ ।

ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣ ଭାରତରପ୍ରଥମ ଉପରାଷ୍ଟ୍ରପତି ଓ ଦ୍ବିତୀୟ ରାଷ୍ଟ୍ରପତି ଥିଲେ। ସେ ଜଣେ ମହାନ ଦାର୍ଶନିକ, ଆଦର୍ଶ ଶିକ୍ଷକ, ବିଦ୍ବାନ ଓ ରାଜନେତା ଥିଲେ । ତାଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ସରକାର ସର୍ବୋଚ୍ଚ ନାଗରିକସମ୍ମାନ ଭାରତ ରତ୍ନରେ ସମ୍ମାନିତ କରିଥିଲେ ।

ଭାରତରେ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଜନ୍ମଦିବସକୁ ଗୁରୁ ଦିବସ ରୂପେ ପାଳନ କରାଯାଏ । ଏହା 1962 ମସିହାରୁ ଆରମ୍ଭ ହୋଇଛି । ଏହି ଦିନ ସମସ୍ତ ଛାତ୍ରମାନେ ନିଜ ନିଜର ଶିକ୍ଷକଙ୍କ ପ୍ରତି ସମ୍ମାନ ଓ ପ୍ରେମ ପ୍ରକଟ କରିଥା’ନ୍ତି । ଏହି ଦିନ ରାଷ୍ଟ୍ରପତି  ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା କିଛି ଶିକ୍ଷକଙ୍କୁ ସମ୍ମାନିତ କରିଥା’ନ୍ତି । କିନ୍ତୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ଥର  ଭର୍ଚୁ୍ଆଲ୍‌ କାର୍ଯ୍ୟକ୍ରମ ଜରିଆରେ ରାଷ୍ଟ୍ରପତି ଶିକ୍ଷକଙ୍କୁ ସମ୍ମାନିତ କରିବେ । ସେହିପରି ଚଳିତ ଥର ସ୍କୁଲରେ ମଧ୍ୟ ଗୁରୁଦିବସ ପାଳନ କରାଯାଇପାରିନାହିଁ । (ଏଜେନ୍ସି)

 

Related posts