Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦେଶର ୪୭ ଜଣ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି, ଓଡିଶାରୁ ଦୁଇ ଜଣ
ଜାତୀୟ ଖବର

ଦେଶର ୪୭ ଜଣ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି, ଓଡିଶାରୁ ଦୁଇ ଜଣ

September 5, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦେଶର ୪୭ ଜଣ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି, ଓଡିଶାରୁ ଦୁଇ ଜଣ

ନୂଆଦିଲ୍ଲୀ, ଗୁରୁଦିବସ ଅବସରରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ସାରା ଦେଶର ୪୭ ଜଣ ଶିକ୍ଷକଙ୍କୁ ପ୍ରଥମଥର ପାଇଁ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ପୁରସ୍କାର ସମାରୋହରେ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍ତି। ଏଥିରେ ଓଡିଶାରୁ ଦୁଇ ଜଣଙ୍କୁ ପୁରସ୍କୃତ କରାଯାଇଛି। ସେମାନେ ହେଲେ ଭୁବନେଶ୍ବରର ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ତାପସ କୁମାର ମହାନ୍ତି ଏବଂ ବୌଦ୍ଧ ଜିଲ୍ଲା ସରସରା ଗ୍ରାମ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବସନ୍ତ କୁମାର ସାହୁ।

ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇବା ସହ ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଶିକ୍ଷକମାନଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ। ସେ ନିରୀକ୍ଷଣ କରିଥିଲେ ଯେ, ଜାତୀୟ ପୁରସ୍କାର ବିଜେତାମାନଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ହେଉଛନ୍ତି ମହିଳା। ଶିକ୍ଷୟତ୍ରୀ ଭାବରେ ମହିଳାମାନଙ୍କ ଭୂମିକାକୁ ସେ ପ୍ରଶଂସା କରିଥିଲେ।

ଡକ୍ଟର ଏସ୍.ରାଧାକ୍ରିଷ୍ଣନଙ୍କୁ ପ୍ରଣାମ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି ଯେ ସେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ରାଜନେତା ଓ ଅସାଧାରଣ ଶିକ୍ଷକ ଥିଲେ। ସେ କହିଛନ୍ତି, ତାଙ୍କ ଜନ୍ମଦିନକୁ ଶିକ୍ଷକ ଦିବସ ଭାବେ ପାଳନ କରିବା, ଦେଶର ବିକାଶ ଦିଗରେ ତାଙ୍କର ଉଲ୍ଲେଖନୀୟ ସେବା ପ୍ରତି ଏକ ଶ୍ରଦ୍ଧାଞ୍ଜଳି ଏବଂ ସମଗ୍ର ଶିକ୍ଷକ ସମୁଦାୟ ପାଇଁ ସମ୍ମାନର ସଂକେତ।

ଏହି ଅବସର ଆମର ଶିକ୍ଷକମାନଙ୍କୁ ସେମାନଙ୍କ ପ୍ରତିବଦ୍ଧତା ଏବଂ ଛାତ୍ରଛାତ୍ରୀଙ୍କ ଜୀବନରେ ସର୍ବୋଚ୍ଚ ଅବଦାନ ପାଇଁ ସମ୍ମାନ ପ୍ରଦାନ କରିବାର ସୁଯୋଗ ସୃଷ୍ଟି କରିଥାଏ। ସେ ଆହୁରି ମତ ଦେଇ କହିଛନ୍ତି, ଯେ ଏହି ପ୍ରତିବଦ୍ଧତା ହିଁ ଯେ କୌଣସି ବିଦ୍ୟାଳୟ ପାଇଁ ହେଉଛି ମୂଳଦୁଆ, କାରଣ ଶିକ୍ଷକମାନେ ହେଉଛନ୍ତି ପ୍ରକୃତ ରାଷ୍ଟ୍ର ନିର୍ମାଣକାରୀ, ଯେଉଁମାନେ ପିଲାମାନଙ୍କର ଚରିତ୍ର ଗଠନ ଏବଂ ଜ୍ଞାନ ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି।

ଡିଜିଟାଲ ଟେକ୍ନୋଲୋଜି ଉପରେ ଗୁରୁତ୍ୱ ଦେଇ ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି ଯେ, କୋଭିଡ ମହାମାରୀର ଆହ୍ଵାନ ସମୟରେ ଆମର ଶିକ୍ଷକମାନେ ପିଲାମାନଙ୍କ ନିକଟରେ ପହଞ୍ଚିବା ପାଇଁ ଏହି ଟେକ୍ନୋଲୋଜିର ସାହାଯ୍ୟ ନେଇଛନ୍ତି। ଏହି ନୂତନ ଟେକ୍ନୋଲୋଜି ଆଧାରିତ ଶିକ୍ଷାଦାନକୁ ପରିବର୍ତ୍ତନ କରିବାରେ ଶିକ୍ଷକମାନଙ୍କର ଦକ୍ଷତାକୁ ପ୍ରଶଂସା କରି ସେ କହିଛନ୍ତି, ଶିକ୍ଷକମାନେ ଡିଜିଟାଲ୍ ଟେକ୍ନୋଲୋଜି କ୍ଷେତ୍ରରେ ସେମାନଙ୍କର ଦକ୍ଷତାକୁ “ଅପଗ୍ରେଡ୍ ଏବଂ ଅପଡେଟ୍”କରିବା ଆବଶ୍ୟକ, ଯାହାଦ୍ଵାରା ଶିକ୍ଷାଦାନ ଅଧିକ ପ୍ରଭାବଶାଳୀ ହୋଇପାରିବ ଏବଂ ଛାତ୍ରଛାତ୍ରୀମାନେ ମଧ୍ୟ ଏହି ନୂଆ କୌଶଳ ମାଧ୍ୟମରେ ଭାବବିନିମୟ କରିପାରିବେ।

ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି ଯେ, ଅନଲାଇନ୍ ଶିକ୍ଷା ବ୍ୟବସ୍ଥା ଅଭିଭାବକମାନଙ୍କୁ ଶିକ୍ଷକମାନଙ୍କ ସହିତ ଯୋଡିଛି ଏବଂ ପିଲାମାନଙ୍କୁ ନୂତନ ଶିକ୍ଷା କ୍ଷେତ୍ର ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ଉତ୍ସାହିତ କରିଛି। ଡିଜିଟାଲ ବିଭେଦ ଉପରେ ଗୁରୁତ୍ୱାରୋପ କରି ସେ ଆହୁରି ମଧ୍ୟ କହିଛନ୍ତି, ଆଦିବାସୀ ତଥା ଉପାନ୍ତ ଅଞ୍ଚଳର ପିଲାମାନେ ଯେପରି ଉପକୃତ ହେବେ ସେଥିପ୍ରତି ମଧ୍ୟ ପଦକ୍ଷେପ ନେବା ଆବଶ୍ୟକ।

ଜାତୀୟ ଶିକ୍ଷା ନୀତି ବିଷୟରେ ଆଲୋଚନା କରି ରାଷ୍ଟ୍ରପତି କୋବିନ୍ଦ ମତ ଦେଇଛନ୍ତି, ଆମ ପିଲାମାନଙ୍କ ଭବିଷ୍ୟତର ଆବଶ୍ୟକତାକୁ ଚାହିଁ ଏକ ପ୍ରୟାସ ସ୍ଵରୂପ ବିଭିନ୍ନ ହିତଧାରକଙ୍କ ମତାମତକୁ ବିଚାର କରିବା ପରେ ଏହାର ପରିକଳ୍ପନା କରାଯାଇଛି। ଏହି ନୀତିକୁ ସଫଳ ଏବଂ ଫଳପ୍ରଦ କରିବା ପାଇଁ ବର୍ତ୍ତମାନ ଶିକ୍ଷକମାନେ ହିଁ କେନ୍ଦ୍ରସ୍ଥଳରେ ରହିବେ ବୋଲି ସେ କହିଛନ୍ତି। ନୂତନ ଜାତୀୟ ଶିକ୍ଷା ନୀତି କାର‌୍ୟ୍ୟକାରୀ କରିବାକୁ ଶିକ୍ଷକମାନଙ୍କୁ ଅଧିକ ଦକ୍ଷ କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି ଏବଂ ଶିକ୍ଷା କ୍ଷେତ୍ର ପାଇଁ କେବଳ ସର୍ବୋତ୍ତମ ମାନଙ୍କୁ ଚୟନ କରାଯିବ ବୋଲି ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି।

ଏହି ସମାରୋହରେ ସ୍ୱାଗତ ଭାଷଣ ପ୍ରଦାନ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’କହିଥିଲେ, ଶିକ୍ଷକମାନେ ହିଁ ପ୍ରକୃତ ରାଷ୍ଟ୍ର ନିର୍ମାତା; ଶିକ୍ଷକମାନଙ୍କର ଅଧ୍ୟାପନା, ନିଷ୍ଠା ଓ ଅଧ୍ୟବସାୟ ରାଷ୍ଟ୍ରର ଭବିଷ୍ୟତକୁ ସୁଦୃଢ କରିଥାଏ। ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସଞ୍ଜୟ ଧୋତ୍ରେ ଧନ୍ୟବାଦ ଅର୍ପଣ କରିଥିଲେ।

teachersday
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେଡିର ଦୁଇ ଛାମୁଆ ସଂଗଠନରେ ଦୁଇ ସାହୁଙ୍କୁ ନିଯୁକ୍ତି କଲେ ସଭାପତି ନବୀନ ପଟ୍ଟନାୟକ

August 26, 2025

‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଲୋକଙ୍କ ସିଧା ମତାମତ ନେବେ ମୁଖ୍ୟମନ୍ତ୍ରୀ

August 26, 2025

ପାକିସ୍ତାନୀ ଗୁପ୍ତଚରଙ୍କ ସମ୍ପର୍କରେ ଥିଲେ ୧୫ ଅଧିକାରୀ, ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା

August 26, 2025

ଏସିଆ କପ ପୂର୍ବରୁ ଭାରତୀୟ ଦଳକୁ ଚେତାଇ ଦେଲେ ହରିସ୍ ରୌଫ୍!: ମ୍ୟାଚ୍ ପୂର୍ବରୁ ଦେଲେ ବଡ଼ ବୟାନ

August 26, 2025
Latest News

ଜିଲ୍ଲା ସଭାପତି ବାଛିବା ପାଇଁ କଂଗ୍ରେସ ଘୋଷଣା କଲା 35 ଜଣିଆ ପର୍ଯ୍ୟବେକ୍ଷକ ତାଲିକା, କେଉଁ ଜିଲ୍ଲାରୁ କିଏ?

August 26, 2025

ଆଦିମ ଜନଜାତି ଛାତ୍ରୀ ଚମ୍ପା ରାସ୍‌ପେଦାଙ୍କୁ କାହିଁକି ସମ୍ୱର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

August 26, 2025

ବିଜେଡିର ଦୁଇ ଛାମୁଆ ସଂଗଠନରେ ଦୁଇ ସାହୁଙ୍କୁ ନିଯୁକ୍ତି କଲେ ସଭାପତି ନବୀନ ପଟ୍ଟନାୟକ

August 26, 2025

‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଲୋକଙ୍କ ସିଧା ମତାମତ ନେବେ ମୁଖ୍ୟମନ୍ତ୍ରୀ

August 26, 2025

ପାକିସ୍ତାନୀ ଗୁପ୍ତଚରଙ୍କ ସମ୍ପର୍କରେ ଥିଲେ ୧୫ ଅଧିକାରୀ, ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା

August 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.