କଂଗ୍ରେସ ନେତା କପିଲ୍ ସିବଲ୍ ସମ୍ଝୋତା ଏକ୍ସପ୍ରେସ୍ ବମ୍ ବିସ୍ଫୋରଣ ମାମଲାର ଶୁଣାଣିକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏହି ବିସ୍ଫୋରଣରେ ୬୮ଜଣଙ୍କ ମୃତ୍ୟୁ ହୋଇଥିଲା । ଏନ୍ଆଇଏ ୮ଜଣ ଅଭିଯୁକ୍ତଙ୍କୁ ଦୋଷୀ ଅଭିହିତ କରିଥିଲେ । କିନ୍ତୁ ଏହି ମାମଲାର ଶୁଣାଣୀରେ ସମସ୍ତ ଦୋଷୀଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଦିଆଯାଇଛି । ଏହାକୁ ନେଇ କପିଲ୍ ସିବଲ୍ ଭାରତୀୟ ନ୍ୟାୟିକ ପ୍ରକ୍ରିୟାକୁ ସମାଲୋଚନା କରିବା ସହ କହିଛନ୍ତି ଯେ, ଏହି ମାମଲାର ଶୁଣାଣୀ ପାଇଁ ଅପରାଧିକ ନ୍ୟାୟ ପ୍ରଣାଳୀ ପାଇଁ ଗର୍ବ କରିବା ଉଚିତ୍ । ୨୦୦୭ ଫେବୃୟାରୀ ୧୮ରେ ହରିୟାଣାର ପାନିପତ୍ ନିକଟରେ ସମ୍ଝୌତା ଏକ୍ସପ୍ରେସ ଟ୍ରେନ୍ ଅମୃତସରର ଅଟ୍ଟାରି ଅଭିମୁଖେ ଆସୁଥିବାବେଳେ ସେଥିରେ ବିସ୍ଫୋରଣ ଘଟିଥିଲା। ଏଥିରେ ୬୮ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ଅଧିକାଂଶ ଯାତ୍ରୀ ପାକିସ୍ତାନୀ ଥିଲେ । ଏହି ମାମଲାର ଶୁଣାଣୀରେ ଏକ ସ୍ବତନ୍ତ୍ର ଅଦାଲତ ବୁଧବାର ଦିନ ମୁଖ୍ୟ ଅଭିଯୁକ୍ତ ସ୍ବାମୀ ଅସୀମାନନ୍ଦଙ୍କ ସମେତ ଅନ୍ୟ ୩ ଜଣଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଦେଇଛନ୍ତି।
ସମ୍ଝୋତା ଏକ୍ସପ୍ରେସ୍ ବିସ୍ଫୋରଣ ମାମଲା : ନ୍ୟାୟବ୍ୟବସ୍ଥାକୁ ସମାଲୋଚନା କଲେ କପିଲ୍ ସିବଲ୍
Published:
Mar 21, 2019, 2:55 pm IST
Tags: