Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେଶରେ ଲଗାତାର ଦୁଇ ଦିନ ଧରି 82 ହଜାରରୁ ଅଧିକ ଆରୋଗ୍ୟ ରେକର୍ଡ
ଆଜିର ଖବର

ଦେଶରେ ଲଗାତାର ଦୁଇ ଦିନ ଧରି 82 ହଜାରରୁ ଅଧିକ ଆରୋଗ୍ୟ ରେକର୍ଡ

September 17, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଲଗାତାର ଦୁଇ ଦିନ ଧରି ଦେଶରେ ଆରୋଗ୍ୟ ହାର ଅତି ଉଚ୍ଚରେ ରହିଛି। ବିଗତ ଦୁଇ ଦିନ ମଧ୍ୟରେ 82 ହଜାରରୁ ଅଧିକ କୋଭିଡ ରୋଗୀ ଆରୋଗ୍ୟ ଲାଭ କରି ଛାଡ଼ ପାଇଛନ୍ତି।

ବିଗତ 24 ଘଣ୍ଟା ମଧ୍ୟରେ 82,961 ଜଣ ସକ୍ରିୟ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି।

ଅଧିକ ସଂଖ୍ୟକ ରୋଗୀ ଆରୋଗ୍ୟ ଲାଭ କରିବା ପରେ ଦେଶରେ ଆରୋଗ୍ୟ ହାର ଲଗାତାର ଉପର ମୁହାଁ ହୋଇଛି। ଆଜି ଏହା 78.64% ପ୍ରତିଶତ ଥିବା ରେକର୍ଡ କରାଯାଇଛି।

ବର୍ତ୍ତମାନ ସୁଦ୍ଧା 40 ଲକ୍ଷ (40,25,079) ରୋଗୀ ସୁସ୍ଥ ହୋଇସାରିଲେଣି। ଆଜିସୁଦ୍ଧା ମୋଟ ଆରୋଗ୍ୟଙ୍କ ସଂଖ୍ୟା ସକ୍ରିୟ ସଂକ୍ରମିତଙ୍କ ତୁଳନାରେ 30 ଲକ୍ଷରୁ ଅଧିକ(30,15,103)କୁ ଟପିଯାଇଛି ଯାହାକି ୪ ଗୁଣ ଅଧିକ।

ଅଧିକ ଉଚ୍ଚ ହାରରେ ଆରୋଗ୍ୟଙ୍କ ସଂଖ୍ୟା ବଢ଼ୁଥିବାରୁ ଏହା ଏବେ ବିଗତ 30 ଦିନ ତୁଳନାରେ ଶତପ୍ରତିଶତ ବୃଦ୍ଧି ପାଇଛି।

ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟାର ଏକ ପଞ୍ଚମାଂଶ (21.22%) ମହାରାଷ୍ଟ୍ର (17,559)ରେ ରହିଛନ୍ତି। ସେହିପରି ଆନ୍ଧ୍ରପ୍ରଦେଶ (10,845), କର୍ଣ୍ଣାଟକ (6580), ଉତ୍ତର ପ୍ରଦେଶ (6476) ଏବଂ ତାମିଲନାଡ଼ୁ (5768)ର ଯୋଗଦାନ ନୂଆ ଆରୋଗ୍ୟଙ୍କ ମଧ୍ୟରେ  35.87% ରହିଛି।

ମୋଟ ନୂଆ ଆରୋଗ୍ୟଙ୍କ ମଧ୍ୟରୁ କେବଳ ଏସବୁ ରାଜ୍ୟରେ  57.1% ଆରୋଗ୍ୟ ରହିଛନ୍ତି।

ଆଜି ସୁଦ୍ଧା ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 10 ଲକ୍ଷ (10,09,976) ଟପିଯାଇଛି।

ପାଖାପାଖି ଅଧା (48.45%) ସକ୍ରିୟ ସଂକ୍ରମିତ ତିନୋଟି ରାଜ୍ୟ; ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ରହିଛନ୍ତି। ଏହି ତିନୋଟି ରାଜ୍ୟ ସମେତ ଉତ୍ତର ପ୍ରଦେଶ ଓ ତାମିଲନାଡ଼ୁକୁ ମିଶାଇ 5ଟି ରାଜ୍ୟରେ ମୋଟ ସକ୍ରିୟ ମାମଲାର 60% ରୋଗୀ ରହିଛନ୍ତି।

ବିଗତ 24 ଘଣ୍ଟା ମଧ୍ୟରେ 1132 ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତ। 474 ଜଣ ନୂଆ ମୃତକଙ୍କ ସହିତ ମହାରାଷ୍ଟ୍ରରେ 40% ମୃତକ ରହିଛନ୍ତି। ଏହାପଛକୁ ଉତ୍ତରପ୍ରଦେଶ (86), ପଞ୍ଜାବ (78), ଆନ୍ଧ୍ରପ୍ରଦେଶ (64), ପଶ୍ଚିମବଙ୍ଗ (61) ବିଗତ 24 ଘଣ୍ଟା ମଧ୍ୟରେ 25.5% ରୋଗୀ ପ୍ରାଣ ହରାଇଛନ୍ତି।

corona update india recover
Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଆ ଏଆଇ ମିଶନ୍‌ର ବଡ଼ ପଦକ୍ଷେପ: ସୁଲଭ ମୂଲ୍ୟରେ ଉନ୍ନତ ଭିଡିଓ ପାଇଁ ‘ଭାର୍ୟା’ ଏଆଇ ଲଞ୍ଚ

June 13, 2026

ସାଙ୍ଗକୁ ପଥରରେ ଛେଚି ହତ୍ୟା

June 13, 2026

ଶ୍ରମ ନୁହେଁ – ଶିକ୍ଷାର ସୁନିଶ୍ଚିତ ପାଇଁ ଯୁବ ସମାଜର ସଂକଳ୍ପ

June 13, 2026

ପୁଣି କନ୍ଦାଇବ ପିଆଜ ! ରୋଷେଇ ଘର ଉପରେ ମହଙ୍ଗାମାଡ଼

June 13, 2026
Latest News

ଇଣ୍ଡିଆ ଏଆଇ ମିଶନ୍‌ର ବଡ଼ ପଦକ୍ଷେପ: ସୁଲଭ ମୂଲ୍ୟରେ ଉନ୍ନତ ଭିଡିଓ ପାଇଁ ‘ଭାର୍ୟା’ ଏଆଇ ଲଞ୍ଚ

June 13, 2026

ସାଙ୍ଗକୁ ପଥରରେ ଛେଚି ହତ୍ୟା

June 13, 2026

ଶ୍ରମ ନୁହେଁ – ଶିକ୍ଷାର ସୁନିଶ୍ଚିତ ପାଇଁ ଯୁବ ସମାଜର ସଂକଳ୍ପ

June 13, 2026

ପୁଣି କନ୍ଦାଇବ ପିଆଜ ! ରୋଷେଇ ଘର ଉପରେ ମହଙ୍ଗାମାଡ଼

June 13, 2026

କଳାବଜାରୀ ଏବଂ ବେଆଇନ ଭାବରେ ଡିଜେଲ ମହଜୁଦ ରୋକିବା ପାଇଁ ନିୟନ୍ତ୍ରଣ ନିର୍ଦ୍ଦେଶ ଜାରି

June 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.