ଦେଶରେ ଲଗାତାର ଦୁଇ ଦିନ ଧରି 82 ହଜାରରୁ ଅଧିକ ଆରୋଗ୍ୟ ରେକର୍ଡ

Published: Sep 17, 2020, 9:59 pm IST

ନୂଆଦିଲ୍ଲୀ: ଲଗାତାର ଦୁଇ ଦିନ ଧରି ଦେଶରେ ଆରୋଗ୍ୟ ହାର ଅତି ଉଚ୍ଚରେ ରହିଛି। ବିଗତ ଦୁଇ ଦିନ ମଧ୍ୟରେ 82 ହଜାରରୁ ଅଧିକ କୋଭିଡ ରୋଗୀ ଆରୋଗ୍ୟ ଲାଭ କରି ଛାଡ଼ ପାଇଛନ୍ତି।

ବିଗତ 24 ଘଣ୍ଟା ମଧ୍ୟରେ 82,961 ଜଣ ସକ୍ରିୟ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି।

ଅଧିକ ସଂଖ୍ୟକ ରୋଗୀ ଆରୋଗ୍ୟ ଲାଭ କରିବା ପରେ ଦେଶରେ ଆରୋଗ୍ୟ ହାର ଲଗାତାର ଉପର ମୁହାଁ ହୋଇଛି। ଆଜି ଏହା 78.64% ପ୍ରତିଶତ ଥିବା ରେକର୍ଡ କରାଯାଇଛି।

ବର୍ତ୍ତମାନ ସୁଦ୍ଧା 40 ଲକ୍ଷ (40,25,079) ରୋଗୀ ସୁସ୍ଥ ହୋଇସାରିଲେଣି। ଆଜିସୁଦ୍ଧା ମୋଟ ଆରୋଗ୍ୟଙ୍କ ସଂଖ୍ୟା ସକ୍ରିୟ ସଂକ୍ରମିତଙ୍କ ତୁଳନାରେ 30 ଲକ୍ଷରୁ ଅଧିକ(30,15,103)କୁ ଟପିଯାଇଛି ଯାହାକି ୪ ଗୁଣ ଅଧିକ।

ଅଧିକ ଉଚ୍ଚ ହାରରେ ଆରୋଗ୍ୟଙ୍କ ସଂଖ୍ୟା ବଢ଼ୁଥିବାରୁ ଏହା ଏବେ ବିଗତ 30 ଦିନ ତୁଳନାରେ ଶତପ୍ରତିଶତ ବୃଦ୍ଧି ପାଇଛି।

ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟାର ଏକ ପଞ୍ଚମାଂଶ (21.22%) ମହାରାଷ୍ଟ୍ର (17,559)ରେ ରହିଛନ୍ତି। ସେହିପରି ଆନ୍ଧ୍ରପ୍ରଦେଶ (10,845), କର୍ଣ୍ଣାଟକ (6580), ଉତ୍ତର ପ୍ରଦେଶ (6476) ଏବଂ ତାମିଲନାଡ଼ୁ (5768)ର ଯୋଗଦାନ ନୂଆ ଆରୋଗ୍ୟଙ୍କ ମଧ୍ୟରେ  35.87% ରହିଛି।

ମୋଟ ନୂଆ ଆରୋଗ୍ୟଙ୍କ ମଧ୍ୟରୁ କେବଳ ଏସବୁ ରାଜ୍ୟରେ  57.1% ଆରୋଗ୍ୟ ରହିଛନ୍ତି।

ଆଜି ସୁଦ୍ଧା ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 10 ଲକ୍ଷ (10,09,976) ଟପିଯାଇଛି।

ପାଖାପାଖି ଅଧା (48.45%) ସକ୍ରିୟ ସଂକ୍ରମିତ ତିନୋଟି ରାଜ୍ୟ; ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ରହିଛନ୍ତି। ଏହି ତିନୋଟି ରାଜ୍ୟ ସମେତ ଉତ୍ତର ପ୍ରଦେଶ ଓ ତାମିଲନାଡ଼ୁକୁ ମିଶାଇ 5ଟି ରାଜ୍ୟରେ ମୋଟ ସକ୍ରିୟ ମାମଲାର 60% ରୋଗୀ ରହିଛନ୍ତି।

ବିଗତ 24 ଘଣ୍ଟା ମଧ୍ୟରେ 1132 ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତ। 474 ଜଣ ନୂଆ ମୃତକଙ୍କ ସହିତ ମହାରାଷ୍ଟ୍ରରେ 40% ମୃତକ ରହିଛନ୍ତି। ଏହାପଛକୁ ଉତ୍ତରପ୍ରଦେଶ (86), ପଞ୍ଜାବ (78), ଆନ୍ଧ୍ରପ୍ରଦେଶ (64), ପଶ୍ଚିମବଙ୍ଗ (61) ବିଗତ 24 ଘଣ୍ଟା ମଧ୍ୟରେ 25.5% ରୋଗୀ ପ୍ରାଣ ହରାଇଛନ୍ତି।

Related posts