Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସାରା ରାଜ୍ୟରେ ପୁଷ୍ଟି ସାଧନରେ ଉନ୍ନତି ପାଇଁ ପାଳିତ ହେଲା ‘ରାଷ୍ଟ୍ରୀୟ ପୋଷଣ ମାସ’, ଜାଣନ୍ତୁ ଏହା କଣ
ଜାତୀୟ ଖବର

ସାରା ରାଜ୍ୟରେ ପୁଷ୍ଟି ସାଧନରେ ଉନ୍ନତି ପାଇଁ ପାଳିତ ହେଲା ‘ରାଷ୍ଟ୍ରୀୟ ପୋଷଣ ମାସ’, ଜାଣନ୍ତୁ ଏହା କଣ

September 29, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର, ଚଳିତ ସେପ୍ଟେମ୍ବର ମାସରେ ସାରା ରାଜ୍ୟରେ ସମସ୍ତ ଆଇସିଡିଏସ୍‌ ପ୍ରକଳ୍ପରେ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହୋଇଯାଇଛି। ୨୦୧୮ ମସିହାରେ ସମଗ୍ର ଦେଶରେ ପୋଷଣ ଅଭିଯାନର ଶୁଭାରମ୍ଭ ହେବା ପରେ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସକୁ ପୋଷଣ ମାସ ଭାବେ ପାଳନ କରାଯାଉଛି। ଗୋଷ୍ଠୀ ସହଭାଗିତାରେ ଏହି ଅଭିଯାନକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ସହ ସ୍ୱାସ୍ଥ୍ୟରକ୍ଷା ପାଇଁ ଉତ୍ତମ ପୋଷଣ ଅଭ୍ୟାସର ଆବଶ୍ୟକତା ସଂ ପର୍କରେ ସଚେତନତା ସୃଷ୍ଟି ଏବଂ ଏହି ବାର୍ତ୍ତାକୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।

ଚଳିତ ବର୍ଷ ପୋଷଣ ମାସ ପାଳନରେ ଅଗ୍ରାଧିକାର ବିଷୟ ହେଉଛି ଗୁରୁତର ପୁଷ୍ଟିହୀନ ଶିଶୁ (ସାମ୍‌), ମଧ୍ୟମ ଧରଣର ପୁଷ୍ଟିହୀନ ଶିଶୁ (ମାମ୍‌) ଏବଂ ଗୁରୁତର କମ୍‌ ଓଜନ ବିଶିଷ୍ଟ ଶିଶୁମାନଙ୍କ ଚିହ୍ନଟ ସହ ସେମାନଙ୍କୁ ଶୀଘ୍ର ଚିକିତ୍ସା ପ୍ରଦାନ ଓ ସ୍ୱତନ୍ତ୍ର ଭାବେ ଫୋକସ୍‌ କରି ଉପଯୁକ୍ତ ପୋଷଣ ଯୋଗାଇଦେବା। ଆମ ରାଜ୍ୟ ଓଡ଼ିଶାରେ ଏହିଭଳି ଶିଶୁମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ପୁଷ୍ଟିସାଧନ ଏବଂ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ନିର୍ଦ୍ଦିଷ୍ଟ ଭାବେ ଆଇସିଡିଏସ୍‌ କାର୍ଯ୍ୟକର୍ତ୍ତାମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।

ଇତି ମଧ୍ୟରେ ପୁଷ୍ଟିସାଧନ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଓଡ଼ିଶାରେ କେତେକ ନୂତନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଶିଶୁମାନଙ୍କୁ ମା’କ୍ଷୀର ସହିତ ୬ ମାସରୁ ପରି ପୂରକ ଖାଦ୍ୟ ଖୁଆଇବା ନିମନ୍ତେ ହିତାଧିକାରୀମାନଙ୍କୁ ପୋଷଣ ମାସ ପାଳନ ଅବସରରେ ବିଶେଷ ଭାବେ ସଚେତନ କରାଯାଉଛି। ଯାହାଦ୍ୱାରା ପୁଷ୍ଟିହୀନତା ଦୂରୀଭୂତ ହେବାରେ ବିଶେଷ ସହାୟକ ହେବ।

ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରରେ ଜିଲ୍ଲା ଉଦ୍ୟାନ କୃଷି ବିଭାଗ ସହାୟତାରେ ‘ମୋ ଉପକାରୀ ବଗିଚା’ ସୃଷ୍ଟି କରାଯାଇଛି । ଯାହାଫଳରେ ସ୍ଥାନୀୟ ଭାବେ ଉତ୍ପାଦିତ ପନି ପରିବା ଏବଂ ଫଳକୁ ଅତିରିକ୍ତ ପୁଷ୍ଟିସାଧନ ପାଇଁ ହିତାଧିକାରୀମାନଙ୍କ ଖାଦ୍ୟ ସାରଣୀରେ ସାମିଲ କରାଯାଇ ପାରିବ । ୧୦୦୦ ଦିନିଆ ପଦକ୍ଷେପ ଭାବେ ଗର୍ଭଧାରଣଠାରୁ ଶିଶୁଟି ୨ ବର୍ଷ ବୟସର ହେବା ପର୍ଯ୍ୟନ୍ତ ଉଭୟ ମା’ ଓ ଶିଶୁର ଯତ୍ନ ପାଇଁ ଅଙ୍ଗନବାଡ଼ି କର୍ମୀ ନିୟମିତ ଭାବେ ହିତାଧିକାରୀମାନଙ୍କୁ ପରାମର୍ଶ ଦେବା ସହ ସେମାନଙ୍କ ପୁଷ୍ଟିସାଧନକୁ ସୁନିଶ୍ଚିତ କରୁଛନ୍ତି ।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସହଭାଗିତାରେ ପୋଷଣ ପଞ୍ଚାୟତ ଗଠନ ପାଇଁ ପଦକ୍ଷେପ ନିଆଯାଇଛି । ଚଳିତ ବର୍ଷ କୋଭିଡ୍‌ ମହାମାରୀ ପରିସ୍ଥିତି ହେତୁ ପାର ̧ରିକ କାର୍ଯ୍ୟକ୍ରମ ପରିବର୍ତ୍ତେ ଡିଜିଟାଲ୍‌ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଛି । ଭର୍ଚୁଆଲ୍‌ ବୈଠକ, ଓ୍ୱେବିନାର ଏବଂ ସାମାଜିକ ଗଣମାଧ୍ୟମର ଉପଯୋଗ କରି ସବୁ ସ୍ତରରେ ସଚେତନତା ସୃଷ୍ଟି ପାଇଁ ଉଦ୍ୟମ କରାଯାଇଛି । ରାଜ୍ୟସ୍ତରରେ ସମସ୍ତ ଜିଲ୍ଲାମାନଙ୍କୁ ସାମିଲ କରି ପୋଷଣ ମାସ ସଂପର୍କିତ ଓ୍ୱେବିନାର ଆୟୋଜିତ ହୋଇଛି ।

ପୁଷ୍ଟିସାଧନର ଗୁରୁତ୍ୱ ଉପରେ ଦୂରଦର୍ଶନରେ କାର୍ଯ୍ୟକ୍ରମ ସହ ରାଜ୍ୟସ୍ତରର ସମସ୍ତ କାର୍ଯ୍ୟକ୍ରମର ଟେଲି ମନିଟରିଂ କରାଯାଇଛି । ପୁଷ୍ଟିସାଧନର ଆବଶ୍ୟକତା ସଂପର୍କରେ ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁଷ୍ଟିକର ଖାଦ୍ୟ ପ୍ରଦର୍ଶନୀ, ସୁେ ପାଷଣ ଦିବସ ପାଳନ, ସାମ୍‌ ଏବଂ ମାମ୍‌ ଶିଶୁମାନଙ୍କ ଚିହ୍ନଟ, ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଫଳ ଓ ପନି ପରିବା ଚାରା ରୋ ପଣ, ମମତା ଦିବସ, ଟୀକାକରଣ ଦିବସ, ଅଙ୍କୁର ଦିବସ, ଅନ୍ନ ପ୍ରାସନ ଦିବସ, ସାଦଖିଆ, ଆଇରନ୍‌ ବଟିକା ବିତରଣ, ଗର୍ଭବତୀ ଓ ପ୍ରସୂତୀ ମହିଳାମାନଙ୍କୁ ପୁଷ୍ଟିସାଧନ ସଂ ପର୍କରେ ପରାମର୍ଶ କାର୍ଯ୍ୟକ୍ରମ ଆଦି ମାଧ୍ୟମରେ ପୋଷଣ ମାସ ପାଳନର ଗୁରୁତ୍ୱ ସଂ ପର୍କରେ ହିତାଧିକାରୀମାନଙ୍କୁ ସଚେତନ କରାଯାଇଛି ।

ଏହିସବୁ କାର୍ଯ୍ୟକ୍ରମ ଆୟୋଜନ ସମୟରେ ବିଭାଗର ଆଗଧାଡ଼ିର କାର୍ଯ୍ୟକର୍ତ୍ତା, ଅଙ୍ଗନବାଡ଼ି କର୍ମୀ, ସିଡି ପିଓ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀମାନେ କୋଭିଡ୍‌ ନିୟମାବଳୀର ଅନୁ ପାଳନକୁ ସୁନିଶ୍ଚିତ କରିଛନ୍ତି ।

ମିଶନ ଶକ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ଉଧମପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଯାତ୍ରୀବାହୀ ବସ୍ ଓଲଟି ୧୫ ମୃତ

April 20, 2026

ଆଜି ଗୁଜୁରାଟ ଟାଇଟାନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ: ଦେଖନ୍ତୁ ଉଭୟ ଦଳର ହେଡ୍-ଟୁ-ହେଡ୍ ରେକର୍ଡ

April 20, 2026

କାର୍ ଧକ୍କାରେ ମହିଳା ମୃତ

April 20, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026
Latest News

ଉଧମପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଯାତ୍ରୀବାହୀ ବସ୍ ଓଲଟି ୧୫ ମୃତ

April 20, 2026

ଆଜି ଗୁଜୁରାଟ ଟାଇଟାନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ: ଦେଖନ୍ତୁ ଉଭୟ ଦଳର ହେଡ୍-ଟୁ-ହେଡ୍ ରେକର୍ଡ

April 20, 2026

ଭାରତୀୟ ଟ୍ୟାଙ୍କର ଉପରେ ଆକ୍ରମଣ ସମ୍ପର୍କିତ ପ୍ରଶ୍ନରେ ରାଗିଲେ ଟ୍ରମ୍ପ: କାହାକୁ କହିଲେ ‘ବାହାରିଯାଅ’?

April 20, 2026

କାର୍ ଧକ୍କାରେ ମହିଳା ମୃତ

April 20, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.