Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର-ବାଲୁଗାଁ ବାଇପାସ ନିକଟରେ ଓଲଟିଲା ମଟରସାଇକେଲ ବୋଝେଇ କଣ୍ଟେନର: ୧୪ ବୁଲେଟ ନଷ୍ଟ
ଆଜିର ଖବର

ବାଣପୁର-ବାଲୁଗାଁ ବାଇପାସ ନିକଟରେ ଓଲଟିଲା ମଟରସାଇକେଲ ବୋଝେଇ କଣ୍ଟେନର: ୧୪ ବୁଲେଟ ନଷ୍ଟ

September 30, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଗତକାଲି ରାତ୍ରିରେ ବାଣପୁର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ବାଣପୁର-ବାଲୁଗାଁ ବାଇପାସ ନିକଟସ୍ଥ ମଠପାଟଣା ଛକରେ ଏକ ବୁଲେଟ ମଟରସାଇକଲ ବୋଝେଇ କଣ୍ଟେନର ଦୁର୍ଘଟଣାଗ୍ରସ୍ତ ହୋଇଛି ଯେଉଁଥିରେ ଏକ ଷଣ୍ଢର ମୃତ୍ୟୁ ଘଟିଥିବାବେଳେ ୧୪ ଗୋଟି ବୁଲେଟ ମଟରସାଇକେଲ ନଷ୍ଟ ହୋଇଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ୧୦.୪୦ ମିନିଟରେ ରେ କଟକ ମୁଣ୍ଡୁଳିସ୍ଥିତ ରୟାଲ ଏନଫିଲଡ଼ ଡିପୋରୁ ୧୪ ଗୋଟି ବୁଲେଟ ମଟରସାଇକେଲ ନେଇ ଏକ ଟାଟା କଣ୍ଟେନର (ଓଡ଼ି ୦୫ ଆର ୭୭୨୫) ବ୍ରହ୍ମପୁର ଅଭିମୁଖେ ଯାଉଥିବାବେଳେ ବାଣପୁର-ବାଲୁଗାଁ ବାଇପାସ ନିକଟସ୍ଥ ମଠପାଟଣା ଛକ ନିକଟରେ ହଠାତ କଣ୍ଟେନର ସାମ୍ନାରେ ଏକ ଷଣ୍ଢ ଆସିଯାଇଥିଲା। ଯାହାଫଳରେ କଣ୍ଟେନରଟି ଷଣ୍ଢକୁ ଧକ୍କା ଦେବା ସହ ଭାରସାମ୍ୟ ହରାଇ ଡିଭାଇଡର ଡେଇଁ ବିପରୀତ ପାର୍ଶ୍ୱର ରୋଡ ସାଇଡକୁ ଚାଲିଯାଇ ଓଲଟିପଡିଥିଲା।

ଖବର ପାଇ ଘଟଣାସ୍ଥଳରେ ବାଣପୁର ପୋଲିସ ଏବଂ ମଠପୁରର କିଛି ଗ୍ରାମବାସୀ ପହଁଚି ଆହତ ଗାଡ଼ି ଚାଳକଙ୍କୁ ଉଦ୍ଧାର କରିବା ସହ ଟ୍ରାଫିକ ସଫା କରିଥିଲେ। ଘଟଣାସ୍ଥଳରେ ଷଣ୍ଢଟି ର ମୃତ୍ୟୁ ହୋଇଯାଇଥିବା ସ୍ଥଳେ ଗାଡ଼ି ଚାଳକ ସାମାନ୍ୟ ଆହତ ହୋଇଛନ୍ତି। ଗାଡ଼ି ଚାଳକଙ୍କ ନାମ ସଂଜୀବ କୁମାର ଯାଦବ ଏବଂ ତାଙ୍କ ଘର ବିହାର ବୋଲି ଜଣାପଡିଛି। ହେଲେ କଣ୍ଟେନରରେ ଥିବା ସମସ୍ତ ୧୪ ଗୋଟି ବୁଲେଟ ମଟରସାଇକେଲ ନଷ୍ଟ ହୋଇଯାଇଛି ବୋଲି ସୂଚନା ଦେଇଛନ୍ତି ଗାଡ଼ି ଚାଳକ। ଅପରପକ୍ଷେ ଖବର ପାଇ ଆଜି ସକାଳେ ଗାଡ଼ି ମାଲିକ ଘଟଣାସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ କରି ବାଣପୁର ପୋଲିସ ଥାନାରେ ଏ ଘଟଣା ସମ୍ପର୍କରେ ଲିଖିତ ଭାବେ ଅବଗତ କରାଇଛନ୍ତି। ଆଜି ସଂଧ୍ୟା ସୁଦ୍ଧା କ୍ରେନ ଦ୍ୱାରା ଉକ୍ତ କଣ୍ଟେନରକୁ ଉଠାଯିବାର ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି।

accident ବାଣପୁର ଥାନା ବାଲୁଗାଁ ବାଇପାସ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026

ବିଜେପି ଛାଡିଲେ ମାଲାୟଲମ ଅଭିନେତା: ଟିଭିକେରେ ଯୋଗଦେବା ପାଇଁ କଲେ ଘୋଷଣା

August 24, 2026

ଦକ୍ଷିଣ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ସ୍ୱତନ୍ତ୍ର ପ୍ୟାକେଜ୍ ଓ ବୈଠକ ଦାବି କଲେ ​ବ୍ରହ୍ମପୁର ସାଂସଦ

August 24, 2026
Latest News

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026

ବିଜେପି ଛାଡିଲେ ମାଲାୟଲମ ଅଭିନେତା: ଟିଭିକେରେ ଯୋଗଦେବା ପାଇଁ କଲେ ଘୋଷଣା

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.